IBN ଓଡ଼ିଶା ଏକ୍ସକ୍ଲୁସିଭ୍

Vastu Tips- ଆପଣଙ୍କ ଘର ପାଖରେ ଅଛି କି ଏହି ଗଛ, ତେବେ ହୋଇଯାନ୍ତୁ ସାବଧାନ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏକ ଏଭଳି ଗଛ ବିଷୟରେ ଯାହାକୁ ଘରେ ଲଗାଇବା ଦ୍ୱାରା ଘରେ ସୁଖ ଶାନ୍ତି ସର୍ବଦା ବନି ରହିବ। ବନ୍ଧୁଗଣ ଗଛ ଲଗାଇବା ହେଉଛି ସବୁଠାରୁ ପୂଣ୍ୟ କାର୍ଯ୍ୟ। ଘରେ ଗଛ ଲଗାଇବା ଦ୍ୱାରା ଘରେ ସର୍ବଦା ସୁଖ ଶାନ୍ତି ସ୍ଥାପନ ହୋଇଥାଏ ଏବଂ ଏହା ସହିତ ଘରେ ଗଛ ଲଗାଇବା ଦ୍ୱାରା ପରିବାର ର ସମସ୍ତ ସଦସ୍ୟ ସୁସ୍ଥ ମଧ୍ୟ ରହିଥାନ୍ତି । ଘରେ ଗଛ ଲଗାଇବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ମିଳିଥାଏ । କେବଳ ଏତିକି ନୁହେଁ ଏହା ସହିତ ଗଛ ଘରର ସୌନ୍ଦର୍ଯ୍ୟ କୁ ବଢ଼ାଇ ଥାଏ ଏବଂ ଆକର୍ଷିତ କରିଥାଏ।

କିନ୍ତୁ ବନ୍ଧୁଗଣ ଘରେ ଗଛ ଲଗାଇବା ନିମନ୍ତେ କିଛି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ଆପଣଙ୍କ ଅଜାଣତରେ ଆପଣ ଲଗାଇଥିବା କିଛି ଏପରି ଗଛ ମଧ୍ୟ ରହିଛି ଯାହା ଆପଣଙ୍କ ଘର ର ସୁଖ ଶାନ୍ତି କୁ ନଷ୍ଟ କରି ଦେଇଥାଏ ଏବଂ ଆପଣ ବିପଦ ରେ ମଧ୍ୟ ପଡ଼ି ପାରନ୍ତି ।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଗଛ ଏପରି ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ଘର ସୁଖ ଶାନ୍ତି ରେ ପରିପୂର୍ଣ୍ଣ ହୋଇଯାଏ ଏବଂ କିଛି ଏଭଳି ଗଛ ମଧ୍ୟ ରହିଛି ଯାହା ଘରେ ଲଗାଇବା ଦ୍ୱାରା ତାହା ଘର ର ସମସ୍ତ ସୁଖ ଶାନ୍ତି କୁ ନଷ୍ଟ କରିଥାଏ ଏବଂ ଘରେ ନକରାତ୍ମକ ଶକ୍ତି ର ପ୍ରବେଶ ମଧ୍ୟ ହୋଇଥାଏ । ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ହିଁ ଘରେ ଗଛ ଲଗାଇବା ଉଚିତ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ଗଛ ଦ୍ୱାରା ଘରେ ସକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ ଏବଂ କେଉଁ ଗଛ ଦ୍ୱାରା ଘରେ ନକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା କଣ୍ଟା ଜାତୀୟ ଗଛ ବିଷୟରେ । ବନ୍ଧୁଗଣ କୌଣସି କଣ୍ଟା ଜାତୀୟ ଗଛକୁ ଘରେ ଲାଗାଇବା ଉଚିତ ନୁହେଁ। ଏହି ଗଛ ଘରେ ଲଗାଇବା ଦ୍ଵାରା ଏହା ବାସ୍ତୁ କୁ ପ୍ରଭାବିତ କରିଥାଏ ଏବଂ ଘରେ ଥିବା ଛୋଟ ଶିଶୁ କୁ ମଧ୍ୟ କ୍ଷତି ପହଞ୍ଚାଇ ଥାଏ।। ଏହା ସହିତ କଣ୍ଟା ଜାତୀୟ ଗଛ ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।କେବଳ ଏତିକି ହିଁ ନୁହେଁ ଧାର୍ମିକ ଦୃଷ୍ଟି ଅନୁସାରେ ଏହି ଗଛ ଘରେ ଲଗାଇବା ଦ୍ୱାରା ଘରେ ଝଗଡ଼ା ବଢ଼ିଥାଏ। ପ୍ରାୟତଃ ଲୋକ ଘରେ ଗୋଲାପ ଭଳି କଣ୍ଟା ଜାତୀୟ ଗଛ ନିଜ ଘରେ ଲଗାଇଥାନ୍ତି। ଏହାକୁ ଘରର ଛାତ ଉପରେ ରଖନ୍ତୁ ଏହାଦ୍ବାରା କୌଣସି ପ୍ରଭାବ ପଡ଼ି ନଥାଏ।

୨. ବନ୍ଧୁଗଣ ଯେଉଁ ଗଛରୁ କ୍ଷୀର ବାହାରିଥାଏ ସେପରି ଗଛ ଘରେ ଲଗାଇବା ଅନୁଚିତ କାରଣ ଏଥିରେ ଥିବା କ୍ଷୀର ଅତ୍ୟନ୍ତ ହାନିକାରକ ହୋଇଥାଏ ଏବଂ ଭୁଲ ରେ ବି ଯଦି କୌଣସି ଶିଶୁ ଏହାକୁ ଖାଇ ଦେଇଥାଏ ତେବେ ତାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇଥାଏ। ଧାର୍ମିକ ଦୃଷ୍ଟି ରେ ଦେଖିବାକୁ ଗଲେ ଏହି ଗଛ ଘରେ ଲଗାଇବା ଦ୍ୱାରା ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ।ତେଣୁ ଏହି ଗଛ ଘରେ ଲଗାଇବା ଅନୁଚିତ।

୩. ବନ୍ଧୁଗଣ କୌଣସି ବି ମଉଳି ଯାଇଥିବା ଅଥବା ଶୁଖି ଯାଇଥିବା ଗଛ କୁ ଘରେ ରଖନ୍ତୁ ନାହିଁ। ଏହି ଗଛ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିଥାଏ ଯାହାଦ୍ୱାରା ଆପଣ ଅନେକ ସମସ୍ୟା ର ସମୁଖୀନ୍ନ ହୋଇଥାନ୍ତି ଏବଂ ଏହାସହିତ ଏହି ଗଛ ଘରେ ରହିବା ଦ୍ୱାରା ଧନ ହାନି ମଧ୍ୟ ହୋଇଥାଏ। ତେଣୁ ଘରେ ଏପରି ଗଛକୁ ରଖନ୍ତୁ ନାହିଁ। ତୁଳସୀ ଗଛ ଭି ମଉଳି ଗଲେ ତାକୁ ଘରେ ରଖନ୍ତୁ ନାହିଁ। ଏହା ଦ୍ଵାରା ଘରର ସୁଖ ଶାନ୍ତି ବାଧାପ୍ରାପ୍ତ ହୋଇଥାଏ।

୪. ବନ୍ଧୁଗଣ ମନିପ୍ଲାଣ୍ଟ ଘର ପାଇଁ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ। ଏହି ଗଛ ଘରେ ସୁଖ ସମୃଦ୍ଧି ସ୍ଥାପନ କରିଥାଏ ଏବଂ ଏହି ଗଛ ଘରେ ଲଗାଇବା ଦ୍ଵାରା ଘର ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଥାଏ। କିନ୍ତୁ ବନ୍ଧୁଗଣ ଆପଣଂକୁ କେବଳ ଗୋଟିଏ ଜିନିଷ ର ଧ୍ୟାନ ରଖିବାର ଅଛି ଯେ ଏହି ଗଛ ଲଗାଇବା ପରେ ଏହାର ଲତା ଯେପରି ଅଧିକ ବୃଦ୍ଧି ନହେଉ ।

ଏହା ହେବା ଆପଣଙ୍କ ପାଇଁ ଏକ ଚିନ୍ତା ର ବିଷୟ ହୋଇଯାଏ । ତେବେ ବନ୍ଧୁଗଣ ଏଥି ନିମନ୍ତେ ସାବଧାନ ରୁହନ୍ତୁ ଏବଂ ଆପଣ ଆପଣଂକ ଘର ସମ୍ନା ତଥା ଘର ର ମୁଖ୍ୟ ଦ୍ୱାର ରେ ଏହି ଗଛକୁ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କ ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ଲାଭ ହୋଇଥାଏ ଏବଂ ଆପଣଙ୍କ ଘର ସୁଖ ଶାନ୍ତି ରେ ପରିପୂର୍ଣ୍ଣ ହୋଇଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button