ରାଜ୍ୟ

ପଞ୍ଚଭୂତରେ ଲୀନ ହେଲେ ସୂର୍ଯ୍ୟ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସତ୍କାର – Ibnodisha

[ad_1]

ଦିଗପହଣ୍ଡି: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ମରଶରୀର ପଞ୍ଚଭୂତରେ ଲୀନ ହୋଇଛି। ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ପୋଡ଼ାମାରୀ ରାସ୍ତା କପାମଣ୍ଡି ନିକଟରେ ଥିବା ତାଙ୍କ ନିଜସ୍ବ ଜମିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସତ୍କାର ‌କରାଯାଇଛି। ବଡ଼ପୁଅ ବିପ୍ଳବ ପାତ୍ର ମୁଖାଗ୍ନି ଦେଇଥିଲେ। ଭୁବନେଶ୍ବରରୁ ମରଶରୀର ପହଞ୍ଚିବା ପରେ ବ୍ରହ୍ମପୁର, ଛତ୍ରପୁର ଓ ଗଞ୍ଜାମ ସମେତ ବିଭିନ୍ନ ସ୍ଥାନରେ ବହୁ ମାନ୍ୟଗଣ୍ୟ ରାଜନେତା ଏବଂ ବୁଦ୍ଧିଜୀବୀମାନେ ସ୍ବର୍ଗତ ପାତ୍ରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରୁ ତାଙ୍କ ନିଜ ନିର୍ବାଚନମଣ୍ଡଳୀ ଦିଗପହଣ୍ଡି ଅଭିମୁଖେ ମରଶରୀରକୁ ଅଣାଯାଇଥିଲା।

ଦିଗପହଣ୍ଡିରେ ମରଶରୀର ପହଞ୍ଚିବା ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷାଦେବୀ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଏସ୍‌ପି ଡା.ଶରବଣା ବିବେକ ଏମ୍., ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା , ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବିଧାୟକ ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳେଇ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ବାଇଁ, ଦିଗପହଣ୍ଡି ବିଡିଓ ଡ. ଚିତ୍ତରଞ୍ଜନ ଦାସ, ତହସିଲଦାର ସିପକ କୁମାର ପାତ୍ର ଓ ସିଡିପିଓ ପୁଷ୍ପାଞ୍ଜଳିଙ୍କ ସମେତ ବହୁ ଜନପ୍ରତିନିଧି ଏବଂ ରାଜ‌ନେତା ଶେଷ ଦର୍ଶନ କରିଥିଲେ। ଏହାପରେ ଦିଗପହଣ୍ଡି-ପୋଡ଼ାମାରି ରାସ୍ତା କପାମଣ୍ଡି ନିକଟରେ ଥିବା ନିଜସ୍ବ ଜମିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସ୍ବର୍ଗତ ପାତ୍ରଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା। ଶବାଧାରରେ ସହସ୍ରାଧିକ ଜନସାଧାରଣ ସାମିଲ ହୋଇଥିଲେ। ବାଲିପଡ଼ାରେ କୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ନେତୃତ୍ବରେ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଲୋକସଭା ବାଚସ୍ପତିଙ୍କ ଶୋକ

ନୂଆଦିଲ୍ଲୀ: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତିଙ୍କ ବିୟୋଗରେ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲା ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ବିର୍ଲା ତାଙ୍କର ଶୋକ ବାର୍ତ୍ତାରେ କହିଛନ୍ତି ଜଣେ ରାଜନେତା ରୂପେ ଶ୍ରୀ ପାତ୍ର ସମାଜର ତୃଣମୂଳ ସ୍ତରର ବ୍ୟକ୍ତିଙ୍କ କଲ୍ୟାଣ ତଥା ଲୋକତାନ୍ତ୍ରିକ ମୂଲ୍ୟର ସୁଦୃଢ଼ୀକରଣ ଦିଗରେ ଅବିସ୍ମରଣୀୟ କାର୍ଯ୍ୟ କରିଛନ୍ତି। ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଶ୍ରୀ ବିର୍ଲା ଶୋକ ବାର୍ତ୍ତାରେ ଜଣାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button