ଦେଶ

ସୀମାରେ ସୁରକ୍ଷା ଯୋଗାଇବ ଏଆଇ ଡ୍ରୋନ – Ibnodisha

[ad_1]

ହାଇଦ୍ରାଵାଦ : ଆଣଵିକ କେନ୍ଦ୍ର, ତେଲ କମ୍ପାନୀ ଓ ଗୁରୁତ୍ଵପୁର୍ଣ୍ଣ ସରକାରୀ ସଂସ୍ଥା ଗୁଡିକୁ ସୁରକ୍ଷା ଦେଵା ଉଦେଶ୍ୟରେ ଏକ ଘରୋଇ କମ୍ପାନୀ ଏଆଇ କ୍ଷମତା ଵିଶିଷ୍ଟ ମାରକ ଡ୍ରୋନ ନିର୍ମାଣ କରିଛି। ଏହି ଡ୍ରୋନ ୪୦୦୦ ଵର୍ଗ କିଲୋମିଟର ଅଞ୍ଚଳକୁ ଗୋଟିଏ ସମୟରେ ସୁରକ୍ଷା ଦେଵା ସହ ପୁରା ସହର ଉପରେ ନଜର ରଖିଵ। ୩୬୦ ଡିଗ୍ରୀ  ସୁରକ୍ଷା ଦେଵା ସମୟରେ ଏହି ଡ୍ରୋନ ନିଜ ପ୍ରତିଦ୍ଵନ୍ଦୀ ଡ୍ରୋନକୁ ଧ୍ଵସଂ କରିଦେଵ। ସ୍ଵୟଂ ପରିଚାଳିତ ହେଉଥିଵା ଏହି ଡ୍ରୋନ ଶତ୍ରୁ ଡ୍ରୋନକୁ ଚିହ୍ନିଵା ସହ ତା ଉପରେ ନଜର ରଖିଵ ଓ ତାକୁ ପଛା କରି ୩୦ ସେକେଣ୍ଡ ମଧ୍ୟରେ ନଷ୍ଟ କରିଦେଵ। ହାଇଦ୍ରାଵାଦରେ ଥିଵା ଗ୍ରୀନ ରୋଵୋଟିକ୍ସ ଏହି ଏଆଇ ଡ୍ରୋନକୁ ନିର୍ମାଣ କରିଛି। ଯାହାର ନାଁ ଇନ୍ଦ୍ରଜଲ ରଖାଯାଇଛି। ଏହା ଭାରତର ପ୍ରଥମ ଡ୍ରୋନ ଯିଏ ସୁରକ୍ଷା ଦେଵା ସହ ନିଜ ସାମ୍ନାରେ ଥିଵା ଯେ କୈାଣଷି ଡ୍ରୋନକୁ ନଷ୍ଟ କରିଵ। ଏହା ଵିଶ୍ଵର ପ୍ରଥମ ଡ୍ରୋନ ଭାଵେ ଏକ ଵିସ୍ତ୍ରୁତ ଅଞ୍ଚଳକୁ ସୁରକ୍ଷା ଯୋଗାଇଵ। ଭାରତୀୟ ଵାୟୁସେନାର ଵଳ ଵଢାଇଵାରେ ଏହି ଡ୍ରୋନ ସହାୟକ ହେଵ। ଦିନକୁ ଦିନ ଭାରତରେ ଡ୍ରୋନ ଆକ୍ରମଣ ଵଢିଵାରେ ଲାଗିଛି। ୨୦୨୦ ମଶିହାରେ ୭୬ ଟି ଶତ୍ରୁ ଡ୍ରୋନ ଭାରତ ସୀମା ଅତିକ୍ରମ କରିଥିଲା। ୨୦୨୧ରେ ଏହି ସଂଖ୍ୟା ଵଢି ୧୦୯ରେ ପହଞ୍ଚିଥିଵା ଵେଳେ ୨୦୨୨ରେ ଏହି ସଂଖ୍ୟା ୨୬୬କୁ ପାରି କରିଛି। ୨୦୨୩ର ପ୍ରଥମ ୮ ମାସରେ ୨୦୦ଟି ଡ୍ରୋନ ଅନୁପ୍ରଵେଶ ମାମଲା ସାମ୍ନାକୁ ଆସିଲାଣି। ଏଵେ ଏହି ଏଆଇ ଡ୍ରୋନ ସୀମାରେ ସୁରକ୍ଷା ଯୋଗାଇଵ। ଯାହାର ମୂଲ୍ୟ ୫ କୋଟି ହେଵ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button