ମୃତ୍ୟୁ ପରେ ଆତ୍ମା କାହିଁକି ଯମଲୋକରୁ ନିଜ ଘରକୁ ଫେରି ଆସିଥାଏ ? Garud Puran

ବନ୍ଧୁଗଣ ପୃଥିବୀ ପୃଷ୍ଠରେ ଜନ୍ମ ହୋଇଥିବା ପ୍ରତ୍ଯେକ ଲୋକ ଦିନେ ନା ଦିନେ ମୃତ୍ୟୁ ବରଣ କରିଥାନ୍ତି । ହେଲେ ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଯାଇଥାଏ । ସେତେବେଳେ ସେହି ବ୍ୟକ୍ତିର ଆତ୍ମା ବ୍ୟକ୍ତିର ଶରୀରରୁ ବାହାରି ଯମଲୋକକୁ ଚାଲିଥାଏ । ପୁଣି ଥରେ କ’ଣ ପାଇଁ ସେହି ଆତ୍ମା ଯମଲୋକରୁ ଫେରି ଆସିଥାଏ ? ଏହି ବିଷୟରେ ଏଠାରେ ଆପଣ ଜାଣିବାକୁ ପାଇବେ । ବନ୍ଧୁଗଣ ମୃତ୍ୟୁକୁ ନେଇ ରହିଥିବା ସମସ୍ତ ପ୍ରଶ୍ନର ଉତ୍ତର ଗରୁଡ ପୁରାଣରେ ବିସ୍ତାର ଭାବେ ଆଲୋଚନା କରାଯାଇଛି ।
ତେବେ ସେହି ଗରୁଡ ପୁରାଣ ଅନୁଯାଇ ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଯାଇଥାଏ । ସେତେବେଳେ ଯମଦୂତ ମାନେ ଆସି ସେହି ବ୍ୟକ୍ତିର ଆତ୍ମାକୁ ଯମଲୋକକୁ ନେଇକି ଚାଲି ଯାଇଥାନ୍ତି । ସେହି ଆତ୍ମାଟି ଯେତେବେଳେ ଯମଲୋକରେ ପହଞ୍ଚିଥାଏ । ସେତେବେଳେ ଯମରାଜାଙ୍କ ଆଦେଶ କ୍ରମେ ଚିତ୍ରଗୁପ୍ତ ସେହି ଆତ୍ମାର ଭଲଖରାପ କର୍ମକୁ ବିଚାର କରିଥାଏ । ତାପରେ ଯମଦୂତ ମାନେ ଆସି ପୁଣି ଥରେ ସେହି ମୃତବ୍ୟକ୍ତିର ଆତ୍ମାକୁ ତା’ ର ଘରେ ଆଣି ଛାଡି ଦେଇଥାଏ।
ସେହି ଆତ୍ମା ଯେତେବେଳେ ଘରେ ପହଞ୍ଚି ନିଜର ପ୍ରିୟଜନଙ୍କୁ ଡାକିବାକୁ ଚେଷ୍ଟା କରେ । ସେତେବେଳେ ତା’ ର ଡାକ କେହି ମଧ୍ୟ ଶୁଣିପାରିନଥାନ୍ତି । ଯେତେବେଳେ ଆତ୍ମା ନିଜର ଶରୀରକୁ ପୁନଃ ପ୍ରବେଶ କରିବାକୁ ଚେଷ୍ଟା କରେ । ସେଥିରେ ସେ ବିଫଳ ହୋଇଥାଏ । କାରଣ ସେହି ଆତ୍ମାକୁ ଯମଦୂତ ମାନେ ଫାଶରେ ବାନ୍ଧିଥାନ୍ତି । ଗରୁଡ ପୂରଣ ଅନୁଯାଇ 10 ଦିନ ପର୍ଯ୍ୟନ୍ତ ମୃତ ବ୍ୟକ୍ତିକୁ ଦିଆଯାଉଥିବା ପିଣ୍ଡରୁ ଆତ୍ମାର ବିଭିନ୍ନ ଅଙ୍ଗ ଗଠନ ହୋଇଥାଏ ।
11 ଓ 12 ଦିନ ଯେଉଁ ପିଣ୍ଡ ଦିଆଯାଇଥାଏ । ସେଥିରୁ ଆତ୍ମାର ମାଂସ ଓ ଚମଡା ତିଆରି ହୋଇଥାଏ । 13 ଦିନ ଯେଉଁ ପିଣ୍ଡଦାନ କରାଯାଇଥାଏ । ଆତ୍ମାଟି ଯମଲୋକକୁ ଯିବାର ରାସ୍ତା ନିର୍ମାଣ କରିବା ସହ ସେଠାକୁ ଯିବାର ଶକ୍ତି ମଧ୍ୟ ପାଇଥାଏ । ତେଣୁ ବ୍ୟକ୍ତିର ମୃତ୍ୟୁ ପରେ ସେ ଯମଲୋକକୁ ଯମଦୂତଙ୍କ ସହ ଯାଇଥାଏ ସତ ।
ହେଲେ ସେଠାରୁ ପୁଣି ଥରେ ନିଜ ଘରକୁ ଫେରି ଆସି 13 ଦିନ ପର୍ଯ୍ୟନ୍ତ ନିଜ ଘର ଲୋକଙ୍କ ସହ ରହିଥାଏ । ତାପରେ 13 ଦିନ ଆତ୍ମାଟି ଏହି ମୃତ୍ୟୁ ଲୋକକୁ ଛାଡି ଯମଲୋକକୁଚାଲିଯାଇଥାଏ । ଯମଲୋକକୁ ଯିବା ପାଇଁ ଆତ୍ମାକୁ 12 ମାସର ସମୟ ଲାଗିଥାଏ । ହେଲେ ଯେଉଁ ଲୋକର ମୃତ୍ୟୁ ପରେ 13 ଦିନ ପର୍ଯ୍ୟନ୍ତ ପିଣ୍ଡଦାନ କରାଯାଇନଥାଏ ।
ସେହି ଲୋକର ଯମଲୋକ ଯିବାର ଶକ୍ତି ନଥିବା କାରଣରୁ ଯମଦୂତ ମାନେ ଆସି ତାଙ୍କୁ ଜୋରଜବରଦସ୍ତି କରି ଯମଲୋକକୁ ନେଇଯାଇଥାନ୍ତି । ଯାହା ଦ୍ଵାରା ସେହି ଆତ୍ମାକୁ ବହୁତ କଷ୍ଟଯନ୍ତ୍ରଣା ସହିବାକୁ ପଡିଥାଏ । ତେଣୁ ହିନ୍ଦୁ ଧର୍ମରେ ମୃତ ବ୍ୟକ୍ତିଙ୍କ ପାଇଁ ପିଣ୍ଡଦାନର ବ୍ୟବସ୍ଥା 13 ଦିନ ପର୍ଯ୍ୟନ୍ତ କରାଯାଇଛି ।