IBN ଓଡ଼ିଶା ବ୍ୟୁରୋ

ମହାକୁମ୍ଭରେ ସ୍ନାନ କଲେ ମୋଦୀ, ଆରତି କଲେ

ପ୍ରୟାଗରାଜ: ମାଘ ଅଷ୍ଟମୀ ଓ ଭୀଷ୍ମାଷ୍ଟମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପ୍ରୟାଗରାଜ ଗସ୍ତକରି ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି। ଗେରୁଆ ଜାମା ଓ ଟ୍ରାକ୍ ସୁଟ୍ ପିନ୍ଧି ପ୍ରଧାନମନ୍ତ୍ରୀ ମୋଦୀ ତ୍ରିବେଣୀ ସଙ୍ଗମରେ ରୁଦ୍ରାକ୍ଷ ମାଳା ଧରି ପୂଜାର୍ଚ୍ଚନା କରିବା ସହ ସଂସ୍କୃତ ମନ୍ତ୍ର ଉଚ୍ଚାରଣ କରି ବୁଡ଼ ପକାଇବା ପରେ ନୀଳରଙ୍ଗର କୁର୍ତା, କଳା ଜ୍ୟାକେଟ୍ ଓ ହିମାଚଳୀ ପଶମ ଟୋପି ପିନ୍ଧି ଆରତି କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ଆଖଡ଼ାର ସାଧୁସନ୍ଥମାନଙ୍କୁ ସମ୍ବୋଧିତ କରିବା ସହ ଦେଶ ଗଠନ ବିଷୟରେ ଆଲୋଚନା କରିଥିଲେ। ଏହା ପୂର୍ବରୁ ମୋଦୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଅରିଆଲ ଘାଟରୁ ମହାକୁମ୍ଭ ପର୍ଯ୍ୟନ୍ତ ଡଙ୍ଗାରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା।

କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ମହାକୁମ୍ଭ ୧୪୪ ବର୍ଷରେ ଥରେ ଆସିଥାଏ। ଏଭଳି ଐତିହାସିକ ଧାର୍ମିକ ମୁହୂର୍ତ୍ତରେ କେହି ରାଜନୀତି କରିବା ଉଚିତ ନୁହେଁ। ମୁଁ ଭାଗ୍ୟବାନ ଯେ ମୁଁ ପବିତ୍ର ତ୍ରିବେଣୀ ସଙ୍ଗମରେ ଗାଧୋଇଲି। ଫେବୃଆରୀ ୫ର ଏକ ବିଶେଷ ମହତ୍ତ୍ୱ ରହିଛି କାରଣ ଏହିଦିନ ମାଘ ଅଷ୍ଟମୀ ଓ ଭୀଷ୍ମ ଅଷ୍ଟମୀ ଥିଲା। ଗୁପ୍ତ ନବରାତ୍ରି ବି ଏହା ସହିତ ପାଳନ କରାଯାଉଛି। ପ୍ରାୟ ୩୭ କୋଟି ଶ୍ରଦ୍ଧାଳୁ ମହାକୁମ୍ଭରେ ସ୍ନାନ କରିସାରିଥିବା ବେଳେ ସମଗ୍ର ପ୍ରୟାଗରାଜରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button