ସୂର୍ଯ୍ୟ ମିସନ ଉପରେ ବିଶ୍ବର ନଜର: ଆଦିତ୍ୟ-ଏଲ୍୧ରେ ରହିଛି ୭ଟି ପେଲୋଡ – Ibnodisha
[ad_1]
ନୂଆଦିଲ୍ଲୀ: ସୌର ବାୟୁ ଓ ସୌର ବାତାବରଣ ଉପରେ ଗବେଷଣା ପାଇଁ ଭାରତର ପ୍ରଥମ ସୂର୍ଯ୍ୟ ମିସନ ଆଦିତ୍ୟ-ଏଲ୍୧ ଆସନ୍ତାକାଲି ଉତ୍କ୍ଷେପଣ ହେବ। ଆଦିତ୍ୟ-ଏଲ୍୧ ମହାକାଶ ଯାନକୁ ଇସ୍ରୋ ପୃଥିବୀଠାରୁ ୧.୫ ନିୟୁତ କିମି ଉଚ୍ଚରେ ସ୍ଥାପନ କରିବ। ଏହାଦ୍ବାରା ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ ସୂର୍ଯ୍ୟର ବାହ୍ୟ ସ୍ତର କରୋନା ତଥା ସୌର ବାୟୁ ଉପରେ ଅନୁଧ୍ୟାନ ପାଇଁ ଭାରତ ତଥ୍ୟ ହାସଲ କରିବ। ଏହି ସୌରଯାନ ସମ୍ପୂର୍ଣ୍ଣରୂପେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବେଳେ ଏହା ଉପରେ ଏବେ ପୂରା ବିଶ୍ବର ନଜର ରହିଛି।
ଦୁଇଟି କାରଣରୁ ଏହା ଏକ ଜଟିଳ କାର୍ଯ୍ୟ ବୋଲି ବିବେଚନା କରାଯାଉଛି। ପ୍ରଥମ ଜଟିଳ କାର୍ଯ୍ୟ ହେଉଛି ଉକ୍ତ ଯାନକୁ ପୃଥିବୀର ସ୍ଫିୟର ଅଫ ଇନଫ୍ଲୁଏନ୍ସରୁ ବାହାର କରିବା। ଏହାପରେ ଦ୍ବିତୀୟ ଜଟିଳ କାର୍ଯ୍ୟଟି ହେଉଛି ହେଲୋ ଅର୍ବିଟର ଏଲ୍୧ ସ୍ଥିତିରେ ଅବସ୍ଥାପନ। ଏଠାରେ ଯାନର ଗତି ନିୟନ୍ତ୍ରଣ କରାନଗଲେ ତାହା ସିଧା ସୂର୍ଯ୍ୟ ଅଭିମୁଖେ ଚାଲିଯିବ। ଏହାପରେ ତାହା ଜଳି ନଷ୍ଟ ହୋଇଯିବ। କାରଣ ସୂର୍ଯ୍ୟର ମଧ୍ୟ ନିଜସ୍ବ ଆକର୍ଷଣ ଶକ୍ତି ରହିଛି। ତେଣୁ ଯେଉଁଠି ପୃଥିବୀର ଆକର୍ଷଣ ଶକ୍ତି ଶେଷ ହେଉଛି ଏବଂ ସୂର୍ଯ୍ୟର ଆକର୍ଷଣ ଶକ୍ତି ଆରମ୍ଭ ହେଉଛି ସେଠାରେ କୌଣସି ଛୋଟ ବସ୍ତୁ ଦୀର୍ଘ ସମୟ ପାଇଁ ରହିପାରିବ। ଏଠାରେ ମହାକାଶ ଯାନର ଇନ୍ଧନ କମ ଖର୍ଚ୍ଚ ହୋଇଥାଏ ଏବଂ ଅଧିକ ଦିନ ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ରହିଥାଏ। ସୂର୍ଯ୍ୟରୁ ହିଁ ଆମ ସୌର ମଣ୍ଡଳକୁ ଶକ୍ତି ମିଳୁଛି। ସୂର୍ଯ୍ୟର ବୟସ ପାଖାପାଖି ୪୫୦ କୋଟି ବର୍ଷ ବୋଲି ଅନୁମାନ କରାଯାଉଛି। ବିନା ସୌରଶକ୍ତିରେ ପୃଥିବୀରେ ଜୀବନ ସମ୍ଭବ ନୁହେଁ। ସୂର୍ଯ୍ୟର ଆକର୍ଷଣ ଶକ୍ତି କାରଣରୁ ହିଁ ସୌର ମଣ୍ଡଳରେ ସମସ୍ତ ଗ୍ରହ ନିଜ ନିଜ ସ୍ଥାନରେ ରହିଛନ୍ତି। ଆଦିତ୍ୟ-ଏଲ୧ ମହାକାଶ ଯାନରେ ମୋଟ ୭ଟି ପେଲୋଡ ରହିଛି। ଇଲେକ୍ଟ୍ରୋମ୍ୟାଗନେଟିକ୍ ପାର୍ଟିକଲ ଏବଂ ମ୍ୟାଗନେଟିକ୍ ଫିଲ୍ଡ ଡିଟେକ୍ଟରକୁ ଏଥିପାଇଁ ଉପଯୋଗ କରାଯିବ। ୭ଟି ପେଲୋଡ ମଧ୍ୟରୁ ୪ଟି ପେଲୋଡ୍ ସୂର୍ଯ୍ୟ ଉପରେ ଅନୁଧ୍ୟାନ କରିବାକୁ ଥିବାବେଳେ ୩ଟି ପେଲୋଡ୍ ଲାଗ୍ରାଞ୍ଜ ପଏଣ୍ଟ ଏଲ୍୧ ଉପରେ ପରୀକ୍ଷାନିରୀକ୍ଷା କରିବ।
[ad_2]