ଦେଶ

‘ମୋର ତିନିଟି କନ୍ୟା ଥିବା ବେଳେ ବଗିଚାର ମାଟି ତଳୁ ପୁତ୍ର ସନ୍ତାନକୁ ପାଇଲି’ – Ibnodisha

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁର ଦେହାତରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସୁସାନଗର ଥାନା ଅଧୀନରେ ଥିବା ପୁଲନ୍ଦର ଗ୍ରାମ ନିକଟସ୍ଥ  ପ୍ରାଥମିକ ବିଦ୍ୟାଳୟ ବଗିଚାରୁ ଜୀବିତ ଅବସ୍ଥାରେ ନବଜାତ ଶିଶୁ ଉଦ୍ଧାର ହୋଇଛି। ଉଦ୍ଧାର ପରେ ନବଜାତକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ନବଜାତ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

ପୁଲନ୍ଦର ଗ୍ରାମରେ ବସବାସ କରୁଥିବା ରାଜେଶଙ୍କ ସ୍ତ୍ରୀ ନିଲମଙ୍କ କହିବାନୁସାରେ, କିଛି ଛୋଟ ପିଲା ଆମ ଘର ପାଖକୁ ଲାଗିଥିବା ବଗିଚାରେ ଖେଳୁଥିଲେ। ଏହି ସମୟରେ ନବଜାତର କାନ୍ଦସ୍ବର ଶୁଣିବାକୁ ମିଳିଥିଲା। ‌ସେମାନେ ଖୋଜାଖୋଜି କରିବା ପରେ ନବଜାତର ହାତ ଦେଖିବାକୁ ପାଇଥିଲେ। ଏହାପରେ ଗ୍ରାମବାସୀଙ୍କୁ ଘଟଣା ବିଷୟରେ ଜଣାଇଥି‌ଲେ। ଗ୍ରାମବାସୀ ଅନେକ ଚେଷ୍ଟା କରିବା ପରେ ଯାଇ ମାଟି ତଳୁ ନବଜାତକୁ ଉଦ୍ଧାର କରାଯାଇଥିଲେ। ମାଟି ତଳେ ନବଜାତ ରହିବା ହେତୁ ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ତେଣୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ନବଜାତର ଚିକିତ୍ସା ଜାରି ରହିଛି।

ଭଗବାନଙ୍କୁ ଧନ୍ୟବାଦ ମୋତେ ଏହି ପୁତ୍ର ସନ୍ତାନ ଦେଇଥିବାରୁ। କାରଣ ମୋର ପୂର୍ବରୁ ତିନିଜଣ କନ୍ୟା ସନ୍ତାନ ରହିଛନ୍ତି। ମୁଁ ଏହି ପୁତ୍ର ସନ୍ତାନକୁ ପାଳିବାକୁ ଇଚ୍ଛା ରଖିଛି। ଯାହାକୁ ମୁଁ ମାଟି ତଳକୁ ପାଇଛି।

ଶିଶୁକୁ ଦେଖିଲେ ସେ ଯେମିତି ତା’ ମା’କୁ କହୁଛି, ‘ ଏ ମା… ମା ମୋତେ ଏମିତି ମାଟି ତଳେ କେମିତି ପୋତି ପାରିଲୁ। ତୋର କ’ଣ ମୋ କଥା ମନେ ପଡ଼ୁନାହିଁ।’

 

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button