ଅଣ୍ଡା ଆମିଷ ନା ନିରାମିଷ ! ଏହାକୁ ନେଇ ବୈଜ୍ଞାନିକଙ୍କ ମତ ଜାଣନ୍ତୁ…

ବନ୍ଧୁଗଣ ଅଣ୍ଡା ଏକ ପୌଷ୍ଟିକ ଯୁକ୍ତ ଖାଦ୍ୟ ଅଟେ । ଅଣ୍ଡା ଖାଇବା ଦ୍ଵାରା ଆମ ଶରୀରକୁ ବହୁତ ସାରା ଫାଇଦା ମିଳିଥାଏ । ବହୁତ ଲୋକଙ୍କର ଅଣ୍ଡା ଖାଇବା ମଧ୍ୟ ବହୁତ ଅଧିକ ପସନ୍ଦ ମଧ୍ୟ ହୋଇଥାଏ । ହେଲେ ଅନେକ ଥର ଏଭଳି କିଛି ମନକୁ ପ୍ରଶ୍ନ ଆସିଥାଏ ? ଯେ ଅଣ୍ଡା ଆମିଷ ନ ନିରାମିଷ । ତେବେ ବନ୍ଧୁଗଣ ଅଣ୍ଡା ଆମିଷ କି ନିରାମିଷ ଏହାକୁ ନେଇ ବୈଜ୍ଞାନିକଙ୍କ ମତ କଣ ଏଠାରେ ଆଜି ଜାଣିବାକୁ ପାଇବେ । ମାଛ, ମାଂସକୁ ଆମିଷ ବୋଲି କୁହାଯାଇଥାଏ । କାରଣ ସେଥିରେ ମାଂସ ରହିଥାଏ।
ହେଲେ ଅଣ୍ଡା କଣ ଆମିଷ ହୋଇଥାଏ ? କାରଣ ଅଣ୍ଡାରେ ତ ମାଂସ ନଥାଏ । ହେଲେ ଚିକେନରୁ ଆମେ ମାଂସ ପାଇଥାଉ । ହେଲେ ଚିକେନକୁ ମାରି ତ ଆମେ ଅଣ୍ଡା ପାଇପାରିବା ନାହିଁ। ତେଣୁ ଏଭଳି କିଛି କଥାକୁ ଦ୍ରୁଷ୍ଟିରେ ରଖି ଯଦି ଆମେ ବିଚାର କରିବା । ତେବେ ଅଣ୍ଡାକୁ ସଂପୂର୍ଣ୍ଣ ଭାବେ ଆମିଷର ଆକ୍ଷା ଦିଆଯାଇ ପାରିବ ନାହିଁ । ଅଣ୍ଡାରେ 3 ଟି ଭାଗ ରହିଥାଏ ।
ଯାହା ସବୁ ହେଉଛି ଅଣ୍ଡାର ଖୋଳ, ଅଣ୍ଡାର କେଶର ଓ ଅଣ୍ଡାର ଧଳା ଅଂଶ । ଅଣ୍ଡାର ସେହି ଧଳା ଅଂଶରୁ ଆମକୁ ପ୍ରୋଟିନ ମିଳିଥାଏ । ହେଲେ ସେଥିରେ ମାଂସ ନଥାଏ । ତେଣୁ ଅଣ୍ଡାକୁ ଆମିଷ କୁହାଯାଇନପାରେ । ଯଦି ଏଠାରେ ଆମେ ଅଣ୍ଡାର ହଳଦିଆ ଅଂଶ ଅର୍ଥାତ ଅଣ୍ଡାର କେଶର କଥା ଯଦି ବିଚାର କରିବା । ସେଥିରେ ଗୌମିଡ ସେଲ୍ସ ରହିଥାଏ । ଯାହାକି ଆମକୁ ମାଂସହାରୀ କରାଇଥାଏ ।
ହେଲେ ବୈଜ୍ଞାନିକଙ୍କ ମତ ଅନୁସାରେ ଆମେ ଯେଉଁ ଅଣ୍ଡା ଖାଉଛେ । ତାହାକୁ ଅନ ଫର୍ଟିଲାଇଜ ଅଣ୍ଡା ବୋଲି କୁହାଯାଇଥାଏ । କାରଣ ସେହି ଅଣ୍ଡାରୁ କୌଣସି ଛୁଆ ଜାତ ହୋଇପାରିନଥାଏ । ତେଣୁ ଏହି ସବୁ ଦ୍ରୁଷ୍ଟିରୁ ମଧ୍ୟ ଅଣ୍ଡା ଏକ ନିରାମିଷ ଖାଦ୍ଯ ଅଟେ । ତେବେ ଅଣ୍ଡା ହେଉଛି ଏକ ନିରାମିଷ ଖାଦ୍ୟ ବୋଲି ବୈଜ୍ଞାନିକଙ୍କ ମତ ରହିଛି ।
ତେବେ ଗାଈ ଠାରୁ ମିଳୁଥିବା କ୍ଷୀର ଯଦି ନିରାମିଷ ହୋଇପାରେ । ତେବେ ଛୁଆ ହୋଇ ପାରୁନଥିବା ଅଣ୍ଡା ଆମିଷ କିପରି ଭାବେ ହୋଇପାରିବ ? ତେବେ ଏହା ଉପରେ ଆପଣଙ୍କର ମତାମତ କଣ ରହୁଛି ? ଆପଣଙ୍କର ମତାମତ କମେଣ୍ଟ କରିକି ଜଣାନ୍ତୁ ।