IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସ୍ଵପ୍ନରେ ଆପଣ କେବେ ସାପ ଦେଖିଛନ୍ତି କି ! ସ୍ଵପ୍ନରେ ସାପ ଦେଖିଲେ ମିଳିଥାଏ ଏହି ଭୟଙ୍କର ସୂଚନା !

ବନ୍ଧୁଗଣ ଏହି ଦୁନିଆରେ ଏମିତି କେଉଁ ବି ବ୍ୟକ୍ତି ନାହାନ୍ତି । ଜିଏକି ନିଜ ଜୀବନରେ ସ୍ଵପ୍ନ କେବେ ଦେଖି ନାହାନ୍ତି । ତେବେ ସ୍ଵପ୍ନରେ ଦେଖାଯାଉଥିବା ପ୍ରତ୍ଯେକଟି ଜିନିଷର ମହତ୍ଵ ଅଲଗା ଅଲଗା ହୋଇଥାଏ । ତେବେ ଅନେକ ଜଣ ସ୍ଵପ୍ନରେ ସାପ କେବେ ନା କେବେ ଦେଖିଥିବେ । ତେବେ ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ହୋଇଥାଏ ଚାଲନ୍ତୁ ଜାଣିବା ।

1- ସ୍ଵପ୍ନରେ ଯଦି ସାପକୁ ଧରିବା କି ମାରିବାର ଦେଖାଯାଇଥାଏ । ତେବେ ଏହି ସ୍ଵପ୍ନ ଆପଣଙ୍କୁ ଦର୍ଶାଇଥାଏ । ଯେ ବହୁତ ଶୀଘ୍ର ଆପଣଙ୍କ ଶତ୍ରୁର ନାଶ ହେବାକୁ ଯାଉଛି । ଏଥିସହ କୌଣସି ବିଶେଷ ସୂତ୍ରରୁ ଧନର ଲାଭ ମଧ୍ୟ ହୋଇପାରେ ।

2- କେତେ ଲୋକ ସ୍ଵପ୍ନରେ ସାପକୁ ଦେଖି ଭୟ କରିଯାଇଥାନ୍ତି । ଏହାର ଅର୍ଥ ଯେ ଆପଣଙ୍କୁ ଆପଣଙ୍କର କୌଣସି ମିତ୍ର ଠାରୁ ବିଶ୍ବାସଘାତକତା ମିଳିପାରେ ।

3- ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ସାପ କାମୁଡିଦେବାର ଦୃଶ୍ୟ ଦେଖିଥାନ୍ତି । ତେବେ ସେହି ବ୍ୟକ୍ତି ଭବିଷ୍ୟତରେ କୌଣସି ରୋଗ ବେମାରୀରେ ପୀଡିତ ହେବାର ସମ୍ଭାବନା ରହିଥାଏ ।

4- ଧଳା ରଙ୍ଗର ସାପକୁ ଯଦି କୌଣସି ବ୍ୟକ୍ତି କେବେ ତା’ ର ସ୍ଵପ୍ନରେ ଦେଖିଥାଏ । ତେବେ ତାହାକୁ ଅତ୍ୟନ୍ତ ହିଁ ଶୁଭ ସ୍ଵପ୍ନ ବୋଲି କୁହାଯାଇଥାଏ । ସେହି ବ୍ୟକ୍ତିକୁ କୌଣସି ଏକ ଭଲ ଖବର ଶୁଣିବାକୁ ମିଳିପାରେ । ଏଥିସହ ଆର୍ଥିକ ସ୍ଥିତି ମଧ୍ୟ ଆଗାମୀ ସମୟରେ ଭଲ ରହିବାକୁ ଯାଉଛି ବୋଲି ଦର୍ଶାଇଥାଏ ।

5- କୌଣସି ବିବାହିତା ଲୋକ ଯଦି ସ୍ଵପ୍ନରେ କଳା ରଙ୍ଗର ସାପ ଦେଖିବାକୁ ପାଇଥାଏ । ତେବେ ସେହି ବ୍ୟକ୍ତିର ବୈବାହିକ ଜୀବନ ଭଲ ଚାଲୁନାହିଁ ବୋଲି ଦର୍ଶାଇଥାଏ ।

6- ଯଦି କୌଣସି ବ୍ୟକ୍ତିକୁ ସ୍ଵପ୍ନରେ ସାପ କାଟିବା ପାଇଁ ଆସିଥାଏ । ହେଲେ ସାପଟି ସେହି ବ୍ୟକ୍ତିକୁ କାଟିପାରେ ନାହିଁ । ଏହା ମଧ୍ୟ ବହୁତ ଭଲ ସ୍ଵପ୍ନ ହୋଇଥାଏ । କାରଣ ସେହି ବ୍ୟକ୍ତି ତା’ ର ଜୀବନରେ ଯେତେ ବି ବାଧାବିଘ୍ନର ସାମ୍ନା କରୁଥାଉ । ହେଲେ ସେ ବହୁତ ଶୀଘ୍ର ଜୀବନରେ ସଫଳତା ନିହାତି ଭାବେ ପାଇବ ।

7- ଯଦି ସ୍ଵପ୍ନରେ କେବେ ବିଶାଳ ଧରଣର ସାପ ଦେଖିବାକୁ ପାଆନ୍ତି । ତେବେ ଏହି ସ୍ଵପ୍ନ ଦର୍ଶାଇଥାଏ । ଯେ ସେହି ବ୍ୟକ୍ତି ଜୀବନରେ କିଛି ସମସ୍ଯା ଆସିବାକୁ ଯାଉଛି । ତେଣୁ ସ୍ଵପ୍ନରେ ବହୁତ ବଡ ସାପ ଦେଖିବାର ଅର୍ଥ ଖରାପ ସଂକେତ ଦେବାର ସମ୍ଭାବନା ବହୁତ ରହିଥାଏ ।

ତେବେ ସାପକୁ ସ୍ଵପ୍ନରେ ଦେଖିବା ଦ୍ଵାରା ଏହିସବୁ ସଂକେତ ମିଳିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button