IBN ଓଡ଼ିଶା ବ୍ୟୁରୋ

ମାନନୀୟ ସଦସ୍ୟଗଣ… ଜନତା ଆପଣଙ୍କୁ ଟେବୁଲ ଭାଙ୍ଗିବାକୁ ଏଠାକୁ ପଠେଇ ନାହାନ୍ତି

ନୂଆଦିଲ୍ଲୀ: ସଂସଦରେ ବଜେଟ ଅଧିବେଶନର ୩ୟ ଦିନରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ଯେତେବେଳେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୃହକୁ ପ୍ରବେଶ କରୁଥିଲେ ଏବଂ ତାଙ୍କ ଆସନରେ ଯାଇ ବସୁଥିଲେ ସେତେବେଳେ ବିରୋଧୀ ନାରାବାଜି କରିବା ଆରମ୍ଭ କରିଦେଲେ ।

ମହାକୁମ୍ଭ ଅଘଟଣ ଏବଂ ମୃତ୍ୟୁ ଘଟଣାକୁ ନେଇ ଟେବୁଲ ବାଡେଇ ହୋହଲ୍ଲା କରୁଥିବା ବେଳେ ବାଚସ୍ପତି କଂଗ୍ରେସ ସାଂସଦ ମଣିକମ୍ ଟାଗୋର ଏବଂ ମନୀଷ ତିୱାରିଙ୍କୁ କଟାକ୍ଷ କରିଥିଲେ। ଆରମ୍ଭରୁ ହଲ୍ଲାବୋଲ ଦେଖି ଟିକେ ବିରକ୍ତି ପ୍ରକାଶ କରି ବାଚସ୍ପତି କହିଲେ, ମାନନୀୟ ସଦସ୍ୟଗଣ… ଜନତା ଆପଣଙ୍କୁ ଟେବୁଲ ଭାଙ୍ଗିବାକୁ ଏଠାକୁ ପଠେଇ ନାହାନ୍ତି ।

ସାଂସଦଙ୍କୁ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା କରିବାକୁ କହିଥିଲେ ବାଚସ୍ପତି ଓମ୍ ବିର୍ଲା । ଏହା ପରେ ବିରୋଧୀ ସଦସ୍ୟମାନେ ପ୍ରୟାଗରାଜ ମହାକୁମ୍ଭ ଦଳାଚକଟା ଉପରେ ଚର୍ଚ୍ଚା କରିବାକୁ ଦାବି କରି ହୋହଲ୍ଲା, ନାରାବାଜି ଲଗେଇଥିଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button