ରାଜ୍ୟ

ପଞ୍ଚଲିଙ୍ଗେଶ୍ୱର ଠାରେ ସିପିଆଇଏମ ତରଫରୁ ରାସ୍ତାରୋକ

ନୀଳଗିରି ୦୫/୧୧: ନୀଳଗିରି ବଉଳଗଡ଼ିଆ ରାସ୍ତା ଅତି ଶୋଚନୀୟ ହୋଇପଡିଛି। ଠିକାଦାର କାମ ନକରି କାମ ଛାଡି ଦେଇଛି। ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଖାଲ ହୋଇ ଥିବାବେଳେ ଦୈନନ୍ଦିନ ଦୁର୍ଘଟଣା ଘଟୁଛି। ତେଣୁ ଏଥିରେ ଅତିଷ୍ଠ ହୋଇ ଆଜି ସିପିଆଇଏମ ଦଳ ତରଫରୁ ବିଜୟ ପାତ୍ରଙ୍କ ନେତୃତ୍ୱରେ ପଞ୍ଚଲିଙ୍ଗେଶ୍ୱର ଠାରେ ରାସ୍ତାରୋକ କରାଯାଇଛି।

ଫଳରେ ଯାନ ବାହନ ଚଳାଚଳ ବ୍ୟାଘାତ ହୋଇଥିଲା। ତେବେ ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ଯୋଗୁଁ ଖୁବଶୀଘ୍ର ରାସ୍ତା ମରାମତି କାର୍ଯ୍ୟ ସରିବ ବୋଲି କୁହାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button