IBN ଓଡ଼ିଶା ବ୍ୟୁରୋ

ମକର ସଂକ୍ରାନ୍ତି ଦିନ ଘରର ଏହି ସ୍ଥାନରେ ରଖି ଦିଅନ୍ତୁ କଉଡି, ଘରକୁ ଏତେ ଧନ ଆସିବ ଯେ ସମ୍ଭାଳି ପାରିବେନି

ମକର ସଂକ୍ରାନ୍ତି ପର୍ବକୁ ଜାନୁଆରୀ ମାସର ୧୪ ତାରିଖ ଦିନ ପୁରା ଭାରତରେ ପାଳନ କରାଯାଏ । ଏହି ଦିନରେ କିଛି ବିଶେଷ ଉପାୟ ମଧ୍ୟ କରାଯାଏ, ଯାହା ଦ୍ଵାରା ଧନ ଓ ସମ୍ପତି ବୁଦ୍ଧି ହୋଇଥାଏ ଓ ଏହା ସହିତ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ସମସ୍ତ ଉପାୟ ବିଷୟରେ ? ଏହା କରିବା ଦ୍ଵାରା ଘରେ ଧନଧାନ୍ୟର ପୂର୍ଣ ହୋଇଯିବ । ଏହା ସହିତ ଉନ୍ନତି ମଧ୍ୟ ହେବ ଓ ଘରେ ସୁଖ ଶାନ୍ତି ଲାଗି ରହିବ । ଏହା ବିଷୟରେ ଜାଣିଲେ ଆପଣ ଉଚିତ ସମୟରେ ଉଚିତ ଫଳ ପାଇ ପାରିବେ ।

ଆପଣଙ୍କ ଘରେ ମକର ସଙ୍କରାନ୍ତି ଦିନ କଉଡି କେମତି ଖୁସିର ଲହରୀ ନେଇ ଆସିବ ଚାଳନ୍ତୁ ସେହି ବିଷୟରେ ଜାଣିବା । ବନ୍ଧୁଗଣ ମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତରେ ଘରକୁ ୧୪ଟି ସ୍ବଚ୍ଛ କଉଡି ନେଇ ଆସନ୍ତୁ ଓ ସେହି କଉଡି ଗୁଡିକୁ ଖାଇବା କେଶର ମିଶ୍ରିତ କ୍ଷୀରରେ ରଖି ଦିଅନ୍ତୁ ।

ଏହା ପରେ ଏହି କଉଡିକୁ ଗଙ୍ଗା ଜଳରେ ଶୁଦ୍ଧ କରି ଗୋଟିଏ ପାତ୍ରରେ ପୂଜା ସ୍ଥାନରେ ରଖି ଦିଅନ୍ତୁ । ଏହା ପରେ ଶୁଦ୍ଧ କରାଯାiଇଥିବା କଉଡି ଗୁଡିକୁ ନେଇ ମାତା ଲକ୍ଷ୍ମୀଙ୍କର ଫଟୋ ପାଖରେ ରଖି ଦିଅନ୍ତୁ । ବର୍ତ୍ତମାନ ମାତା ଲକ୍ଷ୍ମୀଙ୍କ ପାଖରେ ଶୁଦ୍ଧ ଘିଅ ଓ ରାସୀ ତେଲରେ ଦୁଇଟି ଦୀପ ଲଗାନ୍ତୁ । ଏହା ପରେ ମାତା ଲକ୍ଷ୍ମୀଙ୍କ ପାଖରେ ରଖାଯାଇଥିବା ରାସୀ ତେଲର ଦୀପକୁ ବାମ ପଟେ ରଖନ୍ତୁ ଓ ଘିଅ ଦୀପ ଡାହାଣ ପଟେ ରଖନ୍ତୁ ।

ଏହା ପରେ ଦିନ ୧୨ଟା ପରେ ପୂଜା କରିଥିବା କଉଡି ଗୁଡିକୁ ଘରର ଉନ୍ନତି କରିବା ସ୍ଥାନରେ କିମ୍ବା ଶୁଦ୍ଧ ସ୍ଥାନରେ ରଖି ଦିଅନ୍ତୁ । ଯେପରିକି ପର୍ସ, ଆଲମୀରା, ଠାକୁରଙ୍କ ଘରେ, ରୋଷେଇ ଘରେ, ବିଛଣା ତଳେ, କାର୍ଯ୍ୟ କରୁଥିବା ଟେବୁଲ ତଳେ ଇତ୍ୟାଦି ସ୍ଥାନରେ ରଖି ଦିଅନ୍ତୁ । ଏହି କାର୍ଯ୍ୟକୁ ଆପଣ ମକର ସଂକ୍ରାନ୍ତି ଦିନ ନିଶ୍ଚିତ ରୂପରେ କରନ୍ତୁ । ଏହା ପରେ ଦୀପର ସ୍ଥାନରେ ପରିବର୍ତ୍ତନ କରନ୍ତୁ । ଡାହାଣ ପଟ ଦୀପକୁ ବାମ ପଟ ଲଗାଇ ଦିଅନ୍ତୁ ଓ ବାମ ପଟ ଦୀପକୁ ଡାହାଣ ପଟେ ରଖି ଦିଅନ୍ତୁ ।

ତେଲ ଓ ଘିଅ ଯଦି ଶେଷ ହୋଇ ଯାଇଛି ତେବେ ତାହା ଭର୍ତ୍ତି କରି ଦିଅନ୍ତୁ । ଏହା ପରେ ରାସୀ ତେଲର ଦୀପକୁ ସନ୍ଧ୍ୟା ସମୟରେ ଘରର ଅଗଣାରେ ଅଥବା ଦୁଆର ସାମ୍ନାରେ ରଖିଦିଅନ୍ତୁ । ସେହିଭଳି ଘିଅର ଦୀପଟିକୁ ମାତା ବୃନ୍ଦାବତୀଙ୍କ ନିକଟରେ ରଖି ଦିଅନ୍ତୁ । ଏହି ସବୁ ଶୁଭ ଉପାୟ ମକର ସଂକ୍ରାନ୍ତି ଦିନ କରିବା ଦ୍ଵାରା ଘରେ ସୁଖ ଶାନ୍ତି ପାଇ ପାରିବେ । ହେଉ ନ ଥିବା କାର୍ଯ୍ୟ ଆପଣଙ୍କର ପୂର୍ଣା ହେବ । ଏହା ସହିତ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ମିଳିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button