ମନୋରଞ୍ଜନ

୩ଦିନରେ ୩୫୦କୋଟି ଆୟ କରି ରେକର୍ଡ ସୃଷ୍ଟି କଲା ‘ଯବାନ’ ! – Ibnodisha

[ad_1]

ମୁମ୍ବାଇ: ଗୁରୁବାର ରିଲିଜ୍ ହୋଇଥିଲା ଫିଲ୍ମ ‘ଯବାନ’। ରିଲିଜ୍ ହେଉ ହେଉ ଫିଲ୍ମର ଯାଦୁ ଦର୍ଶକଙ୍କ ଉପରେ ପଡ଼ିିଥିବା ଦେଖିବାକୁ ମିଳିଛି। ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପ୍ରଥମ ଦିନରେ ବିଶ୍ୱରେ ୧୨୦ କୋଟିରୁ ଅଧିକ ବେପାର କରିବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ । ଯଦି ଏହିଭଳି ଦର୍ଶକଙ୍କ ଭଲପାଇବା ମିଳିଲା ତେବେ ଫିଲ୍ମଟି ଖୁବଶୀଘ୍ର ୧୦୦୦କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଥିଲା। ଏବେ ଫିଲ୍ମର ଆୟ ଦେଖି ବିଶେଷଜ୍ଞଙ୍କ ଆକଳନ ସତ ବୋଲି ପ୍ରମାଣ ହୋଇଛି।

କୁହାଯାଉଛି ଯେ, ରିଲିଜର ୩ଦିନ ମଧ୍ୟରେ ହିଁ ଶାହରୁଖଙ୍କ ଫିଲ୍ମ ୩୫୦କୋଟି ଟଙ୍କା ଆୟ କରିସାରିଛି। ୧୦୦କୋଟି କ୍ଲବରେ ସାମିଲ ହେବା ପାଇଁ କିଛି ଫିଲ୍ମକୁ ୧୫ଦିନରୁ ଅଧିକ ସମୟ ଲାଗୁଥିବା ବେଳେ ଶାହରୁଖଙ୍କ ଫିଲ୍ମ ୩ଦିନରେ ୩୫୦କୋଟି ଆୟ କରିବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଆୟ ସହିତ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି ‘ଯବାନ’ ।

ବାଣିଜ୍ୟ ବିଶେଷଜ୍ଞ ମନୋବାଳା ଭିଙ୍କ ଅନୁଯାୟୀ ‘ଯବାନ’ ସାରା ବିଶ୍ୱରେ ୩୫୦କୋଟି ଟଙ୍କା ସଂଗ୍ରହ କରିଛି। ଏହି ଚଳଚ୍ଚିତ୍ରଟି ହିନ୍ଦୀ ଭାଷାରେ ୭୩.୭୬କୋଟି, ତାମିଲରେ ୫.୩୪କୋଟି ଏବଂ ତେଲୁଗୁ ଭାଷାରେ ୩.୭୪କୋଟି ଟଙ୍କା ସଂଗ୍ରହ କରିଛି, ଯାହାଫଳରେ ଭାରତରେ ଫିଲ୍ମଟି ୮୨.୮୪ କୋଟି ଟଙ୍କା ସଂଗ୍ରହ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button