ହନୁମାନ ଜୀ ଙ୍କର ଏହା ହେଉଛି ସବୁଠାରୁ ପ୍ରଭାବଶାଳୀ ମନ୍ତ୍ର ! ମାତ୍ର 1 ଥର ଜପ କରିଲେ, ସବୁ ସଙ୍କଟ ଦୂର ହୋଇଥାଏ…

ବନ୍ଧୁଗଣ କଳିଯୁଗର ପ୍ରମୁଖ ଦେବତା ମାନଙ୍କ ମଧ୍ୟରେ ଭଗବାନ ହନୁମାନ ଜୀ ମଧ୍ୟ ଅନ୍ୟତମ ହୋଇଥାନ୍ତି । ତେବେ ପ୍ରଭୁ ହନୁମାନ ଜୀଙ୍କର ଯେଉଁ ଭକ୍ତ ନିଷ୍ଠାର ସହ ପୂଜା ଅର୍ଚନା କରୁଥିବ । ପ୍ରଭୁଙ୍କ ଉପରେ ଅଖଣ୍ଡ ଭରଷା ଓ ବିଶ୍ବାସ ରଖିଥିବ । ତେବେ ସେହି ଭକ୍ତର ଜୀବନରେ କେବେବି ସଙ୍କଟ ଆସିନଥାଏ । ସେହି ଲୋକ ଜୀବନରେ ସବୁ ଝଡଝଞ୍ଜାକୁ ପାର କରି ବହୁତ କିଛି ଜୀବନରେ ବିକାଶ କରିଥାଏ ।
ତେବେ ବନ୍ଧୁଗଣ ତୁଳସୀ ଦାସଙ୍କ ଦ୍ଵାରା ଲେଖା ଯାଇଥିବା କାବ୍ଯାତ୍ମକ କୃତି ହନୁମାନ ଚାଳିଶା ବହୁତ ପ୍ରଭାବଶାଳୀ ହୋଇଥାଏ । ଯାହାକି ହଜାର ହଜାର ମନ୍ତ୍ର ସମାହିତ ହୋଇ ରହିଛି । ଏହାକୁ ପଢିବା ଦ୍ଵାରା କୋଟି ବର୍ଷର ତପସ୍ୟାର ଫଳ ପ୍ରାପ୍ତ ହୋଇଥାଏ ବୋଲି ମଧ୍ୟ କୁହାଯାଇଥାଏ । ତେବେ ସଂପୂର୍ଣ୍ଣ ହନୁମାନ ଚାଳିଶାର ପାଠ ଦ୍ଵାରା ବ୍ୟକ୍ତି ଜୀବନକୁ କୌଣସି ପ୍ରକାର ସଙ୍କଟ ଆସିନଥାଏ । ବ୍ୟକ୍ତିର ସବୁ ସଙ୍କଟକୁ ପ୍ରଭୁ ହନୁମାନ ଜୀ ଦୂର କରିଥାନ୍ତି ।
ତେବେ ବିଶେସ କରି ହନୁମାନ ଚାଳିଶାର ଏହି 5 ଟି ଚଉପାଇ ଯିଏ ଅତି ନିଷ୍ଠା ସହକାରେ ପାଠ କରିଥାଏ । ତା’ ଜୀବନର ସବୁ ଦୁଃଖ, କଷ୍ଟକୁ ପ୍ରଭୁ ବଜରଙ୍ଗୀବାଲୀ ହରଣ କରିନେଇଥାନ୍ତି । ତେବେ ଆଜି ଆମେ ଯେଉଁ ପ୍ରଭାବଶାଳୀ ମନ୍ତ୍ର କହିବାକୁ ଯାଉଛୁ ତାହା ବିଷୟରେ ଏଠାରେ ଜାଣନ୍ତୁ । ପ୍ରଥମ ମନ୍ତ୍ରଟି ହେଉଛି ଭୂତ ପିସାଚ ନିକଟ ନହୀଂ ଆୱେ । ମହାବୀର ଜବ ନାମ ସୁନାୱେ । ଏହି ମନ୍ତ୍ରକୁ 108 ଥର ଜପ କରିବା ଦ୍ଵାରା ବ୍ୟକ୍ତିର ସବୁ ଡର, ଭୟ ମନ ମଧ୍ୟରୁ ଦୂର ହୋଇଯାଇଥାଏ ।
ଦିତୀୟ ମନ୍ତ୍ରଟି ହେଉଛି ନାସୈ ରୋଗ ହରେ ସବ ପୀରା । ଜପଟ ନିରନ୍ତର ହନୁମତ ବୀରା । ଏହାକୁ 108 ଥର ଜପ କରିବା ଦ୍ଵାରା ବ୍ୟକ୍ତିକୁ ବାରମ୍ବାର କୌଣସି ସ୍ଵାସ୍ଥଗତ ସମସ୍ଯାରେ ପୀଡିତ ହେବାକୁ ପଡିନଥାଏ ।
ଅଷ୍ଟସିଦ୍ଧି ନୌ ନିଧି କେ ଦାତା । ଅସ ବର ଦୀନ ଜାନକୀ ମାତା । ଏହାକୁ ମଧ୍ୟ 108 ଥର ଜପ କରିବା ଦ୍ଵାରା ବ୍ୟକ୍ତିକୁ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ମନରେ ଶକ୍ତି ଓ ସାହସ ମିଳିଥାଏ । ବିଦ୍ୟାବାନ ଗୁନୀ ଅତି ଚାତୁର । ରାମ କାଜ କରିବେ କୋ ଆତୁର । ବୁଦ୍ଧି ଓ ବିଦ୍ୟାକୁ ପ୍ରାପ୍ତ କରିବା ପାଇଁ ପ୍ରତିଦିନ ଏହାକୁ 11 ଥର ଜପ କରିବା ଦ୍ଵାରା ବୁଦ୍ଧି, ବିଦ୍ୟା ସବୁ ପ୍ରାପ୍ତ ହୋଇଥାଏ ।
ଭୀମ ରୂପ ଧରି ଅସୁର ସଁହାରେ ରାମଚନ୍ଦ୍ର କେ କାଜ ସଁବାରେ । ଏହି ମନ୍ତ୍ରକୁ ପ୍ରତିଦିନ 108 ଥର ଜପ କରିବା ଦ୍ଵାରା ବ୍ୟକ୍ତିର ଅଟକି ରହିଥିବା କାର୍ଯ୍ୟ ସବୁ ପୂରଣ ହୋଇଥାଏ ।