ଶୋଇବା ଘରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ, ବଢିଥାଏ ଚିନ୍ତା

ଆମ ଜୀବନରେ ବାସ୍ତୁ ଶାସ୍ତ୍ରର ବହୁ ମହତ୍ଵ ଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘର ତିଆରି କରାଯାଇଥାଏ । ଏଥିରେ କୁହାଯାଇ ଥାଏ କି ଘରର କେଉଁ ଜାଗାରେ କେଉଁ ଜିନିଷ ରଖିଲେ ଘର ପାଇଁ ଏବଂ ଆମ ପାଇଁ ଶୁଭ ହୋଇଥାଏ ।
ଆଜି ଆମେ ଆପଣଙ୍କୁ କହିବୁ କି ବାସ୍ତୁ ଅନୁସାରେ ଶୋଇବା ଘର କେମିତି ହେବା ଦରକାର । ଶୋଇବା ଘର ଘରର ସବୁଠାରୁ ମହତ୍ଵପୂର୍ଣ୍ଣ ଭାଗ ହୋଇଥାଏ, ଶୋଇବା ଘର ବିଷୟରେ ବାସ୍ତୁ ଅନୁସାରେ କିଛି ନିୟମ କୁହାଯାଇଛି ଯଦି ଆମେ ତାହାକୁ ପାଳନ କରିବା ତାହେଲେ ଘରେ ସବୁବେଳେ ସୁଖ ସମୃଦ୍ଧି ଏବଂ ଶାନ୍ତି ରହିବ ।

ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ ବିଷୟରେ ।
ବାସ୍ତୁ ଅନୁସାରେ ଶୋଇବା ଘରେ କେବେ ହେଲେ ବି ଆଇନା ରଖନ୍ତୁ ନାହିଁ ଯଦି ଆଇନା ଥାଏ ତାହେଲେ ଶୋଇବା ସମୟରେ ତାକୁ ଘୋଡାଇ ଦିଅନ୍ତୁ ।
ଶୋଇବା ଘରେ ଝାଡୁ, ଜୋତା ଏବଂ ମଇଳା କପଡା କେବେ ହେଲେ ବି ରଖନ୍ତୁ ନାହିଁ ।

ଶୋଇବା ଘରର ଫର୍ନୀଚର ଯେପରି ଲୁହାର ଏବଂ ଅର୍ଦ୍ଧଚନ୍ଦ୍ରାକାର ବା ବୃତାକାର ହୋଇ ନଥିବ ।
ଶୋଇବା ଘରେ ଆଲୋକ ସବୁବେଳେ ପଛରୁ ବା ବାମ ପଟରୁ ଆସିବା ଦରକାର ।
ଖଟ ଶୋଇବା ଘରର କବାଟର ଅତି ପାଖରେ ରହିବା ଉଚିତ ନୁହେଁ । ଯଦି ଏମିତି ହେବ ତାହେଲେ ମନରେ ସବୁବେଳେ ଅଶାନ୍ତି ରହିବ ।

ଖଟରେ ଶୋଇବା ସମୟରେ ସବୁବେଳେ ଆପଣଙ୍କ ମୁଣ୍ଡ ଦକ୍ଷିଣ ଦିଗକୁ ଏବଂ ଗୋଡ ଉତ୍ତର ଦିଗକୁ ରହିବା ଦରକାର ।
ଖଟ ତଳେ କେବେ ହେଲେ ବି କୌଣସି ଅଳିଆ ଜିନିଷ ରଖନ୍ତୁ ନାହିଁ ।
ଭୁଲରେ ବି ଶୋଇବା ଘରେ ଅଶାନ୍ତିର ଚିତ୍ର ଲଗାନ୍ତୁ ନାହିଁ । ଦମ୍ପତିଙ୍କର ବିବାହ ଫଟୋ ଶୋଇବା ଘରେ ଲଗାଇବା ଦ୍ଵାରା ଦୁଇ ଜଣଙ୍କ ଭିତରେ ଭଲ ପାଇବା ବଢିଥାଏ ।




