ମନୋରଞ୍ଜନ

ବାଛନ୍ତୁ ନିଜ ପସନ୍ଦର ଗୋଟିଏ ପତ୍ର ଓ ଜାଣନ୍ତୁ ନିଜ ବିଷୟରେ ଏକ ଖାସ କଥା- Personality Test

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଛବି ମାଧ୍ୟମରେ ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବା ମନୋବିଜ୍ଞାନ ର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ।ଏହା ଆପଣଙ୍କ ଭବିଷ୍ୟତ ସମ୍ବନ୍ଧରେ ବେଶୀ କିଛି କୁହନ୍ତି ନାହିଁ କିନ୍ତୁ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧରେ ବହୁତ କିଛି କହିଥାନ୍ତି।ଯାହା ଆପଣଙ୍କୁ ସଫଳ ଭବିଷ୍ୟ ନିର୍ମାଣ କରିବାରେ ସହାୟକ ହୋଇଥାଏ।ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବା ନିମନ୍ତେ ଯେତେବେଳେ ଛବି ର ସାହାଯ୍ୟ ନିଆ ଯାଇଥାଏ ସେତେବେଳେ ବିଭିନ୍ନ ପ୍ରକାର ରଙ୍ଗ ଥିବା ବସ୍ତୁ କୁ ନିଆଯାଇଥାଏ ଏବଂ ସେଥି ମଧ୍ୟରୁ କୌଣସି ଗୋଟିଏ ଆପଣଙ୍କ ମସ୍ତିଷ୍କ ରେ ଗଭୀର ଛାପ ପକାଇଥାଏ ଏବଂ ଆପଣ ତାହା ବାଛିଥାନ୍ତି ।

ଏହାଦ୍ବାରା ଆପଣଙ୍କ ମଧ୍ୟରେ ଥିବା ଭାବନା ସମ୍ବନ୍ଧରେ ସ୍ପଷ୍ଟ ରୂପରେ ଜଣା ପଡ଼ିଥାଏ।ସେହିପରି ଅନ୍ୟ ପକ୍ଷରେ କୌଣସି ଅଲଗା ଆକୃତି ଥିବା ଛବି ମଧ୍ୟ ନିଆ ଯାଇଥାଏ । ତାହାର ମହତ୍ତ୍ୱ ମଧ୍ୟ ସମାନ ଅଟେ।


ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ପତ୍ର ର ଛବି ଦେଖାଇବୁ ଏବଂ ଆପଣଙ୍କୁ ସେହି ପତ୍ର ଗୁଡ଼ିକ ମଧ୍ୟରୁ ଯେ କୌଣସି ଗୋଟିଏ କୁ ବାଛିବାକୁ ପଡ଼ିବ । ଆପଣ ବାଛିଥିବା ପତ୍ର ଅନୁସାରେ ଆମେ ଆପଣ ମାନଙ୍କୁ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଜାଣିବା ଆପଣ ବାଛିଥିବା ପତ୍ର ଅନୁସାରେ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧରେ।

୧. ବନ୍ଧୁଗଣ ଯଦି ଆପଣ ପ୍ରଥମ ରେ ଥିବା ପତ୍ର ର ଛବି କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଜଣେ ଶାନ୍ତ ଏବଂ ସରଳ ସ୍ୱଭାବ ର ବ୍ୟକ୍ତିତ୍ବ ଅଟନ୍ତି । ଆପଣ ସର୍ବଦା ଅନ୍ୟ ର ସାହଯ୍ୟ କରନ୍ତି । କିନ୍ତୁ ଲୋକମାନେ ଆପଣଙ୍କ ଏହି ଭଲ ଗୁଣ ର ଫାଇଦା ଉଠାଇଥାନ୍ତି ଏବଂ ଏଥିପାଇଁ ଆପଣ ଦୁଃଖୀ ମଧ୍ୟ ହୋଇଯାନ୍ତି।

୨. ବନ୍ଧୁଗଣ ଯଦି ଆପଣ ଦ୍ଵିତୀୟ ରେ ଥିବା ପତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଜଣେ ଆକର୍ଷକ ବ୍ୟକ୍ତିତ୍ବ ର ମାଲିକ ଅଟନ୍ତି । ଆପଣ ଜୀବନ ରେ ଯଦି କାହାକୁ ପସନ୍ଦ କରିଥାନ୍ତି ତେବେ ଜୀବନ ସାରା ଆପଣ ତାଙ୍କ ସାଥ ଦେଇଥାନ୍ତି । ଆପଣଙ୍କ ଏହି ଖାସ ଗୁଣ ଅନ୍ୟ ମାନଙ୍କୁ ବହୁତ ପସନ୍ଦ ହୋଇଥାଏ ଏବଂ ଆପଣ ତାଙ୍କ ପାଇଁ ପ୍ରେରଣା ସ୍ରୋତ ସାଜିଥାନ୍ତି।

୩. ବନ୍ଧୁଗଣ ଯଦି ଆପଣ ତୃତୀୟ ରେ ଥିବା ପତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଜଣେ ମହତ୍ତ ଆକାଂକ୍ଷା ରଖୁଥିବା ବ୍ୟକ୍ତିତ୍ୱ ଅଟନ୍ତି । ଆପଣଙ୍କ ଉପରେ ଏଥିପାଇଁ ଅନେକ ଚାପ ମଧ୍ୟ ରହିଥାଏ । କିନ୍ତୁ ଆପଣ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି କାରଣ ଜୀବନ ର ସମସ୍ତ ପରିସ୍ଥିତି ରେ ଭାଗ୍ୟ ଆପଣଙ୍କ ସାଥ ଦେଇଥାଏ ଏବଂ ଆପଣ ଏଥିପାଇଁ କୃତଜ୍ଞତା ମଧ୍ୟ ଜ୍ଞାପନ କରିଥାନ୍ତି।

୪. ବନ୍ଧୁଗଣ ଯଦି ଆପଣ ଚତୁର୍ଥ ରେ ଥିବା ପତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଅନ୍ୟ ମାନଙ୍କ ପାଇଁ ଭଗବାନ ସଦୃଶ ହୋଇଥାନ୍ତି । ଆପଣଙ୍କ ମନରେ ସମସ୍ତଙ୍କ ପାଇଁ ଉଦାର ଓ ଦୟା ଭାବ ରହିଥାଏ । ଏହି କାରଣରୁ ଅନ୍ୟ ମାନଙ୍କ ମଧ୍ୟରେ ଆପଣ ଲୋକପ୍ରିୟତା ହାସଲ କରନ୍ତି ଏବଂ ଅନ୍ୟ ମାନେ ଆପଣଙ୍କ ସହିତ ନିଜର ମନ କଥାକୁ ମଧ୍ୟ ବାଣ୍ଟିଥାନ୍ତି।

୫. ବନ୍ଧୁଗଣ ଯଦି ଆପଣ ପଞ୍ଚମ ରେ ଥିବା ପତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଜଣେ ଭଲ ବିଚାରକ ଅଟନ୍ତି । ଆପଣ ସର୍ବଦା କୌଣସି ବି କଥାର ଉଭୟ ପକ୍ଷ କୁ ଦେଖି ନିଷ୍ପତ୍ତି ନେଇଥାନ୍ତି । ଆପଣ ଜଣେ ଗଭୀର ଚିନ୍ତକ ଅଟନ୍ତି ଏବଂ ଆପଣଙ୍କୁ ମଧ୍ୟ ସେହି ଭଳି ସ୍ୱଭାବ ର ବ୍ୟକ୍ତି ହିଁ ପସନ୍ଦ ଆସିଥାନ୍ତି।

୬. ବନ୍ଧୁଗଣ ଯଦି ଆପଣ ଷଷ୍ଠ ରେ ଥିବା ପତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ସବୁବେଳେ ଅନ୍ୟ ମାନଙ୍କ ଠାରୁ ସ୍ୱତନ୍ତ୍ର ବିଚାର ଧାରା ରଖିଥାନ୍ତି । ଆପଣ ଜଣେ ବୈଜ୍ଞାନିକ ଚିନ୍ତାଧାରା ର ବ୍ୟକ୍ତିତ୍ବ ଅଟନ୍ତି । କିନ୍ତୁ ବେଳେବେଳେ ଆପଣଙ୍କ ଏହି ଗୁଣ ପାଇଁ ଲୋକମାନେ ଆପଣଙ୍କୁ ଭୁଲ ମଧ୍ୟ ଭାବି ନେଇଥାନ୍ତି । ଆପଣ ଯେଉଁ ବ୍ୟକ୍ତି କୁ ଭଲ ପାଇଥାନ୍ତି ସେହି ବ୍ୟକ୍ତି କୁ ନିଃସ୍ୱାର୍ଥ ଭାବରେ ପ୍ରେମ କରନ୍ତି ଏବଂ କେବେବି ଧୋକା ଦିଅନ୍ତି ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button