ଦେଶ

୩୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବି ବୋଲି ଆଗରୁ ସ୍ଥିର କରିଥିଲି ; ସୁଇସାଇଡ ନୋଟରେ ଏମିତି ଲେଖିଛନ୍ତି ଯୁବକ – Ibnodisha

[ad_1]

ମଧ୍ୟପ୍ରଦେଶ : ମୋ’ ଜୀବନରେ କୌଣସି ସମସ୍ୟା ନାହିଁ। କେହି ମୋତେ ମାନସିକ ନିର୍ଯାତନା ଦେଉ ନାହାନ୍ତି। ମାତ୍ର ମୋର ଅଧିକ ଦିନ ବଞ୍ଚିବାକୁ ଇଚ୍ଛା ନାହିଁ। ୩୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବି ବୋଲି ସ୍ଥିର କରିଥିଲି । ତେଣୁ ମୁଁ ନିଜେ ନିଜ ଜୀବନ ଶେଷ କରୁଛି, ଏଥିପାଇଁ କେହି ଦାୟୀ ନୁହନ୍ତି। ଏପରି ଏକ ଘଟଣା ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଥିବା ବେଳେ ମୃତ ଯୁବକଜଣକ ଜଣେ ହୋଟେଲ ମାଲିକ ବୋଲି ଜଣାଯାଇଛି।ଯୁବକଜଣକ ଇନ୍ଦୋରର ହୀରା ନଗର ଅଞ୍ଚଳରେ ରହୁଥିବା ବେଳେ ଚଟାଣରେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପଡ଼ିଥିଲା। ପାଖରେ ଏକ ବନ୍ଧୁକ ପଡ଼ିଥିବା ବେଳେ ତାହାକୁ ପୁଲିସ୍‌ ଜବତ କରିଛି। ଉକ୍ତ ବନ୍ଧୁକଟିକୁ ଯୁବକଜଣକ ୨୦୧୬ ମସିହାରେ ଆତ୍ମରକ୍ଷା ପାଇଁ ଆଣିଥିବା ଜଣାଯାଇଛି।ମୃତ୍ୟୁ ପୂର୍ବରୁ ୩୦ ବର୍ଷୀୟ ଯୁବକଜଣକ ଏକ ୭ ପେଜର ସୁଇସାଇଡ ନୋଟ ଛାଡ଼ି ଯାଇଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବା କହିଛି।ନିଜ ସୁଇସାଇଡ ନୋଟ୍‌ରେ ଯୁବକଜଣକ ଉଲ୍ଲେଖ କରିଛନ୍ତି, ୩୦ ବର୍ଷରେ ନିଜ ଜୀବନର ଅନ୍ତ ଘଟାଇବା ନିମନ୍ତେ ମୁଁ ବହୁ ପୂର୍ବରୁ ନିଷ୍ପତ୍ତି ନେଇ ସାରିଥିଲି। ୯ ବର୍ଷ ତଳେ ମୁଁ ଏହି ଚରମ ନିଷ୍ପତ୍ତି ନେଇଥିବା ବେଳେ ଏଥିନିମନ୍ତେ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରୁଥିଲି।ଏଥିସହ ସେ ଲେଖିଛନ୍ତି, ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ମୋତେ କେହି ଆତ୍ମହତ୍ୟା ପାଇଁ ବାଧ୍ୟ କରି ନଥିବା ବେଳେ ଏହି ନିଷ୍ପତ୍ତି ମୋର ନିଜସ୍ୱ। ତେଣୁ ମୋ’ ମୃତ୍ୟୁ ପାଇଁ କାହାକୁ ଦାୟୀ କରିବେ ନାହିଁ। ଯୁବକଜଣକ ଅବିବାହିତ ଥିବା ବେଳେ ତାଙ୍କ ପରିବାର ସମ୍ପର୍କରେ ସବିଶେଷ ସୂଚନା ମିଳି ପାରିନି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ତଦନ୍ତରୁ ଯୁବକଜଣକ ମାନସିକ ଭାବେ ଠିକ୍‌ ନ ଥିବା ପୁଲିସ୍‌ କହୁଥିବା ବେଳେ ସବୁ ଦିଗରୁ କିନ୍ତୁ ତଦନ୍ତ ଚାଲିଥିବା ଅଧିକାରୀ ସୂଚନା ଦେଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button