ମନ୍ଦିରକୁ ଯିବା ସମୟରେ ଏହି ଭୁଲ କରୁଛନ୍ତି କି ! ଶିବ ମନ୍ଦିର ଯିବା ପୂର୍ବରୁ ଏହି ନିୟମର ପାଳନ କରନ୍ତୁ !

ବନ୍ଧୁଗଣ ଆମେ ମାନେ ପ୍ରଭୁ ଶିବଙ୍କୁ ଦର୍ଶନ ତଥା ପୂଜା ଅର୍ଚନା କରିବା ପାଇଁ ଶିବ ମନ୍ଦିର ଯାଇଥାଉ । ଭଗବାନ ମହାଦେବଙ୍କର କୌଣସି ବ୍ରତ, ପୂଜା ଯାହାବି ଥାଉ । ଆମେ ମାନେ ଶିବ ମନ୍ଦିର ଯାଇଥାଉ । ହେଲେ ଅନେକ ଲୋକ ଶିବ ମନ୍ଦିର ତ ଯାଇଥାନ୍ତି । କିନ୍ତୁ ଶିବ ମନ୍ଦିର ଯିବା ବେଳେ କିଛି ଭୁଲ କରିବସିଥାନ୍ତି । ତେଣୁ ଯେଉଁ ମାନେ ବି ଶିବ ମନ୍ଦିର ଯାଉଥାନ୍ତି । ସେମାନଙ୍କୁ କିଛି ନିୟମର ପାଳନ କରିବାକୁ ପଡିବ । ନଚେତ ଶିବ ମନ୍ଦିର ଯାଇ ପୂଜାଅର୍ଚନା କରିବାର ପୂର୍ଣ୍ଣ ଫଳ ପ୍ରାପ୍ତି ହୋଇପାରିନଥାଏ ।
1- ସୋମବାର ଦିନ ଶିବ ମନ୍ଦିର ଯିବାର ଥିଲେ । ରବିବାର ଦିନ ଆମିଷ ଖାଇବା ଉଚିତ ନୁହେଁ । କାରଣ ରବିବାର ଦିନ ଯାହା ବି ଆମିଷ ଖାଇଥିବେ । ତାହା ସୋମବାର ଦିନ ପେଟରେ ରହିଥାଏ । ତେଣୁ ବ୍ରତ, ପୂଜାପାଠ ଆଦି ସୋମବାରକୁ କରୁଥିବା ଲୋକ ରବିବାର ଦିନ ଆମିଷ ଖାଇବା ଉଚିତ ନୁହେଁ ।
2- ସକାଳୁ ସ୍ନାନ କରୁଥିବା ଜଳରେ ଗୋମୟ, ଗଙ୍ଗା ଜଳ ପକାଇ ସ୍ନାନ କରିବା ଦ୍ଵାରା ଶରୀର ଶୁଦ୍ଧ ହୋଇଯାଇଥାଏ । 3- ମନ୍ଦିରକୁ ଯିବା ବେଳେ ପରିଷ୍କାର ପରିଚ୍ଛନ ପୋଷାକ ପରିଧାନ କରି ଯିବା ଉଚିତ । ହେଲେ ପାଲଟା ଓ ଅଧୂଆ ବସ୍ତ୍ର ପିନ୍ଧି ମନ୍ଦିରକୁ ଯିବା ଉଚିତ ନୁହେଁ । ଶିବ ମନ୍ଦିରକୁ ଯିବା ସମୟରେ ନୀଳ କିମ୍ବା କଳାର କୌଣସି ଗାଢା ରଙ୍ଗର ପୋଷାକ ପିନ୍ଧିକି ଯିବା ଉଚିତ ହୋଇନଥାଏ। ତେଣୁ ଧଳା, ହଳଦିଆ କିମ୍ବା କୌଣସି ଲାଇଟ ରଙ୍ଗର ପୋଷାକ ପିନ୍ଧିକି ଯିବା ଉଚିତ ।
4- ମନ୍ଦିରକୁ ଯିବା ସମୟରେ ଖାଲି ପାଦରେ ଅର୍ଥାତ ଚପଲ ନମାଡି ମନ୍ଦିରକୁ ଯିବା ବହୁତ ଭଲ ହୋଇଥାଏ । କାରଣ ମନ୍ଦିରକୁ ଯିବା ବେଳେ ଆମ ହାତରେ ପୂଜା ପାଇଁ ପ୍ରସାଦ ଧରିକି ନେଇଥାଉ । ତେଣୁ ଯଦି ସମ୍ଭବ ତେବେ ମନ୍ଦିରକୁ ଯିବା ବେଳେ ଖାଲି ପାଦରେ ମନ୍ଦିରକୁ ଯିବାକୁ ଚେଷ୍ଟା କରନ୍ତୁ ।
5- ପାକେଟ ବାଲା କ୍ଷୀର ମହାଦେବଙ୍କୁ ଅର୍ପଣ କରନ୍ତୁ ନହିଁ । ଗାଈର ଶୁଦ୍ଧ କ୍ଷୀରକୁ ହିଁ ଭଗବାନଙ୍କୁ ଅର୍ପଣ କରନ୍ତୁ । ଦେଶୀ ଘିଅରେ ପ୍ରସ୍ତୁତ ଦୀପକୁ ମନ୍ଦିରରେ ଜାଳିବା ପାଇଁ ଚେଷ୍ଟା କରନ୍ତୁ । 6- ପ୍ରଭୁ ଶିବଙ୍କୁ ବେଲପତ୍ର ଓ ଶମୀ ପତ୍ର ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ଶିବ ମନ୍ଦିର ଯିବା ସମୟରେ ବେଲପତ୍ର କିମ୍ବା ଶମୀ ପତ୍ର ଯଦି ଚାହିଁବେ ତେବେ ନେଇକି ଯାଇପାରିବେ ।
ବେଲପତ୍ରକୁ 5, 7, 21 କିମ୍ବା 108 ଏହି ସଂଖ୍ୟା ଅନୁଯାଇ ନିଅନ୍ତୁ ।