ହାତୀ ଆକ୍ରମଣରେ ଯୁବକ ମୃତ – Ibnodisha

[ad_1]
ରାସୋଳ: ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ଯୁବକଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ôଚଛି । ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ୍ ଗାଲପଡ଼ା ପଞ୍ଚାୟତ କୋଠାଳୁ ଗ୍ରାମର ନରେଶ ମହାପାତ୍ରଙ୍କ ପୁଅ ରଞ୍ଜିତ ମହାପାତ୍ର (୩୩)ଙ୍କ ସହିତ ଅନ୍ୟ ଦୁଇ ଯୁବକ ଗାଁ ପାଖରେ ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ବସିଥିଲେ । ହଠାତ ଏକ ହାତୀ ଆସିବାରୁ ଅନ୍ୟ ଦୁଇ ଯୁବକ ଦୌଡ଼ି ପଳାଇଥିଲେ । ହେଲେ ରଞ୍ଜିିତ ହାତୀ ହାବୁଡ଼ରେ ପଡି ଯାଇଥିଲେ । ସେହିଠାରେ ହାତୀ ତାଙ୍କୁ ଦଳି ମାରି ଦେଇଥିଲା । ରଞ୍ଜିିତ ଗତ ଏପ୍ରିଲ ୨୪ ତାରିଖରେ ଅନୁଗୁଳ ଜିଲ୍ଲା ତଳମୁଳ ଗ୍ରାମର ଭ୍ରମରବର ସାହୁଙ୍କ ଝିଅ ଅଞ୍ଜଳି ସାହୁଙ୍କୁ ବିବାହ କରିଥିଲେ ।
ରଞ୍ଜିିତଙ୍କ ଘର ନଥିବାରୁ ତଳମୁଳ ଗ୍ରାମରେ ଘରଭଡ଼ା ନେଇ ରହୁଥିଲେ । ଗତକାଲି ରଞ୍ଜିିତ ଗାଁକୁ ଆସିଥିଲେ । ହେଲେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଗଲା । ଖବରପାଇ ବାଲିମି ପୁଲିସ ଓ ବନବିଭାଗ ପହଞ୍ôଚ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ମେଡିକାଲ ଆଣିଥିଲା । ସମ୍ପ୍ରତି ହିନ୍ଦୋଳ ବନାଞ୍ଚଳରେ ଶତାଧିକ ହାତୀ ରହୁଥିବା ବେଳେ ହାତୀ ମଣିଷ ଲଢ଼େଇ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । ହାତୀ ଦାଉରୁ ଧନଜୀବନ ରକ୍ଷା କରିବାକୁ ସରକାରଙ୍କ ନିକଟରେ ହିନ୍ଦୋଳ ବାସୀ ନିବେଦନ କରିଛନ୍ତି ।
[ad_2]