ଠାକୁର ଘରେ ଶଙ୍ଖ ରଖିଛନ୍ତି କି ! ଜାଣି ରଖନ୍ତୁ ଶଙ୍ଖ ରଖିବାର କିଛି ମହତ୍ଵପୂର୍ଣ୍ଣ ଟିପ୍ସ ! Anuchinta

ଆମ ହିନ୍ଦୁ ଧର୍ମରେ ଶଙ୍ଖର ବହୁତ ଅଧିକ ମହତ୍ଵ ରହିଛି । ପ୍ରତ୍ଯେକ ହିନ୍ଦୁ ଘରର ଠାକୁର ଘରେ ଶଙ୍ଖ ଅବଶ୍ୟ ରହିଥିବାର ଦେଖାଯାଇଥାଏ । ହେଲେ ଯେଉଁ ମାନେ ନିଜ ଠାକୁର ଘରେ ଶଙ୍ଖ ରଖୁଥାନ୍ତି । ତେବେ ଶଙ୍ଖ ସହ ଜଡିତ କିଛି ନିୟମ ଉପରେ ମଧ୍ୟ ଅବଶ୍ୟ ଧ୍ୟାନ ରଖନ୍ତୁ । ଯାହା ଦ୍ଵାରା ପୂଜାପାଠରେ ଶଙ୍ଖର ବ୍ୟବହାର କରୁଥିଲେ । ତାହାର ଉଚିତ ଫଳ ଆପଣଙ୍କୁ ପ୍ରାପ୍ତି ହୋଇପାରିବ । ଭଗବାନ ନାରାୟଣଙ୍କର ପ୍ରିୟ ବସ୍ତୁ ହେଉଛି ଶଙ୍ଖ ।
କାରଣ ଭଗବାନ ନାରାୟଣଙ୍କ ହାତରେ ସର୍ବଦା ଶଙ୍ଖ ଶୋଭା ପାଇଥାଏ । ସେଥିପାଇଁ ପ୍ରତ୍ଯେକଟି ପୂଜା କାର୍ଯ୍ୟରେ କାର୍ଯ୍ୟକୁ ମଙ୍ଗଳ ତଥା ସାର୍ଥକ କରିବା ପାଇଁ ଶଙ୍ଖର ବ୍ୟବହାର କରାଯାଇଥାଏ । 1- ପ୍ରତ୍ଯେକ ଦିନ ପୂଜା କରିବା ସମୟରେ ସକାଳେ ଓ ସନ୍ଧ୍ଯା ସମୟରେ ଶଙ୍ଖ ବଜାନ୍ତୁ । ଯାହା ଦ୍ଵାରା ଘର ପରିବେଶରେ ସକାରାତ୍ମକ ଊର୍ଜାର ସଂଚାର ହୋଇଥାଏ । ଘରର ବାତାବରଣ ଶୁଦ୍ଧ ହୋଇଯାଇଥାଏ ।
2- ଶଙ୍ଖ ବଜାଇବା ସମୟରେ 3 ଥର ଅଧା ବଜାଇବେ । ଏଭଳି ଶଙ୍ଖ ବଜାଇବା ବହୁତ ଘର ପାଇଁ ଶୁଭ ମନା ଯାଇଥାଏ । 3- ଶଙ୍ଖ ବଜାଇବା ସମୟରେ ତାହାକୁ ପୂର୍ଣ୍ଣ ଭାବରେ ବଜାନ୍ତୁ । ହେଲେ କେବେବି ଅଧାଖଣ୍ଡିଆ ଶଙ୍ଖ ବଜାନ୍ତୁ ନାହିଁ । କାରଣ ଅଧାଖଣ୍ଡିଆ ଶଙ୍ଖ ବଜାଇବା ଶୁଭ ହୋଇନଥାଏ । 4- ଯେଉଁ ଘରେ ଶଙ୍ଖ ନଥାଏ । ସେହି ଘରକୁ କେବେବି ମାତା ଲକ୍ଷ୍ମୀଙ୍କର ପ୍ରବେଶ ହୋଇନଥାଏ । ସେଥିପାଇଁ ସେହି ସବୁ ଘରେ ଧନର ଅଭାବ ଦେଖାଦେଇଥାଏ ।
5- ଶଙ୍ଖକୁ ଠାକୁର ଘରେ ଉଚ ସ୍ଥାନରେ ରଖନ୍ତୁ । ଶଙ୍ଖକୁ କୌଣସି ତଳ ସ୍ଥାନରେ ରଖନ୍ତୁ ନାହିଁ । 6- ଯେଉଁ ବ୍ୟକ୍ତିଙ୍କର ହାର୍ଟ କିମ୍ବା ପେଟ ଜନିତ କିଛି ସ୍ଵାସ୍ଥସମସ୍ଯା ରହିଥାଏ । ତେବେ ସେହି ବ୍ୟକ୍ତି ମାନେ ଶଙ୍ଖ ଅବଶ୍ୟ ବଜାନ୍ତୁ । କାରଣ ପେଟ ଓ ହାର୍ଟ ଜନିତ ସମସ୍ଯାରେ ପୀଡିତ ବ୍ୟକ୍ତି ଶଙ୍ଖ ବଜାଇବା ଦ୍ଵାରା ସେମାନଙ୍କର ସ୍ଵାସ୍ଥବସ୍ତାରେ ଧୀରେ ଧୀରେ ଭଲ ସୁଧାର ଆସିଥାଏ ।
7- ଶଙ୍ଖକୁ ଧରିବା ମାତ୍ରେ ହିଁ ବ୍ୟକ୍ତି ପବିତ୍ର ହୋଇଯାଇଥାଏ । କାରଣ ଶଙ୍ଖ ହେଉଛି ଗୋଟିଏ ଅତ୍ୟନ୍ତ ପବିତ୍ର ବସ୍ତୁ । ତେଣୁ ପ୍ରତ୍ଯେକ ବ୍ୟକ୍ତି ଶଙ୍ଖ ଧରିବା ପୂର୍ବରୁ ନିଜକୁ ସ୍ନାନ କରି ଶୁଦ୍ଧ କରିବା ଉଚିତ । 8- ଘରେ 2 ଟି ଶଙ୍ଖ ରଖିବାକୁ ଚେଷ୍ଟା କରନ୍ତୁ । ଦକ୍ଷିଣାବର୍ତ୍ତୀ ଶଙ୍ଖ ଘରେ ରଖନ୍ତୁ । 9- ଘରେ କୌଣସି ଭୁତ, ପ୍ରେତର ଆଶଙ୍କା ରହୁଥିଲେ । ନିହାତି ଘରେ ଶଙ୍ଖ ବଜାନ୍ତୁ ।
10- ଶଙ୍ଖ ମଧ୍ୟରେ ପାଣି ରଖି ସେହି ପାଣିକୁ ପାଦୁକା କରି ସେବନ କରିଲେ । ସେହି ବ୍ୟକ୍ତି ଅନେକ ପ୍ରକାର ରୋଗ, ବେମାରୀରୁ ନିଜକୁ ଦୂରରେ ରଖିପାରିବ ।