ସାରାଙ୍କ ନିକଟରେ ନିଜର ଏକ ‘ଅଫିସ୍ ସ୍ପେସ୍’ କିଣିଲେ ପୂର୍ବ ପ୍ରେମିକ କାର୍ତ୍ତିକ – Ibnodisha

[ad_1]

ମୁମ୍ବାଇ: ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନୂତନ ପିଢ଼ିର ଅନ୍ୟତମ ବଡ଼ କଳାକାର ବୋଲି କହିଲେ ଭୁଲ୍ ହେବ ନାହିଁ। ଏହି ଚଳଚ୍ଚିତ୍ର ଅଭିନେତା ଜଣକ ନିକଟ ଅତୀତରେ ବଲିଉଡ୍କୁ ‘ସତ୍ୟପ୍ରମ କି କଥା’, ‘ଶେହଜାଦା’, ‘ଭୁଲ୍ ଭୁଲେୟା-୨’ ଆଦି ବ୍ଲକବଷ୍ଟର ଚଳଚ୍ଚିତ୍ର ଉପହାର ଦେଇଛନ୍ତି।
ଏହାଛଡ଼ା କାର୍ତ୍ତିକ ନିଜର ବିଳାସମୟ ଜୀବନଶୈଳୀ ପାଇଁ ବି ଅଧିକାଂଶ ସମୟରେ ହେଡ୍ଲାଇନ୍ରେ ରହିଥାନ୍ତି। ସେଥିରେ ତାଙ୍କ ଘରଠୁ ନେଇ କାର୍, କାର୍ଯ୍ୟାଳୟ ଆଦି ଅନ୍ତର୍ଭୁକ୍ତ। ନିକଟରେ ସେ ମୁମ୍ବାଇରେ ୧୦ କୋଟି ଟଙ୍କାର ଏକ ‘ଅଫିସ୍ ସ୍ପେସ୍’ କିଣିବା ପରେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଜାଣିବାକୁ ମିଳିଛି ଯେ କାର୍ତ୍ତିକ ତାଙ୍କ ପୂର୍ବ ପ୍ରେମିକା ସାରା ଅଲୀ ଖାନ୍ଙ୍କ ଅଫିସ୍କୁ ଲାଗିକରି ଥିବା ଏକ ‘ଅଫିସ୍ ସ୍ପେସ୍’କୁ ନିଜ ନାମରେ କିଣିଛନ୍ତି। କାର୍ତ୍ତିକଙ୍କ ନୂତନ କାର୍ଯ୍ୟାଳୟ ସେହି ମହଲାରେ ଅଛି ଯେଉଁଠାରେ ତାଙ୍କର ପୂର୍ବ ପ୍ରେମିକା ସାରା ଅଲୀ ଖାନଙ୍କ ଅଫିସ୍ ରହିଛି।
ରିପୋର୍ଟ ଅନୁଯାୟୀ, କାର୍ତ୍ତିକ ଆର୍ଯ୍ୟନ କିଣିଥିବା ‘ଅଫିସ୍ ସ୍ପେସ୍’ ମୁମ୍ବାଇର ବୀରା ଦେଶାଇ ରୋଡରେ ଥିବା ‘ସିଗ୍ନେଚର୍ ବିଲଡିଂ’ରେ ରହିଛି। କାର୍ତ୍ତିକଙ୍କ କାର୍ଯ୍ୟାଳୟ ଟାୱାରର ଚତୁର୍ଥ ମହଲାରେ ଅଛି ଏବଂ ଏହାର ଦର ୧୦ କୋଟି ଟଙ୍କା। କାର୍ତ୍ତିକ ଷ୍ଟାମ୍ପ ଫି ଭାବେ ୪୭.୫୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।
ଚଳିତବର୍ଷ ଜୁଲାଇ ମାସରେ ମାଆ ଅମୃତା ସିଂଙ୍କ ସହିତ ମିଶି ସେହି ଟାୱାର୍ରେ ଏକ ‘ଅଫିସ୍ ସ୍ପେସ୍’ କିଣିଥିଲେ ଅଭିନେତ୍ରୀ ସାରା। ସାରାଙ୍କ କାର୍ଯ୍ୟାଳୟର ମୂଲ୍ୟ ୯ କୋଟି ଟଙ୍କା ହୋଇଥିବା ବେଳେ ଷ୍ଟାମ୍ପ୍ ଫି ଭାବେ ସେ ଦେଇଥିଲେ ୪୧.୦୧ ଲକ୍ଷ ଟଙ୍କା।
ଯଦିଓ ସାରା ଅଲୀ ଖାନ ଏବଂ କାର୍ତ୍ତିକଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ବହୁ ପୂର୍ବରୁ ଶେଷ ହୋଇସାରିଛି, ତଥାପି ଦୁହେଁ ପରସ୍ପରଙ୍କ ସହ ଯୋଗାଯୋଗରେ ଅଛନ୍ତି। ନିକଟରେ ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର ୨’ର ସଫଳତା ପାର୍ଟିରେ ଦୁହେଁ ପରସ୍ପରଙ୍କୁ ଆଲିଙ୍ଗନ କରିଥିବାର ଦେଖିବାକୁ ମିଳିଥିଲା।
[ad_2]