୨ ପୁଅଙ୍କ ସହ ମିଶି ସ୍ତ୍ରୀଙ୍କୁ ଦୁଷ୍କର୍ମ କଲା ସ୍ୱାମୀ ଆଉ ତାପରେ…. – Ibnodisha

[ad_1]
ନୂଆଦିଲ୍ଲୀ:ଦୁଇ ପୁଅଙ୍କ ସହ ମିଶି ସ୍ତ୍ରୀଙ୍କୁ ଦୁଷ୍କର୍ମ କଲା ସ୍ୱାମୀ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୁମ୍ବାଇର ଏକ ଅଞ୍ଚଳରେ। ଜଣେ ୩୨ ବର୍ଷୀୟା ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଜଣେ ୪୦ ବର୍ଷୀୟ ବୟସ୍କ ସ୍ୱାମୀ ଓ ଦୁଇ ପୁଅଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ୍।
ତିନି ମାସରୁ ଅଧିକ ସମୟ ଧରି ଦୁଇ ସାବତ ପୁଅ ମା’ଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତର ଦୁଇ ପୁଅଙ୍କୁ ଗିରଫ କରିଛି। ମାଆଙ୍କ ସହ ବାରମ୍ବାର ଝଗଡ଼ା ହୋଉଥିବାରୁ ବାପା ଓ ୨ ପୁଅ ଲେସନ ଦେବାକୁ ଯାଇ ଦୀର୍ଘ ଦିନ ଦିନ ଧରି ଦୁଷ୍କର୍ମ କରିଆସୁଥିବା କହିଛି ମୁମ୍ବାଇ ପୋଲିସ୍। ତଦନ୍ତରୁ ଜଣାପଡ଼ିଛି ଯେ କେବଳ ଦୁଷ୍କର୍ମ ସହ ମହିଳାଙ୍କ ଆପତ୍ତିଜନକ ଭିଡିଓ କରି ପର୍ଣ୍ଣ ସାଇଟରେ ଅପଲୋଡ ମଧ୍ୟ କରାଯାଇଛି।
ମହିଳା ଜଣକ ଅଳ୍ପ ବୟସରେ ବିବାହ କରିଥିଲେ। ସେ ୨୦୧୦ ମସିହାରେ ପ୍ରଥମ ସ୍ୱାମୀଙ୍କ ଠାରୁ ଅଲଗା ହୋଇଥିଲେ ଏବଂ ତାଙ୍କ ମାଆ ବାଧ୍ୟ କରିବାରୁ ସେ ୪୦ ବର୍ଷିୟ ଏହି ବ୍ୟକ୍ତିଙ୍କୁ ୨୦୧୫ ମସିହାରେ ବିବାହ କରିଥିଲେ। ଉକେତ ବ୍ୟକ୍ତି ଜଣକ ବିଏମସି କର୍ମଚାରୀ ଭାବରେ କାର୍ଯ୍ୟରତ ଥିଲେ। ଏହି ବ୍ୟକ୍ତି ଜଣଙ୍କର ପ୍ରଥମ ସ୍ତ୍ରୀଙ୍କ ଠାରୁ ୨୦ ବର୍ଷ ଓ ୨୨ ବର୍ଷର ଦୁଇ ପୁଅ ପୂର୍ବରୁ ଥିଲେ।ଦୁହେଁ ପୂର୍ବରୁ ଅନ୍ୟତ୍ର ରହୁଥିଲେ ମାତ୍ର ମହାମାରୀ ପରେ ସେମାନେ ନିଜ ପିତା ଏବଂ ସାବତ ମା (ଅଭିଯୋଗକାରୀ ମହିଳା) ଙ୍କ ସହ ରହିଆସୁଥିଲେ।
ତେବେ ସୂଚନା ଅନୁସାରେ ଉକ୍ତ ମହିଳା ଜଣଙ୍କ ଅନେକ ସମୟରେ ଘରୋଇ ବିବାଦକୁ ନେଇ ଯୁକ୍ତିତର୍କ କରି ଆସୁଥିଲେ। ଯାହାକୁ ତାଙ୍କ ଦ୍ୱିତୀୟ ସ୍ୱାମୀ ଓ ୨ ସାବତ ପୁଅ ଆଦୌ ପସନ୍ଦ କରୁନଥିଲେ ଏନେଇ ମହିଳାଙ୍କୁ ଶିକ୍ଷା ଦେବା ଲକ୍ଷରେ ଏଭଳି କରିଥିବା କୁହାଯାଉଛି।
ଏହି ତିନି ଅଭିଯୁକ୍ତ ଜୁନ୍ ରୁ ଅଗଷ୍ଟ ମଧ୍ୟରେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଆସୁଥିଲେ। ଏଥି ସହ ସେହି ଦୁଷ୍କର୍ମ ଭିଡିଓଗୁଡ଼ିକୁ ଏକ ପର୍ଣ୍ଣ ସାଇଟରେ ଅପଲୋଡ୍ କରିଥିଲେ। ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କ ଦୂର ସମ୍ପର୍କୀୟ ଏହାକୁ ଦେଖିଥିଲେ। ସମ୍ପର୍କୀୟ ପୀଡିତା ମହିଳାଙ୍କ ଭଉଣୀକୁ ଜଣାଇଥିଲେ, ଯାହା ପରେ ସେ ତାଙ୍କ ପିତାମାତାଙ୍କୁ କହିଥିଲେ। ପରିବାର ଏବଂ ସମ୍ପର୍କୀୟଙ୍କ ସହାୟତାରେ ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ଦୁଇ ସାବତ ପୁଅଙ୍କ ବିରୋଧରେ ପୋଲିସ ଅଭିଯୋଗ କରିଥିଲେ।
[ad_2]




