ମନୋରଞ୍ଜନ

ବ୍ୟବସାୟୀଙ୍କ ଠାରୁ ୧୫.୮୩ କୋଟି ଟଙ୍କା ଠକି ନେବା ଘଟଣାରେ ରବିନ୍ଦ୍ର ଚନ୍ଦ୍ରଶେଖରନ ଗିରଫ – Ibnodisha

[ad_1]

ନୂଆଦିଲ୍ଲୀ: ସାଉଥ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ ନିର୍ମାତା ରବିନ୍ଦ୍ର ଚନ୍ଦ୍ରଶେଖରନ ଗତବର୍ଷ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ। ସମ୍ପ୍ରତି ଚନ୍ଦ୍ରଶେଖରନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।

କୁହାଯାଉଛି କି ସେ ଜଣେ ବ୍ୟବସାୟୀଙ୍କ ଠାରୁ ୧୫.୮୩ କୋଟି ଟଙ୍କା ଠକି ନେଇଛନ୍ତି। ଏନେଇ ଏକ ଅଭିଯୋଗ ହେବାପରେ ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ  ଚନ୍ଦ୍ର‌ଶେଖରନଙ୍କୁ ଗିରଫ କରିଛି। ଆଗାମୀ ଯାଞ୍ଚ ଜାରି ରହିଛି। ତେବେ ଏନେଇ କୌଣସି ଅଧିକାରିକ ବୟାନ ଜାରି କରାଯାଇନାହିଁ।

ରବିନ୍ଦ୍ରଙ୍କ ଗିରଫ ହେବା ଖବର ସାମ୍ନାକୁ ଆସିବା ପରେ ସାଉଥ ଇଣ୍ଡଷ୍ଟ୍ରିରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରକାଶିତ ଖବର ମୁତବାକ, ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି)ର ଏଟ୍ରଷ୍ଟମେଣ୍ଟ ଡକ୍ୟୁମେଣ୍ଟ ଫ୍ରଡ (ଇଡିଏଫ) ଉଇଙ୍ଗ-୧ ଗୁରୁବାର ରବିନ୍ଦ୍ରଙ୍କୁ ଗରିଫ କରିଛି।

ମଦମ ମିଡିୟା ପ୍ରା.ଲିର ବାଲାଜି କାପା ଗ୍ରେଟର ଚେନ୍ନାଇର ପୁଲିସ କମିସନରଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ନିଜ ଅଭିଯୋଗ ପତ୍ରରେ ଲେଖିଛନ୍ତି କି, ଅକ୍ଟୋବର ୨୦୨୦ରେ ରବିନ୍ଦ୍ର ତାଙ୍କ ସହିତ ସମ୍ପର୍କ କରିଥିଲେ। ଏହାପରେ ରବିନ୍ଦ୍ର ସଲିଡ ବେଷ୍ଟକୁ ଏନର୍ଜିରେ ବଦଳାଇବାର ଏକ ବ୍ୟବସାୟର ଯୋଜନା କରିଥିଲେ। ଏଥିରେ କିଛି ଟଙ୍କା ବ୍ୟୟ ପାଇଁ ସେ ସାହାଯ୍ୟ ମାଗିଥିଲେ।’

ଅଭିଯୋଗ ମୁତାବକ, ୨୦୨୦ ସେପ୍ଟେମ୍ବର ୧୭ରେ ରବିନ୍ଦ୍ର ଚନ୍ଦ୍ରଶେଖରନଙ୍କ ସହ ଏକ ଚୁକ୍ତି ହୋଇଥିଲା ଓ ବାଲାଜି କାପା ୧୫.୮୩ କୋଟି ଟଙ୍କା ତାଙ୍କୁ ଦେଇଥିଲେ। ଏହାପରେ ରବିନ୍ଦ୍ର ନା ବ୍ୟବସାୟ ଆରମ୍ଭ କଲେ ନା ଉକ୍ତ ଟଙ୍କା ଫେରସ୍ତ କଲେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button