ଦେଶ

ହୃଦଘାତରେ ଚାଲିଗଲା ‘ଜେଲର’ ର ଏହି ଆକ୍ଟରଙ୍କ ଜୀବନ – Ibnodisha

[ad_1]

ଭୁବନେଶ୍ୱର: ନିକଟରେ, ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ  ଫିଲ୍ମ ‘ ଜେଲର’  ରିଲିଜ୍ ହୋଇଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇଥିଲା। ମାତ୍ର ଏହାରି ଭିତରେ ଆଉ ଏକ ଦୁଃଖଦ ଖବର ଆସିଛି । ‘ ଜେଲର’ ରେ ଅଭିନୟ କରିଥିବା ଅଭିନେତା ଜି ମାରିମୁଥୁଙ୍କ ମୃତ୍ୟୁ ହୋଇଛି । ହୃଦଘାତରେ   ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡି଼ଛି ।

ଜେଲର ଫିଲ୍ମରେ ଭିଲେନ୍ ବର୍ମାଙ୍କ ରାଇଟ୍ ହେଣ୍ତ ଭୂମିକାରେ ନଜର ଆସିଥିଲେ ଜି ମାରିମୁଥୁ । ଯାହାକୁ ନେଇ ସାଇଥ ଫିଲ୍ମ ଇଣ୍ତଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା।  ସେ ଫିଲ୍ମ ବ୍ୟତିତ ତାଲିମ ଭାଷାରେ ଏକାଧିକ ଟେଲି ଧାରାବାହିକ ମଧ୍ୟ କରିଛନ୍ତି। ସେ ଫିଲ୍ମ ନିର୍ମାତା ମଣି ରତ୍ନମ୍ଏବଂ ଅନ୍ୟମାନଙ୍କ ସହ ସହକାରୀ ନିର୍ଦ୍ଦେଶକ ଭାବରେ ମଧ୍ୟ ଏକାଧିକ ଫିଲ୍ମରେ କାର୍ଯ୍ୟ କରିଛନ୍ତି। ଅଗଷ୍ଟ ୧୦ ତାରିଖରେ  ତାମିଲ ଫିଲ୍ମର ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ଆଜି ରିଲିଜ୍ ହୋଇଛି ।

ବିଶ୍ବର ୪୦୦୦ଟି ସିନେମା ହଲରେ ଏହି ଫିଲ୍ମଟି ରିଲିଜ୍ ହୋଇଥିଲା । ବିଭିନ୍ନ ପ୍ରେକ୍ଷାଳୟରେ ଥଲାଇବାଙ୍କ ଫିଲ୍ମ ଦେଖିବା ପାଇଁ ନାହିଁ ନଥିବା ଭିଡି ମଧ୍ୟ ଦେଖିବାକୁ ମିଳିଥିଲା ।   ଫିଲ୍ମ ‘ଜେଲର’ ପାଇଁ ଚେନ୍ନାଇ ଏବଂ ବେଙ୍ଗାଲୁରୁର ଅନେକ କାର୍ଯ୍ୟାଳୟରେ କର୍ମଚାରୀଙ୍କ  ପାଇଁ ଛୁଟି ଘୋଷଣା କରାଯାଇଥିଲା । ଏପରିକି ଆଉ କେତେକ କମ୍ପାନୀ ନିଜ କର୍ମଚାରୀଙ୍କୁ ମାଗଣାରେ ଟିକେଟ ବାଣ୍ଟୁଥିଲେ । ତେବେ, ସିନେ ସମୀକ୍ଷକ ରମେଶ ବାଲାଙ୍କ ଆକଳନ ଅନୁଯାୟୀ ଫିଲ୍ମଟି କେବଳ ପ୍ରଥମ ଦିନରେ ତାମିଲନାଡୁରେ ୨୫ କୋଟି ରୋଜଗାର କରିଥିଲା ।

The post ହୃଦଘାତରେ ଚାଲିଗଲା ‘ଜେଲର’ ର ଏହି ଆକ୍ଟରଙ୍କ ଜୀବନ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button