ଦେଶ

ପରଲୋକରେ ତାମିଲ ସିନେମାର ଲୋକପ୍ରିୟ ହାସ୍ୟାଭିନେତା ଆରଏସ ଶିବାଜୀ – Ibnodisha

[ad_1]

ବ୍ୟୁରୋ : ତାମିଲ ସିନେମାର ଲୋକପ୍ରିୟ ହାସ୍ୟାଭିନେତା ଆରଏସ ଶିବାଜୀଙ୍କ ପରଲୋକ ହୋଇଛି। ୬୬ବର୍ଷ ବୟସରେ ସେପ୍ଟେମ୍ବର ୨ ତାରିଖ ସକାଳେ ଶିବାଜୀ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।ଏହି ଖବରକୁ ସାଉଥ ଇଣ୍ଡିଆନ ସିନେମାର ଲୋକପ୍ରିୟ ଟ୍ରେଡ ଏନାଲିଷ୍ଟ ରମେଶ ବାଲା ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ସେ ଆରଏସ ଶିବାଜୀଙ୍କ ଏକ ଫଟୋ ପୋଷ୍ଟ କରି ‌କ୍ୟାପସନରେ ଲେଖିଛନ୍ତି, ‘ଚର୍ଚ୍ଚିତ ତାମିଲ ଚରିତ୍ର/କମେଡି ଆକ୍ଟର ଆରଏସ ଶିବାଜୀଙ୍କ ଆଜି ଶନିବାର ସକାଳେ ଚେନ୍ନାଇରେ ପରଲୋକ ହୋଇଛି। ଶିବାଜୀ ଗତଶୁକ୍ରବାର ରିଲିଜ ହୋଇଥିବା ସିନେମା ‘ଲକି ମ୍ୟାନ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହିତ ଅ‌ନେକ ଅଭୁଲା ଚରିତ୍ରରେ ସେ ନଜର ଆସିଛନ୍ତି। ତାଙ୍କର ସ୍ଥାନ ଅପୂରଣୀୟ। ଇଶ୍ବର ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ।’ ଚେନ୍ନାଇରେ ୨୬ ଅକ୍ଟୋବର ୧୯୫୬ ରେ ଜନ୍ମ ହୋଇଥିବା ଆର.ଏସ୍ ଶିବାଜୀ ୮୦ ଦଶକରୁ ଚଳଚ୍ଚିତ୍ରରେ ସକ୍ରିୟ ରହିଛନ୍ତି। ବିଶେଷ ଭାବେ ଶିବାଜୀ କମଲ ହାସନଙ୍କ ଫିଲ୍ମରେ କ୍ରମାଗତ ଭାବେ କାମ କରିଆସୁଥିଲେ। କମଲ ହାସନଙ୍କ ପ୍ରଡକ୍ସନ୍ ହାଉସ୍ ରାଜ କମଲ ଫିଲ୍ମ ଇଣ୍ଟରନ୍ୟାସନାଲ ସହିତ ତାଙ୍କର ଏକ ବିଶେଷ ସମ୍ପର୍କ ଥିଲା। ଏହାର ବ୍ୟାନରରେ ସେ ଅନେକ ସଫଳ ଚଳଚ୍ଚିତ୍ରରେ କାମ କରିଛନ୍ତି । ଜଣେ ଅଭିନେତା/ହାସ୍ୟାଭିନେତା ହେବା ବ୍ୟତୀତ ଶିବାଜୀ ସହକାରୀ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ସାଉଣ୍ଡ ଡିଜାଇନିଂ ମଧ୍ୟ କରିଥିଲେ ଏବଂ ଅନେକ ତାମିଲ ଚଳଚ୍ଚିତ୍ର ନିର୍ମାଣରେ ଉଲ୍ଲେଖନୀୟ ଅବଦାନ ଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button