IBN ଓଡ଼ିଶା ଏକ୍ସକ୍ଲୁସିଭ୍

Vastu Shastra- ଏହି ଦୁଇଟି ବୃକ୍ଷକୁ ଏକା ସହିତ ଘରର ଏହି ଜାଗାରେ ଲଗାଇବା ଦ୍ବାରା ବନିଥାଏ ରାଜଯୋଗ, ଘରକୁ ପାଣିଭଳି ଆସିଥାଏ ଟଙ୍କା

ନମସ୍କାର, ଆଜି ଆମେ ଆପଣଂକୁ କହିବୁ ବାସ୍ତୁଶାସ୍ତ୍ର ଅନୁସାରେ ଥିବା ଏଭଳି ବୃକ୍ଷ ସମ୍ବନ୍ଧରେ ଯାହାକୁ ଏକାଠି ଗୋଟିଏ ସ୍ଥାନରେ ଲଗାଇଲେ ଆପଣଙ୍କ ରାଜଯୋଗ ବନିଥାଏ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିଥାନ୍ତି । ହିନ୍ଦୁ ଧର୍ମ ଶାସ୍ତ୍ର ରେ ବୃକ୍ଷ କୁ ଭଗବାନ ଙ୍କ ସ୍ଵରୂପ କୁହା ଯାଇଥାଏ କାରଣ ଏହା ଆମକୁ ଅମ୍ଳଜାନ ଯୋଗାଇଥାଏ ଯାହାଫଳରେ ଆମେ ନିଶ୍ୱାସ ନେଇ ପାରିଥାଉ । ପ୍ରାୟତଃ ବ୍ୟକ୍ତି ନିଜ ଘରେ ଗଛ ଲଗାଇବାକୁ ଭଲ ପାଇଥାନ୍ତି କାରଣ ଏହା ଘରର ଆକର୍ଷଣ କୁ ବୃଦ୍ଧି କରିଥାଏ ଏବଂ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ କରିଥାଏ ।

କିନ୍ତୁ ଘରେ ଗଛ ଲଗାଇବା ଦ୍ୱାରା ସୌନ୍ଦର୍ଯ୍ୟ ସହିତ ଆମକୁ ଆହୁରି ଅନେକ ପ୍ରକାର ଲାଭ ପ୍ରାପ୍ତ ହୋଇଥାଏ । ଘରେ ଗଛ ଲଗାଇବା ଦ୍ଵାରା ଘରେ ଥିବା ସମସ୍ତ ପ୍ରକାରର ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ଏବଂ ଏକ ସକରାତ୍ମକ ଶକ୍ତି ର ସୃଷ୍ଟି ହୋଇଥାଏ ଯାହାଦ୍ୱାରା ଘରର ବାତାବରଣ ବିଶୁଦ୍ଧ ହୋଇଯାଏ ଏବଂ ଘର ସୁଖ ଏବଂ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯାଏ ଏହାସହିତ ପରିବାର ର ସମସ୍ତ ସଦସ୍ୟ ସୁସ୍ଥ ମଧ୍ୟ ରୁହନ୍ତି ଏବଂ ଶରୀରରେ କୌଣସି ପ୍ରକାର ରୋଗ ଶୀଘ୍ର ପ୍ରବେଶ କରିପାରି ନଥାଏ ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏଭଳି କିଛି ଗଛ ରହିଛି ଯାହାକୁ ଘରେ ଲଗାଇବା ଦ୍ଵାରା ଘରେ ଧନ ଦୌଲତ ବୃଦ୍ଧି ହୋଇଥାଏ ଏବଂ ସଦା ସର୍ବଦା ସେହି ଘରେ ହସଖୁସିର ବାତାବରଣ ରହିଥାଏ । କିନ୍ତୁ କିଛି ଏଭଳି ଗଛ ରହିଛି ଯାହାକୁ ଘରେ ଲଗାଇବା ଦ୍ବାରା ଅଶୁଭ ହୋଇଥାଏ ଏବଂ ଧନ ହାନୀ ହୋଇଥାଏ ଏବଂ କୌଣସି ସୁଫଳ ପ୍ରାପ୍ତ ହୋଇନଥାଏ ।

ଦୁନିଆ ରେ ଏଭଳି କୌଣସି ବ୍ୟକ୍ତି ନାହିଁ ଯିଏ ମାତା ଲକ୍ଷ୍ମୀ ଙ୍କ କୃପା ପାଇବାକୁ ଅନିଚ୍ଛୁକ ଥିବ । ତେବେ ଆଜି ଆମେ ଆପଣଂକୁ ଏଭଳି ଦୁଇଟି ବୃକ୍ଷ ସମ୍ବନ୍ଧରେ କହିବୁ ଯାହାକୁ ଘରେ ଲଗାଇବା ଦ୍ୱାରା ଧନ ଲାଭ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ସେହି ଘରେ ସଦା ସର୍ବଦା ବାସ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ବୃକ୍ଷ ଗୁଡ଼ିକ କଣ କଣ ।

୧. ପ୍ରଥମ ବୃକ୍ଷ ହେଉଛି ତୁଳସୀ ବୃକ୍ଷ । ଯେଉଁ ଘରେ ତୁଳସୀ ବୃକ୍ଷ ଲାଗିଥାଏ ସେହି ଘରେ ମାତା ଲକ୍ଷ୍ମୀ ଏବଂ ଶ୍ରୀ ହରି ବିଷ୍ଣୁ ସଦା ସର୍ବଦା ବାସ କରିଥାନ୍ତି । ତୁଳସୀ ବୃକ୍ଷ ଭଗବାନ ବିଷ୍ଣୁ ଙ୍କ ଅତିପ୍ରିୟ ଅଟେ ଏବଂ ତୁଳସୀ ବୃକ୍ଷ କୁ ଭଗବାନ ବିଷ୍ଣୁ ଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଛି ତେଣୁ ଯେଉଁ ସ୍ଥାନରେ ତୁଳସୀ ବୃକ୍ଷ ଥାଏ, ସେହି ସ୍ଥାନରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ସର୍ବଦା ବାସ କରନ୍ତି ।

ଯେଉଁ ସ୍ଥାନରେ ତୁଳସୀ ବୃକ୍ଷ ଲାଗିଥାଏ ସେଠିକାର ବାୟୁ ଅତ୍ୟନ୍ତ ବିଶୁଦ୍ଧ ହୋଇଯାଏ ଏବଂ କେବଳ ସେହି ସ୍ଥାନର ବାତାବରଣ ହିଁ ନୁହେଁ ସମସ୍ତ ପରିବାର ସଦସ୍ୟ ଙ୍କ ବିଚାର ମଧ୍ୟ ଶୁଦ୍ଧ ହୋଇଯାଏ । ତୁଳସୀ ବୃକ୍ଷ ଘରେ ଲଗାଇବା ଦ୍ୱାରା ଧନ ଦୌଲତ ର ପ୍ରାପ୍ତି ହୋଇଥାଏ ଏବଂ ମାତା ଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ସଦା ସର୍ବଦା ପ୍ରାପ୍ତ ହୋଇଥାଏ ।

୨. ଦ୍ଵିତୀୟ ବୃକ୍ଷ ହେଉଛି ଅଶ୍ୱଗନ୍ଧା ବୃକ୍ଷ । ପ୍ରାୟତଃ ଘରେ ବାସ୍ତୁ ଦୋଷ ପାଇଁ ଅନେକ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ ଏବଂ ଘରେ ଆର୍ଥିକ ସ୍ଥିତି ମଧ୍ୟ ଅସମ୍ଭାଳ ହୋଇ ଯାଇଥାଏ ଏବଂ ଘରେ ସର୍ବଦା ଅଶାନ୍ତି ସୃଷ୍ଟି ହୋଇଥାଏ । ତେବେ ଯଦି ଘରେ ଅଶ୍ୱଗନ୍ଧା ବୃକ୍ଷ ଲଗାଇବା ତେବେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ମାତା ଲକ୍ଷ୍ମୀ ସେହି ଘରେ ସର୍ବଦା ବାସ କରନ୍ତି ।

୩. ତୃତୀୟ ବୃକ୍ଷ ଟି ହେଉଛି କଦଳୀ ବୃକ୍ଷ । ଘରେ ସୁଖ ସମୃଦ୍ଧି ନିମନ୍ତେ କଦଳୀ ବୃକ୍ଷ ଲଗାଇବା ନିହାତି ଆବଶ୍ୟକ । ଏହି ବୃକ୍ଷ କୁ ଯଦି ଆପଣ ଇସାଣ କୋଣ ରେ ଲଗାଇବେ ତେବେ ଆପଣଙ୍କ ଘରେ ସୁଖ ସମୃଦ୍ଧି ସ୍ଥାପନ ହେବ ଏବଂ ଘରେ ଧନ ଦୌଲତ ବୃଦ୍ଧି ହେବ । ଏହି ବୃକ୍ଷ ବୃହସ୍ପତି ଗ୍ରହ ର ପ୍ରତିନିଧି ବୃକ୍ଷ ଅଟେ ।

କଦଳୀ ବୃକ୍ଷ ଏବଂ ତୁଳସୀ ବୃକ୍ଷ କୁ ଏକାଠି ଗୋଟିଏ ସ୍ଥାନରେ ଲଗାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ଏହା ଘରେ ସୁଖ ଶାନ୍ତି ସୃଷ୍ଟି କରିଥାଏ ଏବଂ ଯେଉଁ ସ୍ଥାନରେ ଏହି ଦୁଇଟି ବୃକ୍ଷ ଏକାଠି ଲଗାଯାଏ ସେହି ସ୍ଥାନରେ ମାତା ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button