IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଯଦି ଶୀଘ୍ର ଓଜନ କମେଇବାକୁ ଚାହୁଁଛନ୍ତି, ତେବେ କରନ୍ତୁ ଏହି କେତୋଟି ସହଜ ଉପାୟ

ଶୀଘ୍ର ଓଜନ କମେଇବାକୁ ଚାହୁଁଛନ୍ତି, ତେବେ କରନ୍ତୁ ଏହି କେତୋଟି ସହଜ ଉପାୟ

ଆଜିକାଲି ଲୋକନକର ସବୁଠୁ ବଡ ସମସ୍ଯା ହେଲା ସେମାନଙ୍କର ବଢୁଥିବା ଓଜନ । ଯାହା ସେମାନଙ୍କ ଶରୀରରେ ବହୁତ ରୋଗ ସୃଷ୍ଟି କରିଥାଏ । ସମସ୍ତେ ଏହି ସମସ୍ୟାରୁ ନିଜକୁ ମୁକ୍ତ କରିବାକୁ ଚାହୁଁଞ୍ଚନ୍ତି ଓ ଶୀଘ୍ର ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହା ପାଇଁ ଆପଣଙ୍କ ଶରୀରରୁ କ୍ଯାଲୋରି ଘଟାଇବାକୁ ପଡିବ ଓ ସନ୍ତୁଳନ ଆହାର ଖାଇବାକୁ ପଡିବ । ଆଜି ଆମେ ଆପଣଙ୍କୁ କୀଚଚି ସାଧାରଣ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବା ସହ ଏହା ବହୁତ ସୁରକ୍ଷିତ ମଧ୍ୟ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ ।

ବ୍ୟାୟାମ କରନ୍ତୁ-

 

ଓଜନ କମ କରିବା ପାଇଁ ସବୁଠୁ ଅଧିକା ଜରୁରୀ ହେଉଛି ବ୍ୟାୟାମ କରିବା । ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ସନ୍ତୁଳିତ ଆହାର ସହ ବ୍ୟାୟାମ କରିବା ନିତ୍ୟାନ୍ତ ଆବଶ୍ୟକ । ଯଦି ଆପଣ ପହଁରିବା ଜାଣିଞ୍ଚନ୍ତି ତେବେ ଏହା ସବୁଠୁ ଭଲ ବ୍ୟାୟାମ ଅଟେ, ନଚେତ ଆପଣ ଚାଲିବା, ସ୍କିପ୍ପିଙ୍ଗ ଆଦି କରି ପାରିବେ ।

ଉପବାସ କରନ୍ତୁ-

 

ସପ୍ତାହରେ ଗୋଟେ ଦିନ ଉପବାସ କରିବା ସବୁଠୁ ଭଲ ଉପାୟ । ଉପବାସ ଦିନ ଆପଣ ଫଳ, ଜୁସ, ଲେମ୍ବୁ ପାଣି, କ୍ଷୀର, ବା ସୁପ ଆଦି ଖାଇ ପାରିବେ । ଆପଣ ସାଲାଡ ମଧ୍ୟ ଖାଇପାରିବେ ।

ଅସ୍ଵାସ୍ଥ୍ୟକର ଖାଦ୍ଯ ଠାରୁ ଦୂରେଇ ରୁହନ୍ତୁ-

 

ଜଙ୍କଫୁଡ୍ ର ସେବନ ଦ୍ଵାରା ଓଜନ ବହୁତ ଶୀଘ୍ର ବଢିଥାଏ । ଯଦି ଆପଣ ଓଜନ କମାଇବାକୁ ଚାହୁଁଞ୍ଚନ୍ତି ତେବେ ଜଙ୍କଫୂଡ୍ ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । କମ ମସଲା ଦିଆ ଖାଦ୍ୟ ଖାଆନ୍ତୁ । କେବେଆଲ ସିଝା ଖାଇଲେ ଅତ୍ୟନ୍ତ ଭଲ ।

ବହୁତ ପାଣି ପିଅନ୍ତୁ-

 

ପାଣି ଅଧିକ ମାତ୍ରାରେ ପିବା ଦେହ ପାଇଁ ବହୁତ ଭଲ । ଯଦି ପ୍ରତ୍ୟକ ଦିନ ସକାଳୁ ଉଠି ଏକ ଗ୍ଳାସ ଉଷୁମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ସେବନ କରନ୍ତି ତେବେ ଏହା ଓଜନ ହ୍ରାସ କରାଇବାରେ ସାହାଯ୍ୟ କରିଥାଏ । ଖାଇବାର 1ଘଣ୍ଟା ପରେ ପାଣି ପିଅନ୍ତୁ ।

ନିଶା ଦ୍ରବ୍ଯ ବର୍ଜନ କରନ୍ତୁ-

 

ଯଦି ଆପଣ କୌଣସି ବି ନିଶା ଦ୍ରବ୍ଯର ବ୍ୟବହାର କରୁଛନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା କରୁଥିଲେ ଓଜନ ହ୍ରାସ ପାଇଁ ସନ୍ତୁଳିତ ଆହାର ବା ବ୍ୟାୟାମ ମଧ୍ୟ କିଛି କାମ କରିବ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button