ଦେଶ

ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା – Ibnodisha

[ad_1]

ଅରୁଣାଚଳ ପ୍ରଦେଶ : ଅରୁଣାଚଳ ପ୍ରଦେଶର ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ତିରପ ଜିଲ୍ଲାର ରାହୋ ଗାଁରେ ଗୁଳି କରି ହତ୍ୟା କରାଯାଇଛି। ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି। ମୃତ ପୂର୍ବତନ ବିଧାୟକଙ୍କ ନାଁ ୟସମେନ ମାଟେ। ସେ ତାଙ୍କର ତିନି ଜଣ ସମର୍ଥକ ସହିତ କୌଣସି ବ୍ୟକ୍ତିଗତ କାମରେ ରାହୋ ଗାଁକୁ ଯାଇଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ କୌଣସି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଗାଁ ନିକଟସ୍ଥ ଜଙ୍ଗଲ ଆଡ଼କୁ ନେଇ ଯାଇଥିଲା।

ଏହାର କିଛି ସମୟ ପରେ ସେହି ସ୍ଥାନରେ ଗୁଳି ଫୁଟିବାର ଶବ୍ଦ ଶୁଣିଥିଲେ ଅନ୍ୟମାନେ। ସମସ୍ତେ ସେଠାକୁ ଯିବା ପରେ ପୂର୍ବତନ ବିଧାୟକ ୟସମେନ ମାଟେଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦିଗ୍ଧ ଆତଙ୍କବାଦୀର ନାଁ କହିବାକୁ ଏସ୍‌ପି ମନା କରି ଦେଇଥିବା ବେଳେ ଏଥିରେ ପ୍ରତିବନ୍ଧିତ ସଂଗଠନ ନ୍ୟାଶନାଲ ସୋଶିଆଲିଷ୍ଟ କାଉନ୍‌ସିଲ ଅଫ୍ ନାଗାଲ୍ୟାଣ୍ଡ (କେୱାଇଏ)ର ସଂପୃକ୍ତି ରହିଥିବା ଜଣାପଡ଼ିଛି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button