IBN ଓଡ଼ିଶା ବ୍ୟୁରୋ

ଏହି 3ଟି ଉପାୟ ଦ୍ଵାରା ନିଜ ସମାସ୍ୟା ଜାଣନ୍ତୁ ଗଣପତି ବପ୍ପାଙ୍କୁ, ହେବ ଚମତ୍କାର

ଦୁନିଆରେ ଏମିତି ବୋଧେ କେହି ଥିବ ଯାହା ଜୀବନ ରେ କୌଣସି କଥା ପାଇଁ ଦୁଃଖ ନଥିବ, ସମସ୍ତଙ୍କ ଜୀବନ ରେ କିଛି ନା କିଛି କଥା ପାଇଁ ଅସୁବିଧା ହୋଇଥାଏ । ସମସ୍ତଙ୍କୁ ଅସୁବିଧା ହୋଇଥାଏ କିନ୍ତୁ କାହା ସମସ୍ୟା ବଡ ହୋଇଥାଏ ଓ କିଛି ଲୋକଙ୍କ ସମସ୍ଯା ଅଳ୍ପ ହୋଇଥାଏ । ଯଦି ଆପଣ ମଧ୍ୟ ନିଜ ଜୀବନ ଅସୁବିଧା ଠାରୁ ଚିନ୍ତିତ ହୋଇ ଯାଇଛନ୍ତି ଓ ଜୀବନ ରେ ସୁଖୀ ଓ ଚିନ୍ତା ମୁକ୍ତ ରହିବା ପାଇଁ ଚାହୁଁଛନ୍ତି ତେବେ ଏହି ଉପାୟ ଗୁଡିକ କରନ୍ତୁ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ନିଜ ଅସୁବିଧା ଠାରୁ ମୁକ୍ତି ପାଇପାରିବେ ।ବପ୍ପାଙ୍କ ଏହି ଉପାୟ ଗୁଡିକ ଆପଣଙ୍କ ଜୀବନର ସମସ୍ୟା ଦୂର କରିବେ :

୧. ବୁଧବାର ଦିନ ସକାଳେ ଉଠି ଅତି ଶୀଘ୍ର ସ୍ନାନ କରି ନିଅନ୍ତୁ, ସ୍ନାନ ସମାପ୍ତ କଲା ବେଳେ ୭ ଥର‘ଓଁ ଗଣପତୟେ ନମଃ’ ମନ୍ତ୍ର ଉଚ୍ଚାରଣ କରନ୍ତୁ ଓ ପାଣି ମୁଣ୍ଡ ଉପରେ ଢାଳି ନିଅନ୍ତୁ । ଏହା ପରେ ଗଣେଶ ଠାକୁରଙ୍କ ପୂଜା କରିବା ପାଇଁ ବସନ୍ତୁ, ସର୍ବପ୍ରଥମେ ଠାକୁରଙ୍କୁ ଘିଅ ଦୀପ ଦେଖାନ୍ତୁ ଏହା ପରେ ଗଣେଶ ଚାଳିଶା ପାଠ କରନ୍ତୁ ।

ଏଥର ଗୋଟେ କାଗଜ ରେ ନିଜ ଜୀବନ ସମସ୍ୟା ଲେଖି ନିଅନ୍ତୁ, ଏହି କାଗଜକୁ ୭ ଥର ଫୋଲ୍ଡ କରନ୍ତୁ । ଏହା ପରେ କାଗଜକୁ ନାଲି ସୂତା ରେ ଗୁଡେଇ ଦିଅନ୍ତୁ ଓ କାଗଜ ଠାକୁରଙ୍କ ପାଖରେ ରଖନ୍ତୁ ଓ ନିଜ ସମସ୍ୟା ନିବାରଣ ପାଇଁ ପ୍ରାର୍ଥନା କରନ୍ତୁ ଓ ନିଜ କାମ ରେ ଯାଆନ୍ତୁ ବୁଲିକି ପଛକୁ ଚାହିଁବେ ନାହିଁ ଏହି କଥା ମନେ ରଖନ୍ତୁ ।

୨. ବାଜାରରୁ ଧଳା ସୂତା ଆଣନ୍ତୁ ଓ ବୁଧବାର ଦିନ ଗଣେଶ ମନ୍ଦିର ଯାଇ ଠାକୁରଙ୍କ ମୂର୍ତ୍ତି ଚରଣ ରେ ସିନ୍ଦୁର ଲଗାନ୍ତୁ ଓ ସେହି ସିନ୍ଦୁର ଦ୍ଵାରା ସୂତା ନାଲି କରନ୍ତୁ । ଏହା ପରେ ଗଣେଶ ଠାକୁରଙ୍କ ସାମ୍ନା ରେ ନିଜ ସମସ୍ୟା କୁହନ୍ତୁ, ଆପଣଙ୍କ ଯେତେ ସମସ୍ୟା ଅଛି ସୂତା ସେତେ ଭାଗ ରେ କାଟି ନିଅନ୍ତୁ ଏହା ପରେ ପ୍ରତି କଟା ସୂତା ମନ୍ଦିର କୌଣସି ଜାଗାରେ ବାନ୍ଧି ଦିଅନ୍ତୁ ଦେଖିବେ ଖୁବ ଶୀଘ୍ର ଆପଣଙ୍କ ସମସ୍ୟା ଦୂର ହୋଇଯିବ ଗଣେଶ ଠାକୁରଙ୍କ ଦୟା ଓ କୃପା ରେ ଆପଣଙ୍କ ଘରେ ସବୁ ସୁଖ ଓ ଶାନ୍ତି ଫେରି ଆସିବ ।

୩. ବୁଧବାର ଦିନ ବ୍ରତ ଆଚାରଣ କରି ସାରା ଦିନ ସୂର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟ ଅସ୍ତ ହେବା ପର୍ଯ୍ୟନ୍ତ ଗଣେଶଙ୍କ ସମ୍ମୁଖରେ ଧ୍ୟାନରେ ବସନ୍ତୁ । ଧ୍ୟାନରେ ବସିବା ସମୟରେ ନିଜର ସମସ୍ଯା ଗୁଡିକୁ ଭଗବାନଙ୍କୁ ଜଣାନ୍ତୁ ଓ ଗଣେଶଙ୍କୁ ସ୍ମରଣ କରନ୍ତୁ କୌଣସି ଖରାପ ଚିନ୍ତା ମନରେ ଆଣନ୍ତୁ ନାହିଁ । ଏହି ଦିନ ଅନ୍ନ ଭକ୍ଷଣ କରନ୍ତୁ ନାହିଁ, ଫଳ ଆହାର କରି ପାରିବେ ।

ସନ୍ଧ୍ୟା ପରେ ଧ୍ୟାନ ସମାପ୍ତ କରି ସାରି ଭୋଜନ ଗ୍ରହଣ କରନ୍ତୁ ।ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button