ଦେଶ

ଆଦିତ୍ୟ ଏଲ-୧ ଚତୁର୍ଥ କକ୍ଷପଥକୁ ସଫଳ ଭାବେ ସ୍ଥାନାନ୍ତର କଲା ଇସ୍ରୋ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତର ପ୍ରଥମ ସୂର୍ଯ୍ୟ ମିଶନ, ଆଦିତ୍ୟ ଏଲ୧ ଆଜି ପାହାନ୍ତା ପ୍ରହରରେ ତୃତୀୟ କକ୍ଷପଥରୁ ଚତୁର୍ଥ କକ୍ଷପଥକୁ ଗତି କରିଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା – ଇସ୍ରୋ ସଫଳତାର ସହ ଆଜି ସକାଳ ୨ଟା ୩୦ ମିନିଟ ସମୟରେ ଆଦିତ୍ୟ ଏଲ୧ର କକ୍ଷପଥ ସ୍ଥାନାନ୍ତର କରିବାରେ ସଫଳ ହୋଇଛି। ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଇସ୍ରୋ କମାଣ୍ଡ ସେଣ୍ଟରରୁ ଇସଟ୍ରାକ ଜରିଆରେ ଆଦିତ୍ୟ ଏଲ୨ର କକ୍ଷପଥ ପରିବର୍ତ୍ତନ କରାଯାଇଛି। ଏହି ପ୍ରକ୍ରିୟାକୁ ବେଙ୍ଗାଲୁରୁ, ମରିସସ୍ ଏବଂ ପୋର୍ଟ ବ୍ଲେୟାର ସ୍ଥିତ ଇସ୍ରୋ ଗ୍ରାଉଣ୍ଡ ଷ୍ଟେସନରୁ ଟ୍ରାକ୍ କରାଯାଇଥିଲା। ଇସ୍ରୋ ପକ୍ଷରୁ ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ କାର୍ଯ୍ୟ ଚଳିତ ମାସ ୧୫ ତାରିଖ ସକାଳ ପ୍ରାୟ ୨ଟା ସମୟରେ କରାଯିବ।

ଏହି କକ୍ଷପଥ ପରିବର୍ତ୍ତନ ପରେ ଆଦିତ୍ୟ ଏଲ୧ ଅତି ନିକଟତମ ଦୂରତା ୨୯୬ କିଲୋମିଟର ଓ ସର୍ବାଧିକ ୭୧ ହଜାର ୭୬୭ କିଲୋମିଟର ଦୂରତା କକ୍ଷପଥରେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଗତି କରିବ। ଆଦିତ୍ୟ ଏଲ୧, ୧୬ ଦିନ ପାଇଁ ପୃଥିବୀ କକ୍ଷପଥରେ ଯାତ୍ରା କରିବ, ଯେଉଁଥିରେ ଏହା ପାଞ୍ଚଟି କକ୍ଷପଥ ଅତିକ୍ରମ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆବଶ୍ୟକ ଗତି ହାସଲ କରିବ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button