ରାଜ୍ୟ

ସେପ୍ଟେମ୍ବର ୨୫ ରୁ ପିସିସିର “ଘରେ ଘରେ କଂଗ୍ରେସ ଅଭିଯାନ – Ibnodisha

[ad_1]

ଭୁବନେଶ୍ୱର- ଆଜି ପ୍ରଦେଶ କଂଗ୍ରେସ କମିଟି ତରଫରୁ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁJjଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ଚଳିତ ମାସ ୨୫ ତାରିଖରୁ “ଘରେ ଘରେ କଂଗ୍ରେସ ଅଭିଯାନ” ଆରମ୍ଭ କରାଯିବ । ଓଡ଼ିଶା ପ୍ରଭାରୀ, ସାଂସଦ ଡଃ ଏ ଚେଲ୍ଲା କୁମାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଦୀର୍ଘ ୨୧ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବ୍ଲକ ତଥା ପ୍ରତ୍ୟେକ ପଂଚାୟତରେ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି ।

ଘରେ ଘରେ କଂଗ୍ରେସ ଅଭିଯାନ କୁ ସମସ୍ତ ଦଳୀୟ ସାଂସଦ / ବିଧାୟକ/ ପୂର୍ବତନ ସାଂସଦ ଓ ପୂର୍ବତନ ମନ୍ତ୍ରୀ/ପୂର୍ବତନ ବିଧାୟକ/ଏଆଇସିସି ଓ ପିସିସି କର୍ମକର୍ତା / ଜିଲ୍ଲା କଂଗ୍ରେସ ସଭାପତି / ଜିଲ୍ଲା ଓ ବ୍ଲକ କଂଗ୍ରେସ କର୍ମକର୍ତା /ଯୁବଛାତ୍ର, ମହିଳା, ସେବାଦଳ ସମେତ ବିଭିନ୍ନ ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟ ପଦାଧିକାରୀ, ସମସ୍ତ କଂଗ୍ରେସର ନିର୍ବାଚିତ ପଂଚାୟତ, ପୌର ଓ ସମବାୟ ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କଂଗ୍ରେସ ବାର୍ତା ଘରେ ଘରେ ପଂହଚାଇବ ।
କେନ୍ଦ୍ର ମୋଦୀ ନେତୃତ୍ୱାଧିନ ଏନଡିଏ ସରକାର ଦୀର୍ଘ ୯ବର୍ଷ ଶାସନ କାଳରେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଯଥା: ପ୍ରତ୍ୟେକ ପରିବାର ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା, ବର୍ଷକୁ ୨କୋଟି ନିଯୁକ୍ତି, ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଦେଢ଼ ଗୁଣ ମୂଲ୍ୟ ପ୍ରଦାନ ସହ ଚାଷୀଙ୍କ ଆୟ ଦୁଇଗୁଣ ବୃଦ୍ଧି କରିବା, ଅତ୍ୟାବଶକୀୟ ସାମଗ୍ରୀର ଦର ନିୟନ୍ତ୍ରଣ କରିବା ଆଦି କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳତାକୁ ପ୍ରସଙ୍ଗ କରାଯିବ । ଏତଦ୍ ବ୍ୟତୀତ ଗଣତନ୍ତ୍ର ତଥା ସମ୍ବିଧାନ ଉପରେ ହେଉଥିବା ନିରବଚ୍ଛିନ୍ନ ଆକ୍ରମଣ ଉପରେ ଆଲୋକପାତ କରାଯିବ ।
ଅନୁରୂପ ଭାବରେ ନବୀନ ପଟ୍ଟନାୟକ ନେତୃତ୍ୱାଧିନ ରାଜ୍ୟ ବିଜେଡ଼ି ସରକାରର ବହୁବିଧ ବିଫଳତା ଓ ଭ୍ରଷ୍ଟାଚାର ସମ୍ପର୍କରେ ରାଜ୍ୟବାସୀଙ୍କୁ ଘରେ ଘରେ କଂଗ୍ରେସ ଅବଗତ କରିବ । ରାଜ୍ୟରେ ନାରୀ ନିର୍ଯ୍ୟାତନା ବୁଦ୍ଧି,ବେକାରୀ ସମସ୍ୟା ବୃଦ୍ଧି,ସରକାରୀ ପଦବୀ ୨,୨୬୦୦୦ ପଦବୀ ପୂରଣ ନହୋଇ ପଡ଼ିରହିଛି । ପ୍ରତ୍ୟେକ ବ୍ଲକରେ ୩୫ ପ୍ରତିଶତ ଜଳସେଚନ ରେ ସାମର୍ଥ୍ୟ ନହେବା, ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ ନମିଳିବା, ଟାଟା ପୱାରକୁ ବିଜୁଳି ଯୋଗାଣ ବ୍ୟବସ୍ଥା ଟେକିଦେଇ ଉପଭୋକ୍ତାଙ୍କୁ ଶୋଷଣ କରିବା, ଚାଷୀଙ୍କୁ ଧାନର ଅଭାବୀ ଦର ନିୟନ୍ତ୍ରଣରରେ ବିଫଳହେବା, ଅନୁସୂଚିତ ଜାତି, ଜନଜାତିଙ୍କ ପ୍ରତି ହିଂସା ଓ ନିର୍ଯ୍ୟାତନା ବୃଦ୍ଧି ରୋକିବାରେ ବିଫଳହେବା, ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେବାର ଘୋଷଣା କରି ପୁନର୍ବାର ଠିକାନିଯୁକ୍ତି ଲାଗୁ କରିବା ଆଦି ରାଜ୍ୟବାସୀଙ୍କୁ ବ୍ୟଥିତ କରୁଥିବା ସମସ୍ୟା ଗୁଡ଼ିକ ସମ୍ପର୍କରେ ଅବଗତ କରାଯିବ ବୋଲି ବିସ୍ତୃତ ଭାବେ ଶ୍ରୀ ପଟ୍ଟନାୟକ କହିଥିଲେ ।
ମିଡ଼ିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏହି କାର୍ଯ୍ୟକ୍ରମକୁ କଂଗ୍ରେସର ଆଗାମୀ ନିର୍ବାଚନୀ ରଣନୀତି ଭାବରେ ବର୍ଣ୍ଣନା କରିବା ସହ କଂଗ୍ରେସ ତରଫରୁ ଏଥିପ୍ରତି ରାଜ୍ୟବାସୀଙ୍କ ସହଯୋଗ କାମନା କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଭାରୀ ଡା.ଏ ଚେଲ୍ଲା କୁମାର, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ପିସିସି ସାଧାରଣ ସଂପାଦକ ରଶ୍ମି ମହାପାତ୍ର ଓ ପ୍ରବୋଧ ତିର୍କି ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button