ରାଜ୍ୟ

ରାଜ୍ୟସଭା ନିର୍ବାଚନ; ୧୫ ଆସନରେ ଆଜି ହେବ ଭୋଟିଂ – Ibnodisha

[ad_1]

ନୂଆଦିଲ୍ଲୀ: ମଙ୍ଗଳବାର ରାଜ୍ୟସଭା ନିର୍ବାଚନ। ଖାଲିପଡ଼ିଥିବା ଆସନରେ ହେବ ଭୋଟିଂ। ମୋଟ୍ ୫୬ଟି ଆସନ ମଧ୍ୟରୁ ଆଜି ୧୫ଟି ଆସନରେ ନିର୍ବାଚନ ହେବ। ଗତ ମଙ୍ଗଳବାର ବିଭିନ୍ନ ରାଜ୍ୟର ୪୧ଜଣ ପ୍ରାର୍ଥୀଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲା । ଏନେଇ ନିର୍ବାଚନ କମିଶନ ଘୋଷଣା କରିଥିଲେ । ତେବେ ଅବଶିଷ୍ଟ ୧୫ଟି ସିଟ ଲାଗି ତିନିଟି ରାଜ୍ୟରେ ଭୋଟ୍ ଗ୍ରହଣ ହେବ । ୧୫ଟି ଆସନ ପାଇଁ ୧୮ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି । ସମସ୍ତଙ୍କର ନଜର ଏହାର ଫଳାଫଳ ଉପରେ ରହିଛି। ଆଜି ସନ୍ଧ୍ୟାରେ ନିର୍ବାଚନ କମିଶନ ଫଳାଫଳ ଘୋଷିତ କରିବେ । ତିନିଟି ରାଜ୍ୟରେ ବିଜେପି ଏବଂ ଏହାର ସହଯୋଗୀ ଦଳ ଆବଶ୍ୟକ ଠାରୁ ଅଧିକ ଜଣେ ଲେଖାଏଁ ପ୍ରାର୍ଥୀ ଦେଇଥିବାରୁ ନିର୍ବାଚନ ରୋଚକ ମୋଡ଼ରେ ରହିଛି। ଉତ୍ତର ପ୍ରଦେଶରେ ସର୍ବାଧିକ ଆସନରେ ନିର୍ବାଚନ ହେବ । ୧୦ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ମଇଦାନରେ ୧୧ ଜଣ ପ୍ରାର୍ଥୀ ଅଛନ୍ତି। ହିସାବ ଅନୁଯାୟୀ, ବିଜେପିର ୭ ପ୍ରାର୍ଥୀ ଏବଂ ସମାଜବାଦୀ ପାର୍ଟିର ୩ଜଣ ପ୍ରାର୍ଥୀ ସହଜରେ ବିଜୟୀ ହେବେ । ମାତ୍ର ବିଜେପି ପକ୍ଷରୁ ଜଣେ ଅଧିକ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି । ସେହିଭଳି କର୍ଣ୍ଣାଟକରେ ୪ ଆସନ ପାଇଁ ୫ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କ୍ଷମତାସୀନ କଂଗ୍ରେସ ତିନି ଜଣ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ଏବଂ ଏହାର ସହଯୋଗୀ ଜେଡିଏସ୍ ଦୁଇ ଜଣ ପ୍ରାର୍ଥୀ ଦେଇଛନ୍ତି ।ଉତ୍ତର ପ୍ରଦେଶରେ ସର୍ବାଧିକ ୧୦ଟି ଆସନ, କର୍ଣ୍ଣାଟକରେ ୪ସିଟ୍ ଏବଂ ହିମାଚଳପ୍ରଦେଶରୁ ଗୋଟିଏ ଆସାନରେ ଭୋଟ ଗ୍ରହଣ ହେବ । ମଙ୍ଗଳବାର ସକାଳୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହେବ । ଦିନ ୯ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟିଂ ଜାରି ରହିବ ଏବଂ ସଂଧ୍ୟା ୫ଟାରେ ଭୋଟ ଗଣତି ହେବ । ଏହା ପରେ ନିର୍ବଚନ କମିଶନ ବିଜୟୀ ପ୍ରାର୍ଥୀ ଘୋଷଣା କରିବେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button