ଦେଶ

ଯଦି ଆପଣ ହେଲମେଟ୍ କିଣିବାକୁ ଯାଉଛନ୍ତି, ତେବେ ଏହି ସବୁ ଦିଗ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ

ବର୍ତ୍ତମାନ ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ କଡାକଡି ଭାଳେ ପାଳନ କରାଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ତେଣୁ ଦୁଇ ଚକିଆ ଚଲାଉଥିବା ଯାତ୍ରୀ ମାନଙ୍କ ପାଇଁ ବିଶେଷ ଭାବେ ହେଲମେଟ୍ ପିନ୍ଧିବା ଏକ ପ୍ରକାରର ବାଧ୍ଯମୂଳକ ହେବା ସହିତ ସବୁ ପ୍ରକାର ଗାଡି ମାନଙ୍କର କାଗଜ ପତ୍ର ଠିକଠାକ୍ ଭାବେ ପ୍ରସ୍ତୁତ କରି ରଖିବାକୁ ପୋଲିସ୍ ପକ୍ଷରୁ ଉପଦେଶ ଦିଆଯାଇଛି । ତେଣୁ ଯଦି ଆପଣ ଦୁଇ ଚକିଆ ନୂଆ ଗାଡି କିଣୁଛନ୍ତି ତେବେ ହେଲମେଟ୍ ନିହାତୀ କିଣନ୍ତୁ। ଏହାସହିତ ଯଦି ଆପଣଙ୍କ ହେଲମେଟ୍ ଭାଙ୍ଗିଯାଇଛି ତେବେ ସୁରକ୍ଷା ପାଇଁ ତୁରନ୍ତ ନୂଆ ହେଲମେଟ୍ କିଣନ୍ତୁ। ହେଲମେଟ୍ କିଣିବା ସମୟରେ ବିଶେଷ କରି ଏହି ସବୁ ଦିଗ ପ୍ରତି ଧ୍ଯାନ ଦିଅନ୍ତୁ ।

helmet-ଷ୍ଟାଇଲ୍ ମାରିବାକୁ ଗୁରୁତ୍ବ ନଦେଇ ଭଲ ମଜବୁତ୍ ହେଲମେଟ୍ କିଣନ୍ତୁ । ମାର୍କେଟରେ ବହୁତ ପ୍ରକାରର ହେଲମେଟ୍ ବିକ୍ରି ହେଉଛି ଯାହା କେବଳ ମୁଣ୍ଡ ହିଁ ଘୋଡେଇ ହୋଇ ରଖିବ। ଦୁର୍ଘଟଣା ପାଇଁ ତାହା ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ । ତେଣୁ ସର୍ବଦା ଫୁଲ୍ ହେଲମେଟ୍ କିଣନ୍ତୁ ।

-ହେଲମେଟର କ୍ବାଲିଟି ଅଧିକ ମହତ୍ତ୍ବ ରଖେ । କିଛି ସମୟରେ ଲୋକେ କମ୍ ମୂଲ୍ଯର ହେଲମେଟ୍ ବ୍ଯବହାର କରିଥାନ୍ତି । ତେଣୁ ଟଙ୍କା ଉପରେ ଅଧିକ ଧ୍ଯାନ ନଦେଇ ସର୍ବଦା ଆଇଏସଆଇ ମାର୍କ ଥିବା ହେଲମେଟ୍ କିଣନ୍ତୁ ।

-ରାସ୍ତା କଡରେ ବିକ୍ରି ହେଉଥିବା ହେଲମେଟ୍ ମୁଖ୍ଯତଃ ଦୁର୍ବଳ ହୋଇଥାଏ । ଟଙ୍କା ବଞ୍ଚାଇବା ବଦଳରେ ରାସ୍ତା କଡରୁ ହେଲମେଟ୍ କିଣିବାବେଳେ ଭଲ କରି ପରଖି କିଣନ୍ତୁ ।

helmets-ହେଲମେଟ୍ କିଣିବା ସମୟରେ ସବୁବେଳେ କାଚକୁ ଭଲ ଭାବେ ଦେଖି କିଣନ୍ତୁ । କାରଣ ରାତି ସମୟରେ ହେଲମେଟର କାଚ ଭଲ ଥିଲେ ସେଥିରେ ଭଲ ଭାବେ ଦେଖିହୋଇଥାଏ । ତେଣୁ ଯେତେବେଳେ ବି ହେଲମେଟ୍ କିଣୁଛନ୍ତି କାଚ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

-ହେଲମେଟ୍ କିଣିବା ସମୟରେ ପ୍ରଥମେ ନିଜ ମୁଣ୍ଡରେ ପିନ୍ଧିକି ଦେଖନ୍ତୁ । ଯାହାଦ୍ବାରା ଆପଣକୁ ଜଣାପଡିବ କି ବାହାରର ସମସ୍ତ ଛବି ଆପଣଙ୍କୁ କେମିତି ଦେଖାଯାଉଛି ଏବଂ ଆପଣଙ୍କ ମୁଣ୍ଡକୁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ରଖୁଛି କି ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button