ରାଜ୍ୟ

ଲକ୍ଷାଧିକ ଟଙ୍କାର କାଠ ସହିତ ଗାଡି ଜବତ, ଜଣେ ଗିରଫ – Ibnodisha

[ad_1]

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜ ଅଞ୍ଚଳରୁ ବେଆଇନ ଭାବରେ ମୂଲ୍ୟବାନ ଶାଳ କାଠ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ବନବିଭାଗର ଚଢ଼ାଉ କରି ଜଣକୁ ଗିରଫ କରିଥିଲା ବେଳେ କାଠ ସହିତ ଗାଡି ଜବତ କରିଛି ବନବିଭାଗ। ଆଜି ସକାଳୁ ସକାଳୁ ଏକ ବିଶେଷ ସୂତ୍ରରୁ ଖବର କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ସାରଙ୍ଗଗୋଡ ଅଞ୍ଚଳ ଚଢାଉ କରି ଏକ ପିକଅପ ଗାଡ଼ିରେ ୧୮ଟି ଶାଳ ଗଣ୍ଡି ଚୋରା ଚାଲାଣ ହେଉଥିବା ବେଳେ ସାରଙ୍ଗଗୋଡ଼ ନିକଟରୁ ବନ ବିଭାଗର ଗାଡି ସହିତ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି।

ଗାଡ଼ିରେ ଲକ୍ଷାଧିକ ଟଙ୍କାର କାଠ ନେଇ ଯାଉଥିବା ଜନୈକ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହଇଛି ବନ ବିଭାଗ। ଘଟଣାସ୍ଥଳରୁ ଆଉ ଦୁଇ ଜଣ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ତେବେ ଗତ କିଛି ଦିନ ହବ କାଠ ମାଫିଆ ମାନେ ବନବିଭାଗକୁ ଖୋଲା ଚାଲେଞ୍ଜ ଦେଇ ଦିନ ଦ୍ୱି-ପ୍ରହରରେ ଏପରି ଚୋରା ଚାଲାଣ କରିବାରେ ସଫଳ ହେଉଥିବା ବେଳେ ଆଜି ବନବିଭାଗକୁ ଏକ ବଡ଼ ସଫଳତା ମିଳିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button