ରାଜ୍ୟ

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର – Ibnodisha

[ad_1]

ଭୁବନେଶ୍ୱର : ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି ।

ସୂଚନାନୁସାରେ, କଟକ ଜିଲ୍ଲାର ସାଲେପୁର ଅଞ୍ଚଳର ଆନନ୍ଦ ବାରିକ (୪୩ବର୍ଷ) ଏକ ଛୋଟ ପାନ ଦୋକାନ କରି ପରିବାର ଚଳାନ୍ତି । ୧୯୯୬ ମସିହାରେ ଏକ ପିରକ କଣ୍ଟା ତାଙ୍କ ବାମ ପାଦରେ ଫୁଟି ସେପ୍ଟିକ ହୋଇଯାଇଥିଲା । ସେହି କ୍ଷତ କ୍ରମଶଃ କ୍ୟାନ୍ସର ଆଡ଼କୁ ଗତି କରିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କ ବାମ ଗୋଡ କାଟି ଦିଆଯାଇଥିଲା। ସେ ପୂର୍ବରୁ ଦୁଇଥର କୃତ୍ରିମ ଗୋଡ଼ ବ୍ୟବହାର କରିଥିଲେ କିନ୍ତୁ ତାହା ଅତ୍ୟଧିକ ବ୍ୟବହାର ହେତୁ ନଷ୍ଟ ହୋଇଯାଇଥିଲା । ସ୍ଵେଚ୍ଛାସେବୀ ଏସ୍.କେ ଅର୍ଷଦ, ଆନନ୍ଦଙ୍କ କରୁଣ କାହାଣୀ ସମ୍ପର୍କରେ ସୂଚନା ପାଇବା ପରେ ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ (ଓଡ଼ିଶା-ମୋ ପରିବାର)ଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ଏବଂ ସେହିପରି, ପ୍ରାୟତଃ ୧୦ବର୍ଷ ପୂର୍ବେ, ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳର ଅନ୍ୟଜଣେ ବ୍ୟକ୍ତି ରବୀନ୍ଦ୍ର ପରିଡ଼ା ଏକ ଗ୍ରିଲ ଦୋକାନରେ କାମ କରୁଥିବା ବେଳେ ଗରମ ଧାତୁର ଖଣ୍ଡେ ତାଙ୍କ ଡାହାଣ ଗୋଡ ଉପରେ ପଡ଼ିଯିବା ଫଳରେ ଗୋଡ଼ ଜଳି ଯାଇଥିଲା । ଗୋଡ଼ର ଅସ୍ତ୍ରୋପଚାର କରାଯିବା ପରେ କ୍ଷତ ସଂକ୍ରମଣ ଆଡ଼କୁ ଗତି କରିବାରୁ, ତାଙ୍କ ଗୋଡ଼ କଟା ଯାଇଥିଲା । ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ସମ୍ପର୍କରେ ଗଣମାଧ୍ୟମରୁ ଖବର ପାଇବା ପରେ କୃତ୍ରିମ ଗୋଡ଼ ପାଇବା ଆଶାରେ ରବୀନ୍ଦ୍ରଙ୍କ ସାଙ୍ଗ ଓଡ଼ିଶା-ମୋ ପରିବାରକୁ ଯୋଗାଯୋଗ କରିଥିଲେ । ଦୁହିଁଙ୍କର କରୁଣ କାହାଣୀ ସମ୍ପର୍କରେ ଖବର ପାଇବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଦୁଇଜଣଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । କୃତ୍ରିମ ଅଙ୍ଗ ଲାଗିବା ସମୟରେ ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରାଙ୍କ ସମେତ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ(ଓଡ଼ିଶା-ମୋ ପରିବାର, ସ୍ଵେଚ୍ଛାସେବୀ ଏସ୍.କେ ଅର୍ଷଦ ଏବଂ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ ।
କୃତ୍ରିମ ଅଙ୍ଗ ଲାଗିବା ପରେ ଦୁଇଜଣ ଭିନ୍ନକ୍ଷମଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା । ସେମାନେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button