IBN ଓଡ଼ିଶା ବ୍ୟୁରୋ

କୋଲଡ୍ରିଂକ୍ସ ପିଉଛନ୍ତି କି ? ତ ହୋଇଯାନ୍ତୁ ସାବଧାନ ! ନିଶ୍ଚୟ ଜାଣି ରଖନ୍ତୁ ଏହି କଥା- Health Tips

ବନ୍ଧୁଗଣ ବଜାର ରେ ମିଳୁଥିବା ଷ୍ପ୍ରାଇଟ,ଥଂସପ,କୋକକଲା ଇତ୍ୟାଦି କୋଲଡ୍ରିଂକ୍ସ ଆମ ଶରୀର ପାଇଁ କେତେ ଭଲ କେତେ ମନ୍ଦ କଣ ଆପଣ ସେ ବିଷୟରେ ଜାଣନ୍ତି ?

ଥଣ୍ଡା ପାନୀୟ ଯେଉଁ କମ୍ପାନୀ ର ହେଉ କି ଯେଉଁ ପ୍ରକାରର ହେଉ ଏହା ଆମର କ୍ଷତି କରିଥାଏ । କିନ୍ତୁ ଆଜିକାଲି ଥଣ୍ଡା ପାନୀୟ ପିଇବା ଏକ ଫ୍ୟାସନ ହୋଇ ଯାଇଛି ।

ଟିଭି ରେ ଦେଖାଯାଉଥିବା ବିଜ୍ଞାପନ ଏବଂ ଆଖ ପାଖର ପିଉଥିବା ଲୋକ ଙ୍କୁ ଦେଖି ଆମ ଭିତରେ ଏହି ଥଣ୍ଡା ପାନୀୟ କୁ ପିଇବା ର ଈଛା ଜାଗ୍ରତ ହୋଇଥାଏ। ଅଧିକାଂଶ ଲୋକ ଖରା ଦିନେ ନିଜର ଶୋଷ ମେଣ୍ଟେଇବାକୁ ଏବଂ ଶରୀର କୁ ଥଣ୍ଡା ରଖିବାପାଇଁ ଏହାକୁ ପି ଥାନ୍ତି ।

କିନ୍ତୁ ଏହା ଭିତରେ କାର୍ବୋନିଅମ୍, ଜଳ , ଶର୍କରା , ଫସଫେଟ ଏବଂ କୃତିମ ରଙ୍ଗ ପ୍ରଚୁର ପରିମାଣ ରେ ରହିଥାଏ। ଯାହା ଆମ ଶରୀରକୁ ଥଣ୍ଡା କରିବା ପରିବର୍ତେ ଆମ ପେଟ ରେ ଏବଂ ରକ୍ତ ରେ ଶର୍କରା ର ମାତ୍ରା କୁ ବଢାଇ ଦେଇଥାଏ ।ଏହା ବିଭିନ୍ନ ରୋଗ ର କାରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଥଣ୍ଡା ପାନୀୟ ଆମ ଶରୀର ପାଇଁ କେତେ କ୍ଷତିକାରକ ହୋଇଥାଏ ।

ଗୋଟେ ଥଣ୍ଡା ପାନୀୟ ବୋତଲର ରେ ୩୫ ଗ୍ରାମ ଚିନି ରହିଥାଏ ।ତେଣୁ ଗୋଟେ ଗ୍ଲାସ୍ ଏହି ପାନୀୟ କୁ ପିଇବା ଦ୍ଵାରା ଆମ ଶରୀରକୁ ୧୦ ଚାମଚ୍ ଚିନି ଯାଇଥାଏ ଏବଂ ଏହା ସୁଗାର୍ ମାତ୍ରା କୁ ବଢାଇ ଦେଇଥାଏ । ଏଥିରେ ପ୍ରଚୁର ପରିମାଣ ରେ ଫସଫୁରିକ ଏସିଡ ମିଶା ଯାଇଥାଏ । ଯାହା ଅନେକ ପ୍ରକାରର ମିଠା ପଣ କୁ ଦୂର କରିଥାଏ ।ତେଣୁ ଏହି ମିଠା ପଣ ଆମକୁ ଅନୁଭବ ହୋଇ ନଥାଏ । ହଠାତ୍ ସୁଗର ର ମାତ୍ରା ବଢ଼ିଯି ବା କାରଣରୁ ଇନ୍ସୁଲିନ ମଧ୍ୟ ବଢ଼ି ଯାଇଥାଏ।

କିନ୍ତୁ ଏତେ ଗୁଡିଏ ଶୁଗାର କୁ ଆମ ଯକୃତ ଭଲ ଭାବରେ କଣ୍ଟ୍ରୋଲ କରି ପାରେ ନାହିଁ । ଏହି ଶୁଗାର୍ ଆମ ଶରୀର ରେ ଜମାଟ ବାନ୍ଧି ଥାଏ ଯାହାକି ଆମ ପେଟ ରେ ଚର୍ବି ଜମାଇ ଥାଏ। ଯାହା ଥଣ୍ଡା ପାନୀୟ କୁ ପିବାର୍ ୪୦ ମିନିଟ ପରେ ଶରୀର ରେ ଅବ ଶୋଷଣ କରିଦିଏ। ଏହି ସମୟରେ ଆମ ଶରୀରରେ ମଧ୍ୟ ରକ୍ତ ଚାପ ବଢି ଯାଇଥାଏ । ମତିଷ୍କରେ ଡୋପମାଇନ କ୍ଷରଣ ହୋଇଥାଏ । ଯାହା ଦ୍ୱାରା ଆମକୁ ଖୁସି ଅନୁଭବ ହୁଏ ।

୬୦ମିନିଟ ପରେ ଫସଫରିକ ଏହାର ପ୍ରଭାବ ଦେଖେଇବା ଆରମ୍ଭ କରିଥାଏ । ଥଣ୍ଡା ପାନୀୟ ଭାବେ ଯେତିକି ପାଣି ଶରୀରକୁ ଯାଇଥାଏ ତାହା ପରିଶ୍ରା ହୋଇ ବାହାରି ଯାଏ । ଯାହା ଦ୍ୱାରା ଆମ ଅସ୍ତି , ମାଂସ ପେଶୀ ଦୁର୍ବଳ ହୋଇଯାଏ । ଏହା ଦ୍ୱାରା ବହୁତ ପ୍ରକାର ରୋଗ ହୋଇଥାଏ । ସେଥିପାଇଁ ଥଣ୍ଡା ପାନୀୟ କିଣିବା ହେଉଛି ରୋଗ କିଣିବା ସହ ସମାନ । ତେଣୁ ଥଣ୍ଡା ପାନୀୟର ବେଶୀ ବ୍ୟବହାର କରନ୍ତୁ ନାହିଁ । କି ରୋଗକୁ ଡାକନ୍ତୁ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button