ରାଜ୍ୟ

କୋଏଲରେ ବୁଡ଼ିଯାଇ ଛାତ୍ରଙ୍କ ନିଖୋଜ ଘଟଣା, ବ୍ରାହ୍ମଣୀ ତରକେରା ଡ୍ୟାମରୁ ମିଳିଲା ମୃତଦେହ

ରାଉରକେଲା,୦୫/୧୧: କୋଏଲ ନଦୀରେ ବୁଡ଼ି ନିଖୋଜ ନାବାଳକ ପ୍ରତୀକ ବଡ଼ାଇକ ମୃତଦେହ ଉଦ୍ଧାର। ବ୍ରାହ୍ମଣୀ ତରକେରା ଡ୍ୟାମରୁ ମିଳିଲା ମୃତଦେହ। ନଦୀରେ ଭାସୁଥିବାର ଦେଖି ମାଛ ଧରାଳି ଉଦ୍ଧାର କରିଥିଲେ। ସ୍ଥାନୀୟ ପୋଲିସ ମୃତଦେହ ଜବତ କରିଥିବା ଜଣାପଡିଛି।

ସୂଚନା ଯୋଗ୍ୟ ଯେ, ସେକ୍ଟର-୨୦ ପମ୍ପ୍ ହାଉସ୍ ବସ୍ତିରେ ରହୁଥିବା ରାଜେଶ ବଡାଇକଙ୍କ ୧୧ ବର୍ଷର ପୁଅ ପ୍ରତୀକ ୩ ସାଙ୍ଗଙ୍କ ସହ ଫୁଟ୍ବଲ ମ୍ୟାଚ୍ ଦେଖିବାକୁ ଯାଉଛନ୍ତି ବୋଲି କହି ଘରୁ ବାହାରିଥିଲେ ।

ମାତ୍ର ସେମାନେ କୋଏଲ ନଦୀକୁ ଆସି ସେଠାରେ ଗାଧୋଉଥିବା ବେଳେ ସମସ୍ତେ ବୁଡ଼ି ଯାଇଥିଲେ । ୩ ଜଣ ଛାତ୍ରଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଥିଲେ ହେଁ ପ୍ରତୀକ ନିଖୋଜ ହୋଇ ଯାଇଥିଲେ । ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ନଦୀରେ ବହୁ ଖୋଜାଖୋଜି କରିଥିଲେ ହେଁ କୌଣସି ସନ୍ଧାନ ମିଳିନଥିଲା । ଆଜି ବ୍ରାହ୍ମଣୀ ତରକେରା ଡ୍ୟାମରେ ମୃତଦେହ ଭାସୁଥିବା ବେଳେ ନାବାଳକଙ୍କ ଶବକୁ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button