ମନୋରଞ୍ଜନ

“ମୋ ପୁଅ ତୈମୁର ନିଜକୁ ଭଗବାନ ରାମ ବୋଲି ଭାବେ” ଏପରି ବୟାନ ଦେଲେ ସୈଫ ଅଲ୍ଲୀ ଖାନ ଆଉ ତାପରେ..

କରିନା ଏବଂ ସୈଫ ଅଲ୍ଲୀ ଖାନ ଙ୍କ ପୁଅ ତୈମୁର ଙ୍କୁ କିଏ ଅବା ନଜାଣେ । ସେ ଏତେ କ୍ୟୁଟ ଯେ ମିଡ଼ିଆ ଠାରୁ ନେଇ ଫ୍ୟାନ ସବୁ ତାଙ୍କ ପଛରେ । ବଲିଉଡ ଅଭିନେତ୍ରୀ ବେବୋ ତଥା କରୀନା କପୁର ଖାନଙ୍କ ଶାହାଜାଦେ ତୈମୁର ପ୍ରାୟତ ସୋସିଆଲ ମିଡିଆରେ ହେଡଲାଇନରେ ରହିଥା’ନ୍ତି । ପ୍ରତ୍ୟେକ ଥର ତୈମୁର ନଜର ଆସିବା ପରେ ସୋସିଆଲ ମିଡିଆରେ ତାଙ୍କର ପ୍ରତ୍ୟେକ ଫଟୋ ଭାଇରାଲ ହୁଏ ।

କରୀନା କପୁର ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ତୈମୁରଙ୍କ ଚିତ୍ର ସେୟାର କରିବାରେ ଲାଗିଛନ୍ତି ଯେଉଁଥିରେ ସେ ଅନେକ କାର୍ଯ୍ୟକଳାପ କରୁଥିବା ଦେଖିବାକୁ ମିଳିଛି, ବର୍ତ୍ତମାନ ସୈଫ ଅଲି ଖାନ ପ୍ରଶଂସକଙ୍କ ସହ ତାଇମୁର ବିଷୟରେ ଆଉ ଏକ କଥା ସେୟାର କରିଛନ୍ତି । ସୈଫ ଅଲ୍ଲୀ ଖାନ ଙ୍କ ବୟାନ ଟି ଏବେ ଭାଇରଲ ହେବାରେ ଲାଗିଛି ।

ବେଳେ ବେଳେ ସୈଫ ନିଜ ଷ୍ଟେଟମେଣ୍ଟ ପାଇଁ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏଥର ସେ ନିଜ ପୁଅ ତୈମୁର ବିଷୟରେ କିଛି କହିଛନ୍ତି । ଏହାପରେ ଏବେ ସୋସିଆଲ ମିଡ଼ିଆ ସରଗରମ ହେବାରେ ଲାଗିଛି । କିଛି ଲୋକ ଏହାକୁ ଭଲ କହୁଥିବା ବେଳେ କିଛି ଏହାକୁ ବିରୋଧ ମଧ୍ୟ କରିଥିବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ସୈଫ ଅଲ୍ଲି ଖାନ ଙ୍କ ବୟାନ; “ମୋ ପୁଅ ସବୁବେଳେ ରାମାୟଣ ଦେଖୁଛି, ସେ ନିଜକୁ ରାମ ବୋଲି ଭାବୁଛି..”ତେବେ ଜାଣନ୍ତୁ ପ୍ରକୃତ ଖବର କଣ ଅଟେ, କଣ ମନ୍ତବ୍ୟ ଦେଇଛନ୍ତି ପଟାଉଦି ନବାବ୍ ସୈଫ ଅଲ୍ଲୀ ଖାନ ।

ସୂଚନାଯୋଗ୍ୟ ଯେ, ନିକଟରେ ସୈଫ ଅଲି ଖାନ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ପୁଅ ତୈମୁର ରାମାୟଣ ଦେଖିବାକୁ ପସନ୍ଦ କରନ୍ତି । ହଁ, ଯଦି ନବାବ ସୈଫଙ୍କୁ ବିଶ୍ୱାସ କରନ୍ତି, ତୈମୁର ନିଜକୁ ରାମାୟଣର ଭଗବାନ ରାମ ବୋଲି ଭାବନ୍ତି ।

ତାଙ୍କ ସାକ୍ଷାତକାରରେ ସୈଫ ଆହୁରି କହିଛନ୍ତି, ତୈମୁର ଧନୁ ଓ ତୀରକୁ ପସନ୍ଦ କରନ୍ତି ଏବଂ ପ୍ରଭୁ ରାମଙ୍କ ପରି ପରିଧାନ କରନ୍ତି ଏବଂ ନିଜକୁ ଭଗବାନ ରାମ ବୋଲି ଭାବନ୍ତି । ରାମ ଙ୍କ ଭଳି ସଂସ୍କୃତ କଥା ମଧ୍ୟ କୁହନ୍ତି ।

ଯେତେବେଳେ ସାକ୍ଷାତକାରରେ ସୈଫ ଅଲ୍ଲୀ ଖାନଙ୍କୁ ପଚରାଯାଇଥିଲା, ତୈମୁର ତାଙ୍କ ଜେଜେବାପାଙ୍କ ପରି କ୍ରିକେଟ୍ ପସନ୍ଦ କରନ୍ତି ନାହିଁ, ସୈଫ କହିଛନ୍ତି, ‘ମୋର ବଡ଼ ପୁଅ ଇବ୍ରାହିମ ଏହି ଜିନିଷକୁ ଭଲ ପାଆନ୍ତି କିନ୍ତୁ ମୋର ସାନ ପୁଅ ତୈମୁର ନୁହଁନ୍ତି । ବରଂ ସେ ଚିତ୍ରକଳା କଳାକୁ ଭଲ ପାଆନ୍ତି । ତୈମୁର ଗୀତ ଗାଇବାକୁ ମଧ୍ୟ ବହୁତ ଭଲ ପାଆନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button