Diabetes କୁ ପାଇଁ 5 ଟି ସବୁଠୁ ସହଜ ଯୋଗାସନ, କିଛି ବି ଔଷଧ ଖାଇବାକୁ ପଡିବନି ଡାଇବେଟିସ ହେବ କଣ୍ଟ୍ରୋଲ (Yoga For Diabetes)

ନମସ୍କାର ବନ୍ଧୁଗଣ, ଡାଇବେଟିସ ହେବା ପରେ ମେଡିକାଲର ଚକ୍କର ତ ଲଗାଇବାକୁ ପଡିଥାଏ । କିନ୍ତୁ ଯଦି ଆପଣ ନିଜର ପ୍ରାକୃତିକ ଉପାୟରେ ଧ୍ୟାନ ରଖିବେ ତେବେ ଆପଣଙ୍କୁ ଏତେ ବେସି ମେଡିକାଲ ଯିବାକୁ ପଡିବ ନହିଁ । ତେବେ ସେହି ପ୍ରକୃତିକ ଉପାୟ ହେଉଛି ଆପଣଙ୍କ ଶରୀର ଯାହାକୁ ଆପଣ ଉପଯୋଗ କରି ଶରୀର ଭିତରେ ଥିବା ଡାଇବେଟିସ କୁ ନିୟନ୍ତ୍ରଣ କରିପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଡାଇବେଟିସ ନିୟନ୍ତ୍ରଣ କରୁଥିବା କିଛି ଯୋଗାସନ ସମ୍ପର୍କରେ ଯାହା ଆପଣଙ୍କ ବଢିଥିବା ଡାଇବେଟିସକୁ ନିୟନ୍ତ୍ରଣ କରିଦେବ ।
ମଣ୍ଡୂକାସନ: ଏହାକୁ କରିବା ପାଇଁ ଆପଣଙ୍କୁ ଆଣ୍ଠେଇବା ଭଳି ବସି ଦୁଇ ଗୋଡ ଉପରେ ବସିବାର ଅଛି । ଏହାପରେ ଆପଣ ଦୁଇ ହାତକୁ ମୁଠା କରି ଯୋଡନ୍ତୁ ଏବଂ ଏହାପରେ ମୁଠା କରିଥିବା ଦୁଇ ହାତକୁ ନେଇ ନିଜ ନାଭି ପାଖରେ ରଖନ୍ତୁ । ଏହାପରେ ଆପଣ ତଳକୁ ନଇଁବେ ଏବଂ ନିଶ୍ଵାସ ଭିତରକୁ ନେବେ । 10 ରୁ 15 ସେକେନ୍ତ ପର୍ଯ୍ଯନ୍ତ ଏହିଭଳି ତଳକୁ ନଇଁ ରହିବାକୁ ପଡିବ । ଏହା କରିବା ଫଳରେ ଆପଣଙ୍କ ଶରୀରରେ ଇନସୁଲିନ ସିକ୍ରେସନ ହେବା ଆରମ୍ଭ ହୋଇଯିବ । ଏହି ଆସନକୁ ଆପଣ ତିନି ରୁ ଚାରି ଥର କରିବା ଉଚିତ ।
ବକ୍ରାସନ: ଏହାକୁ କରିବା ପାଇଁ ଦଣ୍ଡାଶନ ପୋଜିସନରେ ବସି ଆପଣଙ୍କ ଡାହାଣ ଗୋଡକୁ ସିଧା ରଖି ବାମ ଗୋଡକୁ ଆଣ୍ଠୁ ପର୍ଯ୍ଯନ୍ତ ଭାଙ୍ଗନ୍ତୁ । ବାମ ହାତ ଦ୍ଵାରା ଶରୀରକୁ ସାହାରା ଦେଇ ଡାହାଣ ହାତକୁ ଆଣି ନିଜ ବାମ ଗୋଡର ପାଦ ପାଖରେ ପାଦ ସାଇଜରେ ରଖିବେ । ଏହାପରେ ଆପଣ ଉପରକୁ ଅନାଇ ପାଞ୍ଚ ରୁ ଦଶ ସେକେଣ୍ଡ ପର୍ଯ୍ଯନ୍ତ ଏହି ପୋଜିସନରେ ରହିବା ଉଚିତ । ପୁଣି ଏହିଭଳି ଭାବରେ ଆପଣଙ୍କୁ ଡାହାଣ ଗୋଡ ସହ କରିବାକୁ ପଡିବ । ଏହାକୁ ଆପଣଙ୍କୁ 4 ରୁ ପାଞ୍ଚ ଥର କରିବା ଆବଶ୍ୟକ ।
ଉତ୍ତନପଦ ଆସନ: ଏହାକୁ କରିବା ପାଇଁ ଆପଣ ନିଜ ଅଣ୍ଟା ଉପରେ ପ୍ରେସର ଦେଇ ସିଧା ଶୋଇଯିବା ଦରକାର । ଏବଂ ଆପଣଙ୍କ ହାତକୁ ଭୂମିରେ ଦବାଇବା ଭଳି ସିଧା ରଖନ୍ତୁ । ଏହାପରେ ଆପଣ ଗମ୍ଭୀର ନିଶ୍ଵାସ ନେଇ ଆପଣଙ୍କ ଗୋଡକୁ 30 ଡିଗ୍ରୀ ଉପରକୁ ଉଠାଇ ପାଞ୍ଚ ରୁ ଦଶ ସେକେଣ୍ଡ ପର୍ଯ୍ଯନ୍ତ ସେହିଭଳି ରହିବା ପାଇଁ ଚେଷ୍ଟା କରନ୍ତୁ ।
ଏହାପରେ ଧୀରେ ରିଲାକ୍ସ ହେବା ଉଚିତ । ଏହି ପ୍ରୋସେସ କୁ ଆପଣ ଚାରି ରୁ ପାଞ୍ଚ ଥର କରିବା ଅବଶ୍ୟକ ହୋଇଥାଏ । ଏହା କରିବା ଦ୍ଵାରା ଆପଣଙ୍କ ଅଗ୍ନାଶୟ ଗ୍ରନ୍ଥି ସକ୍ରିୟ ହୋଇଥାଏ । ଏବଂ ଇନସୁଲିନର ସିକ୍ରେସନ ବଢିଥାଏ । ଏହାଦ୍ୱାରା ଡାଇବେଟିସ କଣ୍ଟ୍ରୋଲରେ ଆସିଥାଏ ।
ଏହା ବହୁତ ଅଧିକ ପ୍ରଭାବଶାଳୀ ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।