IBN ଓଡ଼ିଶା ବ୍ୟୁରୋ

ସକାଳୁ ସର୍ବ ପ୍ରଥମେ କ’ଣ କରିବା ଉଚିତ ? ଯାହା ଆପଣଙ୍କ ପୁରା ଦିନକୁ ମଙ୍ଗଳମୟ କରିବ…

ବନ୍ଧୁଗଣ ପ୍ରତ୍ଯେକ ବ୍ୟକ୍ତି ସକାଳୁ ରାତି ପର୍ଯ୍ୟନ୍ତ ବହୁତ ପରିଶ୍ରମ କରିଥାନ୍ତି । ଯାହା ଦ୍ଵାରା ସେମାନେ ଧନପଇସା ଅର୍ଜନ କରିବା ସହ ସମାଜରେ ମାନ ସମ୍ମାନ ମଧ୍ୟ ପ୍ରାପ୍ତି କରିପାରିବେ । ତେବେ ବ୍ୟକ୍ତି ଯେତେ ମଧ୍ୟ ପରିଶ୍ରମ କରୁ । ଯଦି ସେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବ ନାହିଁ । ସେ ଧନସମ୍ମାନର ଅଧିକାରୀ ହୋଇପାରିବ ନାହିଁ । ତେଣୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣଙ୍କୁ କଣ କଣ ସବୁ କରିବାକୁ ପଡିବ ତାହା ଏଠାରେ ଜାଣନ୍ତୁ ।

ସବୁବେଳେ ସବୁ ବ୍ୟକ୍ତିଙ୍କୁ ବ୍ରାହ୍ମ ମୂହୁର୍ତ୍ତରୁ ଶୋଇକି ଉଠିବା ବହୁତ ଭଲ କଥା ଅଟେ । ବ୍ରାହ୍ମ ମୂହୁର୍ତ୍ତ ଅର୍ଥାତ ସୁର୍ଯୋଦୟ ପୂର୍ବର ସମୟରେ ଦେବତା, ମୁନିରୁଷୀ ସମସ୍ତେ ଶୋଇକି ଉଠିଥାନ୍ତି । ବ୍ରାହ୍ମ ମୁହୂର୍ତ୍ତରୁ ଯେଉଁ ମାନେ ଶୋଇକି ଉଠିଥାନ୍ତି । ସେମାନଙ୍କ ସ୍ଵାସ୍ଥ ବହୁତ ଭଲ ରହିଥାଏ । ଯଦି ବ୍ୟକ୍ତି ବାରମ୍ବାର ରୋଗ, ବେମାରୀରେ ପୀଡିତ ହେବ ନାହିଁ । ତେବେ ତାହାର ଅଯଥା ଟଙ୍କା ନିଜ ଦେହର ରୋଗ, ବେମାରୀ ପାଇଁ ଖର୍ଚ କରିବାକୁ ପଡିନଥାଏ ।

ବ୍ରାହ୍ମ ମୂହୁର୍ତ୍ତ ସମୟରୁ ଉଠିଲା ପରେ କାହାକୁ ଦେଖିବା କି ଯିବା ପୂର୍ବରୁ ପ୍ରଥମେ ନିଜ ହାତର ଦୁଇ ପାପୁଲିକୁ ଘଷି ତାହାକୁ ନିଜର ମୁହଁରେ ମାରି ପାପୁଲିକୁ ଦେଖନ୍ତୁ । କାରଣ ସମସ୍ତଙ୍କ ହାତର ପାପୁଲିରେ ମା’ ଲକ୍ଷ୍ମୀ, ମା’ ସରସ୍ଵତୀ ଓ ପ୍ରଭୁ ଗୋବିନ୍ଦ ବାସ କରିଥାନ୍ତି । ଏହା ଛଡା ସକାଳୁ ଉଠି ସର୍ବ ପ୍ରଥମେ ଗାଈ, ବେଦଜ୍ଞ ବ୍ରାହ୍ମଣ, ପ୍ରଜ୍ଵଳିତ ଅର୍ଥାତ ଜଳୁଥିବା ଦୀପ କିମ୍ବା କୌଣସି ସୁହାଗିନୀ ନାରୀ ମଧ୍ୟରୁ କାହାକୁ ବି ଦେଖିଲେ ଦେଖିଲେ ଦିନଟି ଆପଣଙ୍କର ମଙ୍ଗଳମୟ ହୋଇଥାଏ ।

ତେବେ ସେହି ସୁହାଗିନୀ ନାରୀ ଯେପରି କଳହପ୍ରିୟା ହୋଇନଥିବ । ତାପରେ ଶଯ୍ୟା ତ୍ୟାଗ କରିବା ସମୟରେ ଭୂମୀ ଉପରେ ପାଦ ପକାଇବା ପୂର୍ବରୁ ପ୍ରଥମେ ଭୂମୀ ମା’ କୁ ପ୍ରଣାମ କରନ୍ତୁ । ତାପରେ କିଛି ବି କରିବା ପୂର୍ବରୁ ପ୍ରଥମେ ନିଜ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । କାରଣ ରାତିରେ ଶୋଇବା ସମୟରେ ଆମ ଆଖି ବନ୍ଦ ହୋଇ ରହିଥାଏ ।

ଯାହା ଦ୍ଵାରା ଆଖିର ତାପ ବଢିଯାଇଥାଏ । ଯାହା ଫଳରେ କି ଆଖି ତଳେ କଳା ପଡିବାର ସମ୍ଭାବନା ରହିଥାଏ । ତେଣୁ ଯଥା ସମ୍ଭବ ଆଖିକୁ ଖୋଲା କରି ଭଲ ଭାବେ ଆଖିକୁ ପାଣି ଛାଟି ଆଖି ଭଲ ଭାବେ ଧୋଇବା ସହ ମୁହଁକୁ ମଧ୍ୟ ଧୋଇ ତାପରେ ନିଜର ଦିନଟି ଆରମ୍ଭ କରନ୍ତୁ ।

ଏହା ଦ୍ଵାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବା ସହ ଦିନଟି ମଧ୍ୟ ଭଲରେ ଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button