ମନୋରଞ୍ଜନ

ମିଠା ଏବଂ ଚକୋଲେଟ ଏକାସାଙ୍ଗରେ ଖାଇବାକୁ ଇଚ୍ଛା ହେଉଥିଲେ ଆଜି ହିଁ ବନାନ୍ତୁ ‘ଚକୋଲେଟ୍‌ ସନ୍ଦେଶ’

ପ୍ରାୟ ଲୋକଙ୍କୁ ଖାଇବା ପରେ ମିଠା ଖାଇବାକୁ ଭଲ ଲାଗିଥାଏ। ଏଥିପାଇଁ ସେମାନେ ବଜାରରୁ ମିଠା ଆଣି ଫ୍ରିଜରେ ରଖିଥାନ୍ତି। କିନ୍ତୁ ଏବେର ଅପମିଶ୍ରଣଯୁକ୍ତ ମିଠା ଖାଇବା ଠାରୁ ଭଲ ଘରେ ପ୍ରସ୍ତୁତ କରି ଖାଇବା। ଏଥିପାଇଁ ଆଜି ଆମେ ଆପଣଙ୍କୁ ‘ଚକୋଲେଟ୍‌ ସନ୍ଦେଶ’ ବିଷୟରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ଆବଶ୍ୟକ ସାମଗ୍ରୀ

ଫ୍ରେସ ପନୀର -୧ କପ୍‌

ଚିନି – ୧ ଟେବୁଲ ଚାମଚ

କୋକୋ ପାଉଡର – ୧ ଟେବୁଲ ଚାମଚ

ଭାନିଲା ଏସେନ୍ସ – ୧/୨ ଟେବୁଲ ଚାମଚ

ଡ୍ରାଇଫ୍ରୁଟସ୍‌ – ୨ ଟେବୁଲ ଚାମଚ

ଘିଅ – ୧ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ର ନିଅନ୍ତୁ। ସେଥିରେ କିଛି ପନୀର ଏବଂ ଚିନି ପକାଇ ଭଲଭାବେ ମିକ୍ସ କରନ୍ତୁ। ଏହାପରେ ଏଥିରେ କୋକୋ ପାଉଡର ଏବଂ ଭାନିଲା ଆସେନ୍ସ ପକାଇ ନରମ ହେବା ପର୍ଯ୍ୟନ୍ତ ଫେଣ୍ଟନ୍ତୁ।

ଏହାପରେ ମିକ୍ସଚରକୁ ୮ ସମାନ ଭାଗରେ ବାଣ୍ଟି ଦିଅନ୍ତୁ ଏବଂ ହାତରେ ଅଳ୍ପ ଘିଅ ଲଗାଇ ଗୋଟେ ଗୋଟେ ଭାଗ ନେଇ ଗୋଲ ଗୋଲ କରି ଦବାନ୍ତୁ ଏବଂ ଏହା ଉପରେ କିଛି ଡ୍ରାଇଫ୍ରୁଟସ୍‌ ରଖନ୍ତୁ।

ଏହାପରେ ଏହାକୁ ଅତିକମରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ରେଫ୍ରିଜରେଟରରେ ସେଟ୍‌ ହେବା ପାଇଁ ରଖିଦିଅନ୍ତୁ। ଏହାପରେ ଏହାକୁ ବାହାର କରନ୍ତ ଏବଂ ସର୍ଭ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button