ମନୋରଞ୍ଜନ

ସେପ୍ଟେମ୍ବର ୨୩ରେ ମଙ୍ଗନ ଓ ୨୪ରେ ବିବାହ: ଉଦୟପୁରରେ ଜୀବନସାଥୀ ହେବେ ରାଘବ-ପରିଣୀତି – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଚଳିତ ବର୍ଷ ମେ’ ମାସରେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ପରଠାରୁ ଦୁହିଁଙ୍କ ବିବାହ କେବେ ହେବ ସେନେଇ ଚର୍ଚ୍ଚା ଚାଲିଥିଲା। ହେଲେ ‌ଏବେ ଦୁହିଁଙ୍କ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି। କୁହାଯାଉଛି ଯେ, ପରିଣୀତି ଓ ରାଘବ ଚଳିତ ବର୍ଷ ସେପ୍ଟେମ୍ବରରେ ବିବାହ କରିବେ। ସେପ୍ଟେମ୍ବରରେ ୨୩ରେ ମଙ୍ଗନ ଓ ୨୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଧାର୍ଯ୍ୟ କରିଥିବା ଜଣାପଡ଼ିଛି। ଭଉଣୀ ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ‌ଚୋପ୍ରା ଜୋନସଙ୍କ ଭଳି ପରିଣୀତି ମଧ୍ୟ ରାଜସ୍ଥାନ ଉଦୟପୁରରେ ବିବାହ କରିବେ।

ପାରିଣୀତି ଚୋପ୍ରା କିଛି ସପ୍ତାହ ପୂର୍ବରୁ ଉଦୟପୁର ଯାଇଥିଲେ ଏବଂ ସେଠାରେ ପ୍ରଶାସନିକ ଅଧିକାରୀଙ୍କ ସହ ଅନେକ ସମୟ ଆଲୋଚନା କରିଥିଲେ। ଏହି ଖବର ଭାଇରାଲ ହେବାରୁ ପରିଣୀତି ଉଦୟପୁରରେ ହିଁ ବିବାହ କରିବାକୁ ସ୍ଥିର କରିଥିବା କୁହାଯାଇଥିଲା। ଏବେ ଏହି ଖବର ସତ ବୋଲି ଚର୍ଚ୍ଚା ହେଉଥିଲେ ବି ରାଘବ-ପରିଣୀତି ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ଖବର ଅନୁଯାୟୀ, ପରିଣୀତି ଏବଂ ରାଘବଙ୍କ ବିବାହ ପାଇଁ ଉଦୟପୁରର ବିଳାସପୂର୍ଣ୍ଣ ହୋଟେଲ ଲୀଲା ପ୍ୟାଲେସ୍ ଏବଂ ଉଦୟବିଲାସ୍ ହୋଟେଲ ବୁକ୍ କରାଯାଇଛି। ଉଭୟ ଷ୍ଟାର ହୋଟେଲରେ ଏବେ ଦୁହିଁଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କୁହାଯାଉଛି ଯେ ଏହି ବିବାହରେ ରାଜନୀତି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଅନେକ ସେଲିବ୍ରିଟି ଯୋଗ ଦେବେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button