ଦେଶ

ଉଦୟାନିଧିଙ୍କ ନାମରେ ସୁପ୍ରିମକୋର୍ଟରେ ମାମଲା – Ibnodisha

[ad_1]

ନୂଆଦିଲ୍ଲୀ: ତାମିଲନାଡ଼ୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ୍‌ଙ୍କ ସନାତନ ବିରୋଧୀ ମନ୍ତବ୍ୟ ପ୍ରସଙ୍ଗ ତମାମ ବୟାନବାଜୀ ମଧ୍ୟରେ ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚି ସାରିଛି । ଦିଲ୍ଲୀର ଭିନିତ ଜିନ୍ଦଲ ନାମକ ଜଣେ ଆଇନଜୀବୀ ଏହି ଆବେଦନ ଦାଖଲ କରିଛନ୍ତି । ଉଦୟାନିଧି ଷ୍ଟାଲିନ୍‌ଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବାକୁ ଏହି ପିଟିସନରେ ଦର୍ଶାଯାଇଛି । ସେହିପରି ଏହା ଏକ ଧାର୍ମିକ ହେଓ୍‌ସ୍ପିଚ୍ ମନ୍ତବ୍ୟ ହୋଇଥିଲେ ସୁଦ୍ଧା ସ୍ଥାନୀୟ ଚେନ୍ନାଇ ଓ ଦିଲ୍ଲୀ ପୋଲିସ କାହିଁକି ଏପର୍ଯ୍ୟନ୍ତ ନିଜଆଡ଼ୁ ମାମଲା ରୁଜୁ କରିନାହାନ୍ତି, କୋର୍ଟ ସେ ସମ୍ପର୍କରେ ମଧ୍ୟ ହସ୍ତକ୍ଷେପ କରିବାକୁ ଆବେଦନରେ ଉଲ୍ଲେଖ କରିଛନ୍ତି ଆବେଦନକାରୀ ଆଇନଜୀବୀ । ଆବେଦନକାରୀ ପିଟିସନରେ ଦର୍ଶାଇଛନ୍ତି, ଉଦୟାନିଧିଙ୍କ ମନ୍ତବ୍ୟ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଅପମାନିତ କରିଛି । ଏହା ଏକ ଧାର୍ମିକ ଘୃଣା ସୃଷ୍ଟିକାରୀ ମନ୍ତବ୍‌ଯ ।

ସର୍ବୋଚ୍ଚ କୋର୍ଟଙ୍କ ପ୍ରଦତ୍ତ ଗାଇଡ୍ଲାଇନ୍ ଅନୁସାରେ, ଏପରି ସମ୍ବେଦନଶୀଳ ଘଟଣାରେ ଅଭିଯୋଗ ନହେଲେ ମଧ୍ୟ ପୋଲିସ ନିଜଆଡୁ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବା କଥା । ହେଲେ ଉଦୟାନିଧିଙ୍କ କ୍ଷେତ୍ରରେ ସେପରି ହୋଇନାହିଁ । ରାଜଧାନୀ ଦିଲ୍ଲୀ କିମ୍ବା ସ୍ଥାନୀୟ ଚେନ୍ନାଇ ପୋଲିସ ଉଦୟାନିିଧିଙ୍କ ବିରୋଧରେ ନିଜଆଡୁ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜୁ କରିନାହାନ୍ତି । ଯାହାକି ପୋଲିସର ସର୍ବୋଚ୍ଚ ଅଦାଲତଙ୍କ ଗାଇଡଲାଇନର ଅବମାନନା । ଏହା ସମ୍ପର୍କରେ ମଧ୍ୟ କୋର୍ଟ ହସ୍ତକ୍ଷେପ କରନ୍ତୁ । ଏବେ ଉଦୟାନିଧିଙ୍କ ନାମରେ ଗିରଫ ପରୱାନା ଜାରି କରି ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏହି ପିଟିସନରେ ଦାବି କରାଯାଇଛି । ଉଦୟାନିଧିଙ୍କ ସମେତ ଆଜି ସନାତନ ବିରୋଧୀ ମନ୍ତବ୍ୟ ଦେଇଥିବା ଡିଏମ୍େକର ବରିଷ୍ଠ ନେତା ତଥା ସାଂସଦ ଏ.ରାଜାଙ୍କ ବିରୋଧରେ ମଧ୍ୟ ଆରେଷ୍ଟ ୱାରେଣ୍ଟ ଜାରି କରିବା ପାଇଁ ଆବେଦନ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button