ଦେଶ

କିଛିଘଣ୍ଟା ମଧ୍ୟରେ ଘରଭଡ଼ା ୧୦ହଜାର ଟଙ୍କା ବୃଦ୍ଧି କଲେ ମାଲିକ – Ibnodisha

[ad_1]

ନୂଆଦିଲ୍ଲୀ:  ବେଙ୍ଗାଲୁରୁ ହେଉଛି ଏମିତି ଏକ ସହର ଯେଉଁଠାରେ ସବୁବେଳେ ବ୍ୟସ୍ତ  ଟ୍ରାଫିକ୍ ରହିଥ‌ାଏ। ସେଠାରେ ଜମି ଓ ଘରଭଡ଼ାର ଉଚ୍ଚଦରକୁ ନେଇ ଚର୍ଚ୍ଚା ଜୋର ଧରିଥ‌ାଏ। ସୋସିଆଲ ମିଡିଆରେ ଏମିତି ଅନେକ ବ୍ୟବହାରକାରୀ ଅଛନ୍ତି ଯେଉଁମାନେ ଘରମାଲିକ ମାଗୁଥିବା ଅତ୍ୟଧିକ ଭଡାକୁ ନେଇ ନିଜର ଅନୁଭୂତି ବାଣ୍ଟି ଥାଆନ୍ତି । ଏହି କ୍ରମରେ ଏକ ପୋଷ୍ଟ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

ଯେଉଁଥିରେ ଦର୍ଶାଯାଇଛି ଯେ ଜଣେ ଘରମାଲିକ କିପରି କିଛି ଘଣ୍ଟା ମଧ୍ୟରେ ଇନ୍ଦିରାନଗରରେ ଥିବା ୨ବିଏଚକେ ଫ୍ଲାଟର ଭଡାକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରି ଦେଇଛନ୍ତି।

ଏକ୍ସ (ଟ୍ୱିଟର) ରେ ନିତିନ କାଲ୍ରା ଅନ୍ୟ ଜଣେ ଏକ୍ସ ବ୍ୟବହାରକାରୀ @ ଭରତ_ଏମଜି ଦ୍ୱାରା କରାଯାଇଥିବା ‘ଭଡା ପାଇଁ ଉପଲବ୍ଧ’ ପୋଷ୍ଟର ସ୍କ୍ରିନସଟ ସେୟାର କରିଛନ୍ତି। ଏହି ସମ୍ପତ୍ତିରେ ଆଧୁନିକତାକୁ ଦୃଷ୍ଟି‌ରେ ରଖି ସାଜସଜ୍ଜା ଏବଂ ସୁବିଧା ଥିଲା। ପୋଷ୍ଟଟି ଶୀଘ୍ର ଇଣ୍ଟରନେଟର ନିଆଁ ଭଳି ଭାଇରାଲ ହୋଇଯାଇଥିଲା । ଯେଉଁଥିରେ ଦେଖିବାକୁ ମିଳୁଛି  ୬ ଘଣ୍ଟା ମଧ୍ୟରେ ଘରମାଲିକ ତାଙ୍କ ସମ୍ପତ୍ତିର ଭଡା ୪୫ ହଜାରରୁ ୫୫ ହଜାରକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହି ପୋଷ୍ଟ ଦେଖି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି”ଆଉ କିଛି ବର୍ଷ ପରେ ବେଙ୍ଗାଲୁରୁରେ ରହିହେବ ନାହିଁ। ସରକାର ଏଥିରେ ହସ୍ତକ୍ଷେପ କରିବା ଏବଂ ଭଡା ଉପରେ ନିୟନ୍ତ୍ରଣ ଲଗାଇବା ଉଚିତ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button