ଦେଶ

ଅନାବଶ୍ୟକ ଗିରଫ ଓ ଅଟକକୁ ନେଇ ହାଇକୋର୍ଟଙ୍କ ତରଫରୁ ଗୁରୁତ୍ୱପୂର୍ଣ୍ଣ ନୋଟିସ – Ibnodisha

[ad_1]

ବ୍ୟୁରୋ : ଅନାବଶ୍ୟକ ଗିରଫଦାରି ଓ ଅଟକ ରଖିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ପକ୍ଷରୁ ଏକ ନୋଟିସ ଜାରି ହୋଇଛି । ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଅନୁପାଳନ କରିବା ନେଇ ହାଇକୋର୍ଟଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି। ବିଶେଷକରି ଆଇପିସିର ଦଫା ୪୯୮-କ ରେ ମାମଲା ରୁଜୁ ହେବା କ୍ଷଣି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରୁ ବିରତ ରହିବ। ୪୯୮-କ ଦଫାରେ ରୁଜୁ ହୋଇଥିବା ମାମଲାରେ ଅଭିଯୁକ୍ତଙ୍କୁ ଆପେ ଆପେ ଗିରଫ ନ କରିବା ପାଇଁ ରାଜ୍ୟ ସରକାର ପୋଲିସ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବେ। ଏଭଳି ମାମଲାରେ ସିଆରପିସିର ଧାରା ୪୧ରେ ଥିବା ବ୍ୟବସ୍ଥା ଅନୁସାରେ,ଗିରଫଦାରୀର ଆବଶ୍ୟକତା ପ୍ରସଙ୍ଗରେ ପୋଲିସ ଅଧିକାରୀ ସୁନିଶ୍ଚିତ ହେବେ। ଏହି ମାମଲାରେ ଯଦି ପୋଲିସ ଅଧିକାରୀ ଅଭିଯୁକ୍ତଙ୍କୁ ଗିରଫ କରନ୍ତି ତେବେ ଗିରଫଦାରୀର କାରଣ ଓ ଏଭଳି ଆବଶ୍ୟକତା ସମ୍ପର୍କିତ ଦସ୍ତାବିଜ ସହିତ ସମ୍ପୂର୍ଣ୍ଣ ଚେକ୍-ଲିଷ୍ଟ ଅଦାଲତରେ ଚାଲାଣ ବେଳେ ଉପସ୍ଥାପନ କରିବାକୁ ହେବ। ଏଥିସହ ପୋଲିସ ଅଧିକାରୀ ଦାଖଲ କରିଥିବା ରିପୋର୍ଟକୁ ମାଜିଷ୍ଟ୍ରେଟ ଅନୁଧ୍ୟାନ କରିବା ପରେ ଯଦି ଏହା ସନ୍ତୋଷଜନକ ଥାଏ ତେବେ ମାଜିଷ୍ଟ୍ରେଟ ନିଜ ସନ୍ତୁଷ୍ଟି ନେଇ ରେକର୍ଡରେ ଉଲ୍ଲେଖ କରିବା ପରେ ଅଭିଯୁକ୍ତଙ୍କୁ ଅଧିକ ସମୟ ପାଇଁ ଅଟକ ପାଇଁ ଅନୁମତି ଦେଇପାରିବେ। ସେହିପରି ଅଭିଯୁକ୍ତଙ୍କୁ ଗିରଫ ନକରିବା ନିଷ୍ପତ୍ତି ମଧ୍ୟ ମାମଲା ରୁଜୁ ହେବାର ୨ ସପ୍ତାହ ମଧ୍ୟରେ ସମ୍ପୃକ୍ତ ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଯିବ। ମାମଲା ରୁଜୁର ଦୁଇ ସପ୍ତାହ ମଧ୍ୟରେ ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ନୋଟିସ ପ୍ରଦାନ କରାଯିବ। ଏହି ଅବଧି ଜିଲ୍ଲା ଏସ୍‌ପି ଉପଯୁକ୍ତ କାରଣ ଲିଖିତ ଆକାରରେ ଉଲ୍ଲେଖ କରି ବୃଦ୍ଧି କରି ପାରିବେ। ଏହି ନିର୍ଦ୍ଦେଶନାମା ପାଳନ କରିବାରେ ବିଫଳ ହେଲେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି କ୍ଷେତ୍ରରେ ପୋଲିସ ଅଧିକାରୀଙ୍କୁ ହାଇକୋର୍ଟରେ ରୁଜୁ ହେବାକୁ ଥିବା ଅଦାଲତ ଅବମାନନା ମାମଲାରେ ଦଣ୍ଡିତ କରାଯିବ। ସେହିପରି କାରଣ ନ ଦର୍ଶାଇ ଅଭିଯୁକ୍ତଙ୍କୁ ଅଟକ ରଖିବା ପାଇଁ କ୍ଷମତା ଦେବା କ୍ଷେତ୍ରରେ ସମ୍ପୃକ୍ତ ବିଚାର ବିଭାଗୀୟ ଅଧିକାରୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି କୁହାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button