IBN ଓଡ଼ିଶା ବ୍ୟୁରୋ

ସୋସିଆଲ୍‌ ମିଡିଆ ଅପପ୍ରଚାର ବିରୋଧରେ କଡ଼ା ଅଭିମୁଖ୍ୟ ନେଲା ପୁଲିସ୍‌

ପ୍ରୟାଗରାଜ: ମଙ୍ଗଳବାର ପ୍ରୟାଗରାଜରେ ବସନ୍ତ ପଞ୍ଚମୀ ଅବସରରେ ଅମୃତ ସ୍ନାନ ହୋଇଯାଇଛି। ପ୍ରୟାଗରାଜର କୁମ୍ଭମେଳକୁ ନେଇ ଅନେକ ନକଲି ଭିଡିଓ ପୋଷ୍ଟ୍‌ ହେଉଥିବାରୁ ଏହା ବିରୋଧରେ ଏବ‌େ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ୍‌। ମେଲା ପୁଲିସ୍‌ ସୋସିଆଲ୍‌ ମିଡିଆକୁ ନେଇ ଏକ ଚେତାବନୀ ଜାରି କରିଛି। ଏଣିକି ନକଲି ଭିଡିଓ ପୋଷ୍ଟ୍‌ କରି ହିଂସା ଉପୁଜାଉଥିବା ବା ହିଂସା ପାଇଁ ଉସୁକାଉଥିବା ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ ବିରୋଧରେ ଗ୍ରହଣ କର‌ାଯିବ କଡ଼ା କାର୍ଯ୍ୟାନୁ‌ଷ୍ଠାନ।

ଏପରିକି ଫେବ୍ରୁଆରି ୨ ତାରିଖରେ କିଛି ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନେ ନେପାଳ ସହ ଜଡ଼ିତ ଏକ ଘଟଣାର ଭିଡିଓକୁ ସୋସିଆଲ୍‌ ମିଡିଆ‌ରେ ପୋଷ୍ଟ୍‌ କରିଥିବା ଅଭିଯୋଗ ହୋଇଛି। ମେଲା ପୁଲିସ୍‌ ଏବେ ଏଭଳି ଲୋକଙ୍କ ବିରୋଧରେ ଚେତାବନୀ ଜାରି କରିଛି।

କୁମ୍ଭମେଳା ପୁଲିସ୍‌ ଅନୁସାରେ ନେପାଳର ଏକ ଭିଡିଓକୁ କୁମ୍ଭମେଳା ଓ ପ୍ରୟାଗରାଜର ଭିଡିଓ ବୋଲି କୁହାଯାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରାଯାଇଛି। ଏହା ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ମୌନୀ ଅମାବାସ୍ୟାରେ ଘଟିଥିବା ଘଟଣା ପରେ ପ୍ରଶାସନ ନିଜର ଅଣ୍ଟା ଭିିଡିଛି।

ଉଳ୍ଲେଖଯୋଗ୍ୟ, ମୌନୀ ଅମାବାସ୍ୟା ଦିନ ପ୍ରୟାଗରାଜ୍‌ରେ ବଡ଼ ଧରଣର ଦଳାଚକଟା ଘଟିଥିଲା । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଏହାର ଯାଞ୍ଚ କରିବ ଟିମ । ତେବେ ଏକମାସ ଭିତରେ ରିପୋର୍ଟ ପ୍ରଦାନ କରିବେ ଟିମ । ଅନ୍ୟପଟେ ମହାକୁମ୍ଭ ମେଳାରେ ପୁଣି ଥରେ ଯେପରି କୌଣସି ଅଘଟଣ ନଘଟେ ଏନେଇ ସତର୍କ ହୋଇଛନ୍ତି ଉତ୍ତରପ୍ରଦେଶ ସରକାର

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button