‘ସମ୍ବାଦ’ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତିଯୋଗିତା ୧୦ରେ – Ibnodisha

[ad_1]

ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ୧୦ ତାରିଖ (ରବିବାର)ରେ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ବ୍ଲକ୍, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସଦର ମହକୁମାରେ ଏହି ପରୀକ୍ଷା ଆୟୋଜିତ ହେଉଛି। ସକାଳ ୧୦ଟାରେ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ।
ପ୍ରତିଯୋଗିତାର ସମୟସୀମା ୧ଘଣ୍ଟା ରହିଛି। ‘ସମ୍ବାଦ-ଆମ ଓଡ଼ିଶା’ ତରଫରୁ ପ୍ରତିଯୋଗୀମାନଙ୍କୁ ଡ୍ରଇଂସିଟ୍ ଯୋଗାଇ ଦିଆଯିବ। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ହସ୍ତାକ୍ଷର ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏହାର ସମୟସୀମା ୩୦ ମିନିଟ୍ ରହିଛି। ଏହାସହ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ପାଇଁ ସମୟ ସୀମା ୧ଘଣ୍ଟା ଥିବା ବେଳେ ଏଥିରେ ୯ମ ଓ ୧୦ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ। ପରୀକ୍ଷା ସରିଲା ପରେ ପରେ ପରୀକ୍ଷା କେନ୍ଦ୍ରରେ ହିଁ ମୂଲ୍ୟାୟନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପରୀକ୍ଷାରେ ୧ମ, ୨ୟ, ୩ୟ ସ୍ଥାନ ହାସଲ କରିଥିବା ପରୀକ୍ଷାର୍ଥୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହେବେ। ତେବେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ପଞ୍ଜୀକରଣ କରିନଥିଲେ ମଧ୍ୟ ଆଗ୍ରହୀ ଛାତ୍ରଛାତ୍ରୀ ନିକଟତମ ପରୀକ୍ଷା କେନ୍ଦ୍ରକୁ ସିଧା ଆସି ପ୍ରତିଯୋଗିତାରେ ଭାଗ ନେଇପାରିବେ।
[ad_2]