ରାଜ୍ୟ

ସାବଧାନ! ଯଦି ମୋମୋ ଖାଉଛନ୍ତି ତେବେ ଏବେହିଁ ପଢନ୍ତୁ – ନହେଲେ ପଛରେ ପସ୍ତେଇବେ …

ମୋମୋ ନା ଶୁଣିଲେ କିଛି ଲୋକଙ୍କର ମୁହଁରେ ପାଣି ଆସିଯାଏ। ମଇଦା ଓ ପରିବାର ସ୍ଟଫିଙ୍ଗ ରେ ତିଆରି ମୋମୋର ସ୍ଵାଦ ସେତେବେଳେ ଅଧିକ ବଢିଯାଏ ଯେତେବେଳେ ତାକୁ ଲାଲ ଚଟାଣି ସହ ଖିଆଯାଏ। ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବା ପାଇଁ ବହୁତ ପସନ୍ଦ କରନ୍ତି। ମୋମୋ ଏଭଳି ଏକ ଖାଦ୍ଯ ଯାହା ଠାରେ ଖାଇଲେ ପାଟିରୁ ଚାଡେ ନାହିଁ। କିନ୍ତୁ କଣ ଆପଣ ଜାଣିଛନ୍ତି ମୋମୋ ଖାଇବା ଦ୍ଵାରା ଶରୀର ପାଇଁ ଏହା କେତେ କ୍ଷତି କାରକ। ଗୋଟେ ରିସର୍ଚ ମୁତାବକ ଷ୍ଟ୍ରୀଟ ଫୁଡ ଭିତରେ ମୋମୋ ହେଉଛି ସବୁଠୁ ଅଧିକା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଓ ଏହା ସହ ଅନ୍ୟ ଖାଦ୍ଯ ଅପେକ୍ଷା ଏହା ଅଧିକ ଖରାପ ଶରୀର ପାଇଁ।

ମୋମୋ ବିଷୟରେ କଣ କହୁଛି ରିସର୍ଚ-

ପୁସା ରୋଡ ଅବସ୍ଥିତ କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରଣାଳୟର ଇଂସ୍ଟୀଟ୍ଯୂଟ ଓଫ ହୋଟଲ ମୈନେଜମେଂଟ କୈଟରିଂଗ ଏଂଡ ନ୍ଯୂଟ୍ରୀଶନ ର ଏକ ରିସର୍ଚ ରେ ମୋମୋ କୁ ନେଇ ଗୋଟେ ନୁହେଁ ବରଂ ବହୁତ ଗୁଡିଏ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ଜାଣିବାକୁ ମିଳିଲା। ଏଥିରେ ଜଣ ପଡିଲା ଯେ ମୋମୋ ସହିତ ମିଳୁଥିବା ଲାଲ ରାଗ ଚଟଣି ମନୁଷ୍ୟକୁ ବହୁତ ବିମାର କରିପାରେ। ମୋମୋରେ ଅବଶ୍ୟକଠୁ ଅଧିକା ଫୀକଲ ମୈଟର ମିଳିଥାଏ, ଅର୍ଥାତ ଖାଦ୍ଯ ମାଧ୍ୟମରେ ଶରୀର ଭିତରକୁ ଅସ୍ବଚ୍ଛ ଭାବେ ଯାଉଥିବା ମଇଳା। ଗୋଟେ ଭଲ ମନୁଷ୍ୟକୁ ଏହି ଖାଦ୍ଯ ବହୁତ କିଛି ରୋଗରେ ଆକ୍ରାନ୍ତ କରିପାରେ।

ଧଳା ଦେଖାଯାଉଥିବା ମୋମୋ ହେଉଛି ସବୁଠୁ ଖରାପ-

ଆପଣ ଦେଖିଥିବେ ଘରେ ବନଉଥିବା ମୋମୋ ବଜାରରେ ମିଳୁଥିବା ମୋମୋ ଠାରୁ ଟିକେ ହଳଦୀ ରଙ୍ଗ ବା କମ ଧଳା ଦେଖାଯାଏ। ଏହା ଏଥିପାଇଁ ହୁଏ କାହିଁକି ନା ମଇଦାରେ ଫାଇବର ନଥାଏ, ସଫା ଓ ଚମକ୍ଦାର ବନେଇବା ପାଇଁ ଏହାକୁ ବେଂଜୋଇଲ ପରକ୍ସାଇଡ ଦ୍ଵାରା ବ୍ଲୀଚ କରାଯାଏ। ଯାହା ଶରୀର ପାଇଁ ବହୁତ କ୍ଷତି କାରକ ଅଟେ।

ମୋମୋ ଖାଇବା ଦ୍ଵାରା ହୋଇଥାଏ ଏହି ସବୁ ରୋଗ-

ହାଡ ଦୁର୍ବଳ ହେବା-

ମୋମୋ ସବୁବେଳେ ଖାଇବା ଦ୍ଵାରା ଆପଣଙ୍କର ହାଡ ଧୀରେ ଧୀରେ ଦୁର୍ବଳ ହୋଇଯାଏ। କାହିଁକି ନା ମୋମୋ କୁ ଯେତେବେଳେ ବାମ୍ଫ ଦିଆଯାଏ ସେଥିରୀ ମଇଦାର ସମସ୍ତ ପ୍ରୋଟିନ ବାହାରିଯାଏ। ଓ ଏହା ଏସିଡିକ ହୋଇଯାଏ, ଯାହା ଦ୍ଵାରା ଆମର ହାଡ ଦୁର୍ବଳ ହୋଇଥାଏ।

ଡାୟବିଟୀଜ-

ମୋମୋ ଖାଇବା ଦ୍ଵାରା ମଧୁମେହ ର ଆଶଙ୍କା ବଢିଥାଏ। କାହିଁକି ନା ମଇଦା ରେ ଗ୍ଲାଇସୀମିକ ଇଂଡେକ୍ସ ବହୁତ ପରିମାଣରେ ଥାଏ।

ଶରୀରକୁ ଦୁର୍ବଳ କରାଏ-

ଯେଉଁ ଲୋକ ସର୍ବଦା ମଇଦା ରେ ପ୍ରସ୍ତୁତ ଖାଦ୍ଯ ଖାଆନ୍ତି ସେମାନଙ୍କର ଇମ୍ଯୂନିଟୀ ଶକ୍ତି ଦୁର୍ବଳ ହୋଇଯାଏ। ଏହା ଦ୍ଵାରା ସେ ସର୍ବଦା ବିମର ରହିବାକୁ ଲାଗନ୍ତି।

ହୃଦୟ ପାଇଁ ଖରାପ –

 

ମଇଦା ଜାତୀୟ ଖାଦ୍ଯ ସବୁବେଳେ ଖାଇବା ଦ୍ଵାରା ହୃଦୟ ସମ୍ବନ୍ଧିତ ସମସ୍ଯା ଦେଖା ଦବାର ଅଧିକ ଆଶଙ୍କା ଅଛି।

ଏମିତିରେ କଣ କରିବେ?

ପ୍ରଥମେ ତ ଏହା ଜାଣିରଖନ୍ତୁ କୌଣସି ବି ଜିନିଷର ଅତି ହେଉଛି ଖରାପ। ଯଦି ଆପଣଙ୍କୁ ମୋମୋ ଖାଇବା ବହୁତ ପସନ୍ଦ ତେବେ କୌଣସି ଭଲ ଜାଗାରୁ ଖାଆନ୍ତୁ ନ ହେଲେ ଘରେ ବନାଇକି ଖାଆନ୍ତୁ। ମଇଦା ଜାଗାରେ ଅଟା ବ୍ୟବହାର କରିପାରନ୍ତି। ଏହାକୁ ଖାଇବାର ଘଣ୍ଟେ ପରେ ଉଷୁମ ପାଣି ପିଅନ୍ତୁ।

ଏହି ମୋମୋ ଆସିଲା କେଉଁଠୁ-

 

ଏହା ସିକ୍କିମ ର ଜଳଖିଆ ଅଟେ, ଯାହା ତିବ୍ବତି ମୋମୋ ଭଳି ହୋଇଥାଏ। ଏହାକୁ ମାଇଦାର ଖାଲି ଭିତରେ ନିଜ ମନପସନ୍ଦର ସ୍ଟଫ୍ଫିଙ୍ଗ ପୁରାଇ ବାମ୍ଫ ଦେଇ ବନାଯାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button