Skin care tips; – ନାକ ଆଉ ମୁହଁ ଉପରେ ଥିବା କଳା ଦାଗ (blackheads) କୁ ଗୋଟେ ରାତିରେ ଦୁର କରନ୍ତୁ…

ବନ୍ଧୁଗଣ ମୁଖମଣ୍ଡଳ ସୁନ୍ଦର ରଖିବାକୁ କିଏ ଅବା ଚାହିଁନଥାଏ । ତେବେ ମୁହଁରେ ଯେତେବେଳେ ବ୍ଲାକହେଡ୍ ବା ୱ୍ହାଇଟ୍ ହେଡ୍ ହୋଇଥାଏ । ତେବେ ମୁହଁ ଅସୁନ୍ଦର ଦେଖାଯାଇଥାଏ । କାରଣ ତାହା ମୁହଁର ସୁନ୍ଦରତାକୁ ଲୁଚାଇ ଦେଇଥାଏ । ତେଣୁ ମୁଖକୁ ସୁନ୍ଦର କରିବା ସହ ମୁହଁରେ ଥିବା ସେହି କଳା ଓ ଧଳା ଦାଗକୁ ଦୂର କରିବା ପାଇଁ ଏହି ଉପାୟକୁ ନିହାତି ଭାବେ ଟ୍ରାଏ କରି ଦେଖନ୍ତୁ । ତେବେ ବ୍ଲାକ ଓ ହ୍ଵାଇଟ୍ ହେଡ୍ କୁ ଦୂର କରିବା ପାଇଁ ଯେଉଁ ଟିପ୍ସ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ସେଥିପାଇଁ ଆପଣଙ୍କୁ ଦରକାର ପଡୁଥିବା ଜିନିଷ ଗୁଡିକ ହେଉଛି । ଟୁଥ ବ୍ରଶ, ଟୁଥ ପେଷ୍ଟ ଓ ଲୁଣ । ଯେତିକି ଆପଣଙ୍କର କଳା ଓ ଧଳା ଦାଗ ଗୁଡିକ ହୋଇଥିବ । ସେହି ଅନୁସାରେ ପ୍ରଥମେ ଏକ ପାତ୍ରରେ ଧଳା ରଙ୍ଗର ଅଳ୍ପ ପେଷ୍ଟ ନିଅନ୍ତୁ । ତାପରେ ସେଥିରେ ଅଳ୍ପ ଅର୍ଥାତ ଚିମୁଟାଏ ଖାଇବା ଲୁଣ ଆଡ୍ କରନ୍ତୁ । ଏହି ଲୁଣ ଦ୍ଵାରା ଆପଣ ନିଜ ଚେହେରାକୁ ସ୍କ୍ରବ ଭଲ ଭାବେ କରିପାରିବେ । ତେବେ ଟୁଥ ପେଷ୍ଟ ଓ ଲୁଣକୁ ଭଲ ଭାବେ ମିକ୍ସ କରି ଦିଅନ୍ତୁ । ତାପରେ ସେହି 2 ଟି ଯାକ ସାମଗ୍ରୀକୁ ଭଲ ଭାବେ ମିଶାଇ ଦିଅନ୍ତୁ ।
ତାପରେ ଆପଣ ପ୍ରଥମେ ନିଜ ଚେହେରାକୁ ସାମାନ୍ୟ ନଖ ଉଷୁମ ପାଣି ସହାୟତାରେ ଧୋଇ ସଫା କରି ଦିଅନ୍ତୁ । ତାପରେ ଆପଣ ପ୍ରସ୍ତୁତ କରିଥିବା ପେଷ୍ଟକୁ ଏକ ବ୍ରସ ସାହାଜ୍ଯରେ ନେଇ ଯେଉଁ ଜାଗାରେ ଆପଣ ହ୍ଵାଇଟ୍ ଓ ବ୍ଲାକ ହେଡ୍ସ ହୋଇଥିବ । ସେହି ସ୍ଥାନରେ ବ୍ରସ ସାହାଜ୍ଯରେ ନେଇ ତାହାକୁ ସ୍କ୍ରବ କରନ୍ତୁ ।
ଧୀରେ ଧୀରେ କରି ସେହି ସ୍ଥାନରେ ଆପଣ ବ୍ରସ ସାହାଜ୍ଯରେ ସେହି ପେଷ୍ଟକୁ ନେଇ ଘଶନ୍ତୁ । 2 ରୁ 3 ମିନିଟ ପର୍ଯ୍ୟନ୍ତ ଏହାକୁ ସ୍କ୍ରବ କରିସାରିଲା ପରେ ତାପରେ ସାମାନ୍ୟ ନଖ ଉଷୁମ ପାଣି ହେଉ ଅବା ସାଧାରଣ ପଣି ସହାୟତାରେ ମୁହଁକୁ ଧୋଇ ସଫା କରିଦିଅନ୍ତୁ । ସେହି ସମୟରେ କୌଣସି ପ୍ରକାର ସାବୁନ କି ଫେସୱାସ ମୁହଁରେ ସଙ୍ଗେ ସଙ୍ଗେ ବ୍ୟବହାର କରିବେ ନାହିଁ ।
ଆପଣ ରାତି ସମୟରେ ଏହାକୁ ଏହିଭଳି ଭାବେ ପ୍ରସ୍ତୁତ କରି ନିଜର ହ୍ଵାଇଟ୍ ଓ ବ୍ଲାକ ହେଡ୍ସ ହୋଇଥିବା ସ୍ଥାନରେ ସ୍କ୍ରବ କରି ମୁହଁକୁ ଧୋଇ କରି ଶୋଇ ପଡନ୍ତୁ । ଏହା ବହୁତ ଇଫେକ୍ଟିଭ ହୋଇଥାଏ । କିଛି ଥର ଏଜିଭଳି ଭାବେ କରିବା ଦ୍ଵାରା ଆପଣଙ୍କ ହ୍ଵାଇଟ୍ ଓ ବ୍ଲାକ ହେଡ୍ସ ସଂପୂର୍ଣ୍ଣ ଭାବେ ସେହି ସ୍ଥାନରୁ ସଫା ହୋଇଯିବ ।