ଦେଶ

ଛିଣ୍ଡିପଡ଼ିଲା ୪୦ ମହଲା କୋଠାର ଲିଫ୍ଟ, ୭ ମୃତ – Ibnodisha

[ad_1]

ଥାନେ: ଥାନେର ବାଲକୁମ ଅଞ୍ଚଳରେ ରୁନୱାଲ ନାମକ ଏକ ନିର୍ମାଣାଧୀନ ବହୁତଳ କୋଠାର ଲିଫ୍ଟ ଜୋରରେ ଭୁଶୁଡ଼ି ପଡ଼ିବାରୁ ୭ ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଶ୍ରମିକମାନେ କାମ ସାରି ୪୦ ମହଲା କୋଠାରୁ ତଳକୁ ଓହ୍ଲାଇବା ବେଳେ ଏହି ଅଘଟଣ ଘଟିଥିଲା। ଏହି ଦୁର୍ଘଟଣାରେ ଆଉ କିଛି ଶ୍ରମିକ ଆହତ ହୋଇଛନ୍ତି ଓ କେତେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।

ଥାନେର ବାଲକମଠାରେ ଥିବା ଏହି ବହୁମହଲା କୋଠାର ଛାତ ଉପରେ ଓ୍ବାଟର ପ୍ରୁଫିଂ କାମ ଚାଲିଥିଲା। ଖବର ପାଇ ସ୍ଥାନୀୟ ପ୍ରଶାସନ, ପୁଲିସ ଓ ଦମକଳ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶ୍ରମିକମାନେ କୋଠାରେ କାମ କରି ତଳକୁ ଯାଉଥିଲେ ବୋଲି ଥାନେ ମୁନିସିପାଲ କର୍ପୋରେସନ ପକ୍ଷରୁ ସୂଚନା ଦିଆଯାଇଛି ।

ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଶଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏଥିରେ ସ୍ଥାନୀୟ ଲୋକମାନେ ସହାୟତା କରୁଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗତ ସପ୍ତାହରେ ନୋଇଡାରେ ଥିବା ଏକ ବହୁତଳ କୋଠାର ଲିଫ୍ଟ ଛିଣ୍ଡିପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button